ଆମ ଜୀବନରେ ରୁଟିର ବହୁତ ମହତ୍ଵ ଅଛି । ସମସ୍ତ ବ୍ୟକ୍ତି କେବଳ ସେଇ ଖଣ୍ଡେ ରୁଟି ପାଇଁ ହିଁ ଏତେ କଠିନ ପରିଶ୍ରମ କରୁଛନ୍ତି । ଆପଣଙ୍କ ପେଟ ଭରୁଥିବା ଏହି ରୁଟି ଆପଣଙ୍କ ଭାଗ୍ୟ ମଧ୍ୟ ବଦଳାଇପାରେ । ଆମ ହିନ୍ଦୁ ଧର୍ମରେ ଏମିତି ବହୁତ ଉପାୟ ଅଛି ଯାହା କରିବା ଦ୍ଵାରା ଭାଗ୍ୟ ବଦଳିପାରେ । ତେବେ ଆସନ୍ତୁ ଜାଣିବା ରୁଟି ଦ୍ଵାରା ଆପଣଙ୍କ ଭାଗ୍ୟ କେମିତି ବଦଳିପାରିବ ।
ଘରର ସୁଖ ଶାନ୍ତି: ରୁଟି କୁ ଘରେ ସୁଖ ଶାନ୍ତି ବିରାଜମାନ କରିବା ପାଇଁ ମଧ୍ୟ ବ୍ୟବହାର କରାଯାଇ ପାରେ । ଯଦି ଆପଣଙ୍କ ଘରେ ସର୍ବଦା କଳି ଝଗଡା ଲାଗି ରହୁଛି ତେବେ ଏହି ସରଲ ଉପାୟ କରନ୍ତୁ । ସର୍ବ ପ୍ରଥମେ ସକାଳୁ ଯେବେ ରୁଟି କରିବେ ସେଥିରୁ ପ୍ରଥମ ରୋଟି ଗାଈ ପାଇଁ ବାହାର କରି ରଖନ୍ତୁ । ଏବଂ ରାତିରେ ଶେଷ ରୁଟି ଟି କୁକୁର ପାଇଁ ବାହାର କରି ଦିଅନ୍ତୁ । ସବୁଦିନ ଗାଈ ଓ କୁକୁରକୁ ରୁଟି ଖାଇବାକୁ ଦେଲେ ଘରେ କଳହ ଲାଗେ ନାହିଁ ।
ରାହୁ କେତୁଙ୍କୁ ଶାନ୍ତି କରାଇବା ପାଇଁ: ଯଦି ଆପଣଙ୍କ କୁଣ୍ଡଳୀରେ ରାହୁ କେତୁ ଙ୍କ ସ୍ଥିତି ଆପଣଙ୍କୁ ହଇରାଣ କରୁଛି ବା ସେହି ସ୍ଥିତି କୁ ଆପଣ ମଜୁବୁତ କରିବାକୁ ଚାହୁଁଛନ୍ତି ତେବେ ଏଥି ପାଇଁ ସବୁଦିନ ରାତିରେ ଶେଷ ରୁଟି ରେ ସୋରିଷ ତେଲ ଲଗାଇ କଳା କୁକୁରକୁ ଖୁଆଇ ଦିଅନ୍ତୁ । ଏମିତି 15 ଦିନ ପର୍ଯ୍ୟନ୍ତ କରନ୍ତୁ ।
ପିତୃ ଦୋଷରୁ ମୁକ୍ତି ପାଇଁ: ଏହି ଦୋଷ ରୁ ମୁକ୍ତି ପାଇଁ ଅମାବାସ୍ୟା ରାତିରେ ସର୍ବ ପ୍ରଥମ ରୁଟି ସହ ଖିରୀ ମଧ୍ୟ ତିଆରି କରି ନିୟନ୍ତୁ, ଏହା ପରେ ସେହି ରୁଟିକୁ ଖିରୀ ସହ ଗୁଡାଇ କୁଆ କୁ ଖାଇବାକୁ ଦିଅନ୍ତୁ ।
ଶାଶୂ ବୋହୁର ସମ୍ପର୍କ ପାଇଁ: ଶାଶୁ ବୋହୁର ସମ୍ପର୍କକୁ ମଜବୁତ କରିବା ପାଇଁ ଶନିବାର ଦିନ ଏହି ଉପାୟ କରନ୍ତୁ । ଏହି ଦିନ ଯେଉଁ ରୁଟି କରିବେ ପ୍ରଥମ ରୁଟିରେ ନିଜ ଶାଶୁ ର ନାମ କଳା କାଳି ରେ ଲେଖି ଦିଅନ୍ତୁ । ଏହା ପରେ ସେହି ରୁଟିକୁ କଳା କୁକୁର କୁ ଖୁଆନ୍ତୁ, ଏହା ଦ୍ଵାରା ସମ୍ପର୍କ ଭଲ ହେବ ।
ଛୁଆଙ୍କ ପାଇଁ: ବହୁତ ଥର ଏମିତି ହୁଏ କି ଛୁଆ ମାନଙ୍କୁ ନଜର ଲାଗିଥାଏ । ସେଥିପାଇଁ ଗୋଟେ ରୁଟି ନିୟନ୍ତୁ ଏହା ଉପରେ ଗୁଡ ରଖି ତାକୁ ପିଲା ଉପରେ 11 ରୁ 21 ଥର ବୁଲାଇ ଆଣନ୍ତୁ , ଏହା ପରେ ସେହି ରୁଟି କୌଣସି କୁକୁରକୁ ଖୁଆଇ ଦିଅନ୍ତୁ । ଏହାଦ୍ବାରା ଖରାପ ନଜର ଦୋଷ ସମାପ୍ତ ହୋଇଯିବ ।