ଘରେ ଲଗାଉଛନ୍ତି କି କ୍ୟାଲେଣ୍ଡର! ଏପରି ଭୁଲ କରନ୍ତୁ ନାହିଁ- Vastu Tips

ଗୋଟିଏ ବର୍ଷ ଶେଷ ହେବା ପରେ ଆଉ ଗୋଟିଏ ନୂଆବର୍ଷ ଆରମ୍ଭ ହୋଇଥାଏ । ଯେପରି ୨୦୨୧ ବର୍ଷ ଶେଷ ହୋଇ ୨୦୨୨ ବର୍ଷ ଆରମ୍ଭ ହୋଇଛି । ନୂଆବର୍ଷ ଆରମ୍ଭ ହେବା ମାତ୍ରେ ଆମେ ଘରକୁ କ୍ଯାଲେଣ୍ଡର ନେଇ ଆସିଥାଉ । ଅନେକ ସମୟରେ ଘରେ ଲାଗିଥିବା କ୍ଯାଲେଣ୍ଡରରେ ଭଗବାନଙ୍କ ଫୋଟୋ ରହିଥାଏ । ଭଗବାନଙ୍କ ଫୋଟୋ ରହିଲେ କ୍ଯାଲେଣ୍ଡର ଯେତେ ପୁରୁଣା ହେଲା ମଧ୍ୟ ଆମେ ଘରେ ରଖିଥାଉ । କିନ୍ତୁ ବାସ୍ତୁ ଅନୁସାରେ ପୁରୁଣା କ୍ଯାଲେଣ୍ଡର ଘରେ ରହିଲେ ଅଶୁଭ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ କ୍ଯାଲେଣ୍ଡର ବିଷୟରେ କିଛି ଜରୁରୀ କଥା କହିବାକୁ ଯାଉଛୁ ।

୧ – ପୁରୁଣା କ୍ଯାଲେଣ୍ଡର ଘରେ ରହିଲେ କଣ ହୋଇଥାଏ : ଘରେ ପୁରୁଣା କ୍ଯାଲେଣ୍ଡର ରହିଲେ ଆପଣଙ୍କ ଜୀବନରେ ଆସୁଥିବା ସଫଳତା ବହୁତ କମ ହୋଇଯାଏ । ତେଣୁ ସର୍ବଦା ପୁରୁଣା କ୍ଯାଲେଣ୍ଡରକୁ ବାହାର କରି ନୂଆ କ୍ଯାଲେଣ୍ଡର ଲଗାନ୍ତୁ । ଯଦି କ୍ଯାଲେଣ୍ଡରରେ ଭଗବାନଙ୍କ ଫୋଟୋ ରହିଥାଏ ତେବେ ତାହାକୁ ନଦୀରେ ଭସାଇ ଦିଅନ୍ତୁ । ଏହା ଦ୍ଵାରା ଭାଗ୍ୟରେ ଉନ୍ନତି ହେବା ସହ ଗୃହରେ ସୁଖସାନ୍ତି ବଜାୟ ରହିବ ।

୨- କ୍ଯାଲେଣ୍ଡର କେଉଁ ଦିଗରେ ଲଗାଇବା ଉଚିତ : ସବୁ ସମୟରେ କ୍ଯାଲେଣ୍ଡରକୁ ଘରର ପୂର୍ବ, ପଶ୍ଚିମ ଓ ଉତ୍ତର ଦିଗରେ ଲଗାଇବା ଶୁଭ ହୋଇଥାଏ । ଯଦି ଆପଣ ମାନେ ଘରର ପୂର୍ବ ଦିଗରେ କ୍ଯାଲେଣ୍ଡର ଲଗାଉଛନ୍ତି ତେବେ ଜୀବନରେ ଅନେକ ସଫଳତା ମିଳିବ । ଆପଣଙ୍କ ଜାତକରେ ସୂର୍ଯ୍ୟଙ୍କ ସ୍ଥିତି ଭଲ ରହିଥାଏ । ଯେଉଁ ବ୍ୟକ୍ତିଙ୍କର ଜାତକରେ ସୂର୍ଯ୍ୟଙ୍କ ସ୍ଥିତି ଭଲ ରହିଥାଏ ସେମାନେ ଜୀବନରେ ଉନ୍ନତି କରିଥାନ୍ତି । ଘରର ଉତ୍ତର ଦିଗରେ କ୍ଯାଲେଣ୍ଡର ଲଗାଇଲେ ପରିବାରରେ ସୁଖ ସମୃଦ୍ଧି ବଜାୟ ରହିଥାଏ ।

ଯଦି ଘରର ପଶ୍ଚିମ ଦିଗରେ ଲ୍ୟାଲେଣ୍ଡର ଲଗାଉଛନ୍ତି ତେବେ ଆପଣଙ୍କର ଅଟକି ରହିଥିବା କାମ ସଫଳ ହୋଇଥାଏ । ଘରର ଦକ୍ଷିଣ ଦିଗରେ କ୍ଯାଲେଣ୍ଡର ଭୁଲରେ ବି ଲଗାନ୍ତୁ ନାହି । ଏହା ଦ୍ଵାରା ସବୁ କାମରେ ବିଫଳତା ମିଳିଥାଏ । ଆପଣଙ୍କ ପରିବାରରେ ଅଶାନ୍ତି ଲାଗି ରହିଥାଏ ।

୩- କ୍ଯାଲେଣ୍ଡରରେ କେଉଁ ଛବି ରହିଲେ ଶୁଭ ଓ ଅଶୁଭ : କ୍ଯାଲେଣ୍ଡର ଯେଉଁ ରଙ୍ଗର ହେଉ ନା କାହିଁକି କିନ୍ତୁ ସବୁଜ ରଙ୍ଗର ହେବା ଆବଶ୍ୟକ ଅଟେ । କ୍ଯାଲେଣ୍ଡର ଲଗାଇବା ସମୟରେ ଧ୍ୟାନ ରଖିବା ଯେ ସେଥିରେ କୌଣସି ହିଂସ୍ର ଜନ୍ତୁ ମାନଙ୍କର ଫୋଟୋ ନ ଥିବା ଦରକାର । ଏହା ଦ୍ଵାରା ଗୃହରେ ଖରାପ ଶକ୍ତିର ବାସ ରହିଥାଏ । କ୍ଯାଲେଣ୍ଡର ରେ ଭଗବାନଙ୍କ କବି ବା ଯୁଗଳ ପକ୍ଷୀ ମାନଙ୍କର ଫୋଟୋ ରହିବା ଅତ୍ୟନ୍ତ ଶୁଭ ହୋଇଥାଏ ।

ନୂଆବର୍ଷରେ ନୂଆ କ୍ଯାଲେଣ୍ଡର ଲାଗିବା ସମୟରେ ଏହି ସବୁ କଥା ପ୍ରତି ଧ୍ୟାନ ଦେଲେ ଆପଣ ଜୀବନରେ ସଫଳତା ହାସଲ କରି ପାରିବେ । ଆପଣଙ୍କ ଘରେ ସୁଖ ସମୃଦ୍ଧିର ଆଗମନ ହୋଇ ପାରିବ । ତେବେ ନୂଆବର୍ଷରେ ଘରକୁ ନୂଆ କ୍ଯାଲେଣ୍ଡର ଆଣନ୍ତୁ ଓ ଏହାର ସଠିକ ଉପଯୋଗ କରନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *