ଘରେ ନିମ୍ବ ଗଛ ଲଗାଇବା ଶୁଭ ହୋଇଥାଏ ନା ଅଶୁଭ, ଜାଣନ୍ତୁ ? Vastu Shastra  

ମଣିଷର ପ୍ରକୃତି ଗଛ ସହ ସମ୍ପର୍କ ବହୁତ ନିବିଡ ରହିଥାଏ । ଗଛଲତା ରହିବା ଦ୍ଵାରା ପରିବେଶ ସୁନ୍ଦର ହେବା ସହ ଘର ବସ୍ତୁ ଦୋଷ ମଧ୍ୟ ଦୂର ହୋଇଥାଏ । ପ୍ରତେକ ଗଛର ବିଶେଷ ମହତ୍ଵ ରହିଛି । କିନ୍ତୁ ନିମ ଗଛର ଔଷଧୀୟ ଗୁଣ ରହିବା ସହ ଧାର୍ମିକ ମହତ୍ଵ ମଧ୍ୟ ରହିଛି । ତେବେ ଆସନ୍ତୁ ଜାଣିବା ନିମ ଗଛର କିଛି ମହତ୍ଵ ଗୁଣ ବିଷୟାରେ । ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ନିମର ସମ୍ବଦ୍ଧ ଶନି ଓ କେତୁ ସହ ଯୋଡା ହୋଇଛି । ଏଣୁ ୨ ଗ୍ରହର ଶାନ୍ତି ପାଇଁ ଘରେ ନିମ ଗଛ ଲଗାଇବା ଉଚିତ । ନିମ କାଠରେ ହୋମ କରିବା ଦ୍ଵାରା ଶନି ଶାନ୍ତ ହୋଇଥାନ୍ତି ।

ନିମ ପତ୍ର ପକାଇ ସ୍ନାନ କରିଲେ କେତୁ ସମସ୍ଯା ଦୂର ହୋଇଥାଏ । ପ୍ରଭୁ ହନୁମାନଙ୍କ ରୂପା ପ୍ରାପ୍ତ ପାଇଁ ନିମ ଗଛ ପୂଜା କରିବା ଦରକାର । କାର୍ଯ୍ୟ ସ୍ଥଳ ବା ଘରେ ନିମ ଗଛ ଲଗାଇଲେ ନାକାରାତ୍ମକ ଊର୍ଜା ଦୂର ହୋଇଥାଏ । ନିମ ପତ୍ରର ଧୂଆଁରେ ଖରାପ ଶକ୍ତି ଦୂରକୁ ଯାଇଥାଏ ଯାହା ମାନ୍ୟତା ରହିଛି ।

ବାସ୍ତୁ ଅନୁଯାୟୀ ଯେଉଁ ବ୍ୟକ୍ତି ଘରର ଦକ୍ଷିଣ ଦିଗରେ ନିମ ଗଛ ଲଗାଇଥାଏ ସ୍ୱାସ୍ଥ୍ୟ ଉପରେ ଅନୁକୂଳ ପ୍ରଭାବ ପଡିଥାଏ । ନିମ ଗଛରେ ଦଇବି ଶକ୍ତିର ବାସ ରହିବାର ମାନ୍ୟତା ରହିଛି । ଏମିତିକି ପିତୃପୁରୁଷ ଦୋଷ ଦୂର ହୋଇଥାଏ । ଯେଉଁ ବ୍ଯକ୍ତିର ରାଶି କୁମ୍ଭ ବା ମକର ହୋଇଥାଏ ସେମାନଙ୍କ ପାଇଁ ନିମ ଗଛ ଲଗାଇବା ଶୁଭ ହୋଇଥାଏ ।

ବାସ୍ତୁ ଅନୁଯାୟୀ ନିମ କାଠରେ ତିଆରି ପଲଙ୍କରେ ସୟନ କରିଲେ ସ୍କିନ ଜନିତ ସମସ୍ଯା କମ ହୋଇଥାଏ । ଯେଉଁ ବ୍ୟକ୍ତି ନିମର ମାଳା ଧାରଣ କରିଥାନ୍ତି ଶନିଙ୍କ ଅଶୁଭ ଦ୍ରୁଷ୍ଟି ପଡେ ନାହି । ଘରର ଦକ୍ଷିଣ ଦିଗରେ ନିମ ଗଛ ଲଗାଇ ଏହାର ଯତ୍ନ ନେବା ଉଚିତ । ଯେପରି ନିମ ଗଛ ବଡ ହୋଇ ହରାଭରା ହେବ ସେଥିପ୍ରତି ଧ୍ୟାନ ଦେବା ଉଚିତ । କାରଣ ନିମ ଗଛ ସାକ୍ଷାତ ମଙ୍ଗଳ ଦେବ ଅଟନ୍ତି ।

ଏହି ଗଛର ସେବା କରିଲେ ଜୀବନରେ କେବେ ଅମଙ୍ଗଳ ହୁଏ ନାହି । ଏହି ଗଛ ଘରେ ରହିବା ଦ୍ଵାରା ରୋଗ ହୁଏ ନାହି । ନିରୋଗୀ ରହିବା ପାଇଁ ଘରର ଦକ୍ଷିଣ ଦିଗରେ ନିମ ଗଛ ଲଗାଇବା ଦରକାର । ଏହି ଗଛ ଉତ୍ତର-ପଶ୍ଚିମ ଦିଗରେ ଲଗାଇବା ବି ଶୁଭ ହୋଇଥାଏ । ନିମ କାଠିରେ ଦାନ୍ତ ଘସିଲେ ଦାନ୍ତର ପୋକ ମରିଯାଇଥାଏ । ନିମ ତେଲ ଓ ଛାଲ ବ୍ୟବହାର କରିଲେ କୃଷ୍ଠ ରୋଗ ଦୂର ହୋଇଥାଏ ।

ନିମ ପତ୍ର ର ମାଳା ଘରର ମୁଖ୍ୟ ଦ୍ଵାରା ରେ ଲଗାଇଲେ ଖରାପ ଶକ୍ତି ଘରକୁ ପ୍ରବେଶ କରିପାରେ ନାହି । ନିମ ଗଛ ଘରେ ଲଗାଇବା ଦ୍ଵାରା ପ୍ରଭୁ ହନୁମାନଙ୍କ କୃପା ସର୍ବଦା ବ୍ୟକ୍ତି ଉପରେ ରହିଥାଏ । ଘରେ ଯାହା ବି ଖରାପ ପ୍ରଭାବ ରହିଥାଏ ତାହା ଦୂର ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *