ନମସ୍କାର ବନ୍ଧୁଗଣ, ଗୁରୁବାର ଦିନକୁ ପ୍ରଭୁ ବୁହସ୍ପତିଙ୍କ ବାର ବୋଲି ମନାଯାଇଥାଏ । ଯାଇଥାଏ । ବୃହସ୍ପତିଙ୍କ କୃପାରୁ ଘରକୁ ସୁଖ ଶାନ୍ତି ଧନ ଜନ ସବୁର ଆଗମନ ହୋଇଥାଏ । ଗୁରୁଙ୍କୁ ପ୍ରବଳ କରିବା ହେତୁ ଗୁରୁବାର ଦିନ ହଳଦିଆ ରଙ୍ଗର ବସ୍ତ୍ର ସହ ହଳଦିଆ ରଙ୍ଗର ଖାଦ୍ୟ ମଧ୍ୟ ଖାଇବା ଦରକାର । ତେଣୁ ଗୁରୁବାର ଦିନ କଦଳୀରେ କରନ୍ତୁ ଏଭଳି ଏକ ଉପାୟ ଯାହା ଦ୍ଵାରା ଘରେ ଧନର ଅଭାବ ରହିବ ନାହିଁ । ଆଉ ଡେରି ନକରି ଆସନ୍ତୁ ଜାଣିବା ।
ଗୁରୁବାର ଦିନ କାହା ଠାରୁ ମଧ୍ୟ କଦଳୀ ଦାନରେ ଆଣନ୍ତୁ ନାହି । କିନ୍ତୁ ଗୁରୁବାର ଦିନ ଆପଣ କଦଳୀ ଦାନରେ ଦେଇପାରିବେ ଯେତେବେଳେ ଆପଣଙ୍କ ଜୀବନରେ ବହୁତ ଅସୁବିଧା ବଢିଯାଇଥାଏ । ଗୁରୁବାର ଦିନ ଯଦି ଆପଣଙ୍କ ଘରେ ହଳଦୀ ସରିଯାଇଥାଏ ତେବେ ଆପଣ କାହା ଘରୁ ହଳଦୀ ମାଗି ଆଣନ୍ତୁ ନାହି । ଏହିଦିନ କାହାକୁ ହଳଦୀ ମାଗିଲେ ମଧ୍ୟ ଦିଅନ୍ତୁ ନାହି ।
ଯଦି ଏହା ଆପଣଙ୍କ ଘରୁ ସରିଯାଏ ତେବେ ଆପଣ ଯାଇ ବଜାରରୁ ଆଣନ୍ତୁ କିନ୍ତୁ କାହା ଠାରୁ ମାଗିକି ଆଣନ୍ତୁ ନାହି । ଏବେ ଜାଣନ୍ତୁ କଦଳୀର ବୃହସ୍ପତି ବାର ଦିନ କିଭଳି ଉପାୟ କରିବେ । ପ୍ରଥମେ ଆପଣ ଗୁରୁବାର ଦିନ ସକାଳୁ ଗାଧୋଇ ସାରି ଦୁଇଟି ପାଚିଲା କଦଳୀ ନିଅନ୍ତୁ । ଗୋଟିଏ କଦଳୀ ଉପରେ ସିନ୍ଦୁରରେ ସ୍ଵାସ୍ତିକ ତିଆରି କରନ୍ତୁ । ଏବଂ ଅନ୍ୟ କଦଳୀ ଉପରେ ଆପଣଙ୍କ ନିଜ ନାମ ଲେଖନ୍ତୁ ।
ଏହା କରିବା ପରେ ଘର ମନ୍ଦିରରେ ଗୋଟିଏ ମାଟି ଦୀପ ଜଳାନ୍ତୁ । ଦୁଇଟି ଲବଙ୍ଗ ରଖନ୍ତୁ ଦୀପରେ । ଧ୍ୟାନ ରଖିବେ ଲବଙ୍ଗ ଜଳିବା ଉଚିତ ନୁହେଁ । ଏହାପରେ ଭଗବାନ ବିଷ୍ଣୁଙ୍କୁ ପ୍ରସନ୍ନ କରିବା ନିମନ୍ତେ ଓଁ ନମ ଭଗବତେ ବସୁଦେବାୟ ମନ୍ତ୍ର ଜପ କରନ୍ତୁ । ନିଜ ମନରେ ଥିବା ମନସ୍କାମନା କଥା ଏହି ସମୟରେ ଭଗବାନଙ୍କୁ ଜଣାନ୍ତୁ ।
ଏହାପରେ ଶୁକ୍ରବାର ଦିନ ସକାଳୁ ଉଠି ଏକାଠି ରଖିଥିବା ଦୁଇଟି କଦଳୀକୁ ନିଜ ଚାରିପଟେ 7ଥର ବୁଲାଇ ଦିଅନ୍ତୁ । ଏହାପରେ ହିଁ ଦୁଇଟି କଦଳୀକୁ ଅଲଗା କରନ୍ତୁ । ମାନେ ରଖନ୍ତୁ ଦୁଇଟି କଦଳୀକୁ ଏକାଠି ହିଁ ରଖିବେ । ଯେଉଁ କଦଳୀ ଉପରେ ଆପଣ ସ୍ଵାସ୍ତିକ ଚିହ୍ନ କରିଥିଲେ ତାହାକୁ ଗାଈକୁ ଖୁଆଇଦିଅନ୍ତୁ । ଅନ୍ୟ କଦଳୀଟିକୁ ଆପଣ ନିଜେ ସେବନ କରନ୍ତୁ ।
ଖାଇସାରି ସେହି କଦଳୀ ଚୋପକୁ କୌଣସି ପବିତ୍ର ସ୍ଥାନରେ ରଖିଦିଅନ୍ତୁ । ଏହାକୁ ୫ଟି ଗୁରୁବାର ପର୍ଯ୍ୟନ୍ତ ନିଶ୍ଚିନ୍ତ କରନ୍ତୁ ଆପଣକୁ ଲାଭ ବହୁତ ଶୀଘ୍ର ହିଁ ମିଳିବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ ଶେୟାର କରିବାକୁ ଜମା ବି ଭୁଲିବେନି । ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢିଥିବାରୁ ଧନ୍ୟବାଦ ।