ଧନର ଦେବୀ ହେଉଛନ୍ତି ମା ଲଷ୍ମୀ । ଆମ ହିନ୍ଦୁ ଶାସ୍ତ୍ରରେ ମା ଲଷ୍ମୀଙ୍କର ମହତ୍ୱ ବହୁତ ଅଧିକ ରହିଥାଏ । କୁହାଯାଏ ଯଦି ମା ଲଷ୍ମୀ କାହା ଉପରେ ସନ୍ତୁଷ୍ଟ ହୋଇଥାନ୍ତି ତେବେ ସେହି ବ୍ୟକ୍ତିଙ୍କ ର ଘରେ ଧନ ର ଅଭାବ ରହି ନ ଥାଏ । ସୁଖ ଓ ଶାନ୍ତି ମଧ୍ୟ ସର୍ବଦା ରହିଥାଏ । ତେବେ ମା ଲଷ୍ମୀଙ୍କୁ ସର୍ବଦା ସ୍ଵଛତା ପସନ୍ଦ ହୋଇଥାଏ । ତେବେ ମା ଲଷ୍ମୀ ଯେଉଁ ଘର ଅପରିଷ୍କାର ଓ ଅପରିଛନ୍ନତା ରହିଥାଏ ସେହି ଘରେ ପ୍ରବେଶ କରନ୍ତି ନାହିଁ । ମା ଲଷ୍ମୀଙ୍କୁ ସନ୍ତୁଷ୍ଟ କରିବାକୁ ହେଲେ ଆପଣଙ୍କୁ ରୀତି ନୀତି ସହିତ ପରିଷ୍କାର ଓ ପରିଛନ୍ନତା ର ମଧ୍ୟ ଧ୍ୟାନ ରଖିବାକୁ ପଡିଥାଏ ।
ତେବେ ଆମେ ଗୁରୁବାର ଦିନ ପାଇଁ ଘର ସଫା ଓ ପୋଛା ଆଦି କରିଥାଉ । ଘର ଯେତେ ପରିଷ୍କାର ରହିଥାଏ ମା ଲଷ୍ମୀ ସେତେ ପ୍ରସନ୍ନ ହୋଇଥାନ୍ତି । ତେବେ ଅନେକ ଲୋକ ଏହା ଭାବି ଥାଆନ୍ତି କି ଗୁରୁବାର ଦିନ ଘର ପୋଛା ଲଗାଇବା ଶୁଭ ହୋଇଥାଏ ନା ଅଶୁଭ । କାରଣ ସର୍ବଦା ପୂର୍ବଦିନ ରାତି ରୁ ଘର ପୋଛା କରିବା ସମ୍ଭବ ହୋଇ ନ ଥାଏ ।
ତେବେ ଯଦି ଆପଣ ବୁଧୁବାର ଦିନ ପୋଛା ଲଗାଇ ପାରି ନାହଁନ୍ତି ତେବେ ଆପଣ ଗୁରୁବାର ଦିନ ପୋଛା କରିପାରିବେ କି ନାହିଁ । ତେବେ ବୃହତ ମହାଲଷ୍ମୀ ପୁରାଣ ରେ ବର୍ଣ୍ଣିତ ଅଛି କି ଗୁରୁବାର ଦିନ ଆପଣ ଘର ପୋଛା ଲଗାଇବା ଦ୍ୱାରା କିଛି ବି ଅନିଷ୍ଟ ହୋଇ ନ ଥାଏ ।
ସେହି ଦିନ ଯଦି ଆପଣ ପାଣିରେ ଗୋବର ପକାଇ ଘର ସଫା କରିବେ ତେବେ ମା ଲଷ୍ମୀ ପ୍ରସନ୍ନ ହୋଇଥାନ୍ତି । ତେବେ ସଂକ୍ରାନ୍ତି, ଏକାଦଶୀ , ଅମବାସ୍ୟା ଆଦି ଦିନ ରେ ମଧ୍ୟ ଆପଣ ଘର ପୋଛା କରିପାରିବେ । କିନ୍ତୁ ଯଦି ଆପଣ ଗୁରୁବାର ଦିନ ପୋଛା କରିବେ ତେବେ ଆପଣ ସୂର୍ଯ୍ୟୋଦୟ ପୂର୍ବରୁ ଏହି କାର୍ଯ୍ୟ କରିଦେବେ ।
ସୂର୍ଯ୍ୟୋଦୟ ପରେ କରିବା ଦ୍ୱାରା ଏହା ଅଶୁଭ ହୋଇ ଥାଏ । ଯଦି ଆପଣଙ୍କ ଘରେ କୌଣସି ମୃତ୍ତିକା ବା ଅଣଶୁଦ୍ଧିଆ ହୋଇଥାଏ ତେବେ ଆପଣ ଗୁରୁବାର ଦିନ ଘର ପୋଛିବାର କୌଣସି ମୂଲ୍ୟ ରହି ନ ଥାଏ । କାରଣ ଘର ସେମିତିରେ ଅପବିତ୍ର ଓ ଅଶୁଦ୍ଧ ରହିଥାଏ ।
ତେଣୁ ଦଶ କାର୍ଯ୍ୟ ନ ଯିବା ପର୍ଯ୍ୟନ୍ତ ଆପଣ ଘର ସଫା କରିବା ର କୌଣସି ମୂଲ୍ୟ ରୁହେ ନାହିଁ । ଯଦି କୌଣସି ନାରୀ ଋତୁବତୀ ହୋଇଥାଆନ୍ତି ତେବେ ସେ ମଧ୍ୟ ଘର ପୋଛା କରିପାରିବେ ନାହିଁ । କାରଣ ସେ ନିଯେ ଅଶୁଦ୍ଧି ରହିଥାନ୍ତି । ଏହି ସମୟରେ ଜଳ ଓ ଅଗ୍ନି କୁ ସ୍ପର୍ଶ କରିବା ବାରଣ ହୋଇଥାଏ । ତେବେ ଗୁରୁବାର ଦିନ ସୂର୍ଯ୍ୟୋଦୟ ପୂର୍ବରୁ ଆପଣ ଘର ପୋଛା କରିବା ଦ୍ୱାରା ଘରେ କୌଣସି ଅଶୁଭ ହୋଇ ନ ଥାଏ ।