ଗୁରୁବାର ଦିନ କରନ୍ତୁ କଦଳୀର ଏହି ଉପାୟ, ତା ପରେ ଦେଖନ୍ତୁ ଚମତ୍କାର…. ଏତେ ଧନ ମିଳିବ କି ସମ୍ଭାଳି ପାରିବେନି ଆପଣ

ବନ୍ଧୁଗଣ ସୂଚନା ଅନୁଯାଇ ଦେବଗୁରୁ ବୃହସ୍ପତିଙ୍କର ପ୍ରିୟବାର ହେଉଛି, ବୃହସ୍ପତିବାର ଅଥବା ଗୁରୁବାର । ଗୁରୁବାର ମଧ୍ୟ ମା ମହାଲକ୍ଷ୍ମୀଙ୍କର ଅତି ପ୍ରିୟର ବାର ହୋଇଥାଏ । ଏହି ଦିନ ଆପଣମାନଙ୍କୁ କିଛି ନିୟମ ମାନି ଚଳିବାକୁ ହେବ, ଯାହା ଦ୍ଵାରା ଆପଣ ତଥା ଆପଣଙ୍କ ପରିବାର ଖୁସିରେ ରହିବେ । ଯଦି ଆପଣଙ୍କ ଘରେ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ କଳି ଝଗଡା ଲାଗି ରହୁଥାଏ, ତେବେ କିଛି ଦିନ ପାଇଁ କଦଳୀ ଖାଇବା ବନ୍ଦ କରିଦିଅନ୍ତୁ । ଏହା ପରେ ଦେଖିବେ ଝଗଡାର ସମାଧାନ ହୋଇ ଆପଣମାନେ ଶାନ୍ତିରେ ରହିବେ ।

ଏହା ଛଡା ଗୁରୁବାର ଦିନ କଦଳୀ ଖାଇବା ଉଚିତ ନୁହେଁ, ଯଦି ଉପବାସ କରିଛନ୍ତି ତେବେ ମଧ୍ୟ କଦଳୀ ଖାଇବେ ନାହିଁ । ବ୍ୟବାହିକ ଜୀବନ ଓ ଭାଗ୍ଯର ସ୍ଵାମୀ ଦେବ ଗୁରୁ ବୃହସ୍ପତି ହୋଇଥାନ୍ତି । ଶାସ୍ତ୍ର ଅନୁସାରେ ଗୁରୁବାର ଦିନ କାହା ଠାରୁ ହଳଦିଆ ବସ୍ତ୍ର ଗ୍ରହଣ କରନ୍ତୁ ନାହିଁ କିମ୍ବା କଦଳୀ ମଧ୍ୟ କାହାଠାରୁ କେବେବି ନେବେ ନାହିଁ । ନହେଲେ ଆପଣଙ୍କ ଭାଗ୍ୟରେ ଖରାପ ପରିସ୍ଥିତି ଦେଖାଯିବ ।

ଯଦି କୌଣସି ବ୍ୟକ୍ତି ଗୁରୁବାର ଦିନ ହଳଦିଆ ରଙ୍ଗର କୌଣସି ପ୍ରକାର ଜିନିଷ ବିତରଣ କରେ ତେବେ ସେ ତାହାର ଖରାପ ପରିସ୍ଥିତିରୁ ମୁକୁଳିବା ପାଇଁ ଏହା କରିଥାଏ । ଗୁରୁବାର ଦିନ କାହା ଘରୁ କିଛି ଜିନିଷ ଆଣିବେ ନାହିଁ, କି କାହାକୁ କୌଣସି ପ୍ରକାର ଘରର ଜିନିଷ ଦେବେ ନାହିଁ । ଖାସ କରି ଗୁରୁବାର ଦିନ କାହା ଘରୁ ହଳଦୀ ଆଣିବେ ନାହିଁ , ଯଦି କୌଣସି ପ୍ରକାର ଖାଇବା ଜିନିଷ ସରିଯାଇଛି, ତେବେ ବଜାରରୁ ଆଣିବେ, କିନ୍ତୁ କେବେ ହେଲେବି ମାଗିବେ ନାହିଁ ।

ଏବେ ଜାଣିବା କଦଳୀ ବ୍ୟବହାର କରି କିପରି ଭାବରେ ଆପଣ ମାନେ ଧନପ୍ରାପ୍ତ କରିପାରିବେ । ଯଦି ଆପଣ ବ୍ୟବସାୟ କରୁଛନ୍ତି ଅଥବା ଚାକିରି କରୁଛନ୍ତି , ତେବେ ଏଥିରେ ଅଧିକ ରୁ ଅଧିକ ଲାଭ କରିବା ପାଇଁ ଏହି ଉପାୟ କରନ୍ତୁ । ଗୁରୁବାର ଦିନ ସକାଳୁ ଉଠି ପ୍ରଥମେ ନିଜର ନିତ୍ୟ କର୍ମ ସାରିଦିଅନ୍ତୁ । ତା ପରେ ଦୁଇ ଯୋଡା ହଳଦିଆ ରଙ୍ଗର କଦଳୀ ନିଅନ୍ତୁ ।

ଏହାପରେ ଦୁଇ କଦଳୀକୁ ଅଲଗା ନ କରି ଗୋଟିଏ କଦଳୀରେ ସିନ୍ଦୁର ସାହାଯ୍ୟରେ ଏକ ସ୍ବସ୍ତିକର ଚିହ୍ନ ବନାନ୍ତୁ ଏବଂ ଅନ୍ୟ ଏକ କଦଳୀ ଉପରେ ସିନ୍ଦୁର ସାହାଯ୍ୟରେ ନିଜ ନାମ ଲେଖିଦିଅନ୍ତୁ । ଏହା ପରେ ଘର ଠାକୁରଙ୍କ ପାଖରେ ଏକ ମାଟି ଦୀପ ଜଳାନ୍ତୁ । ଏହା ପରେ ସେହି ଦ୍ବୀପରେ ପଛ ଆଡୁ ଦୁଇଟି ଲବଙ୍ଗ ରଖନ୍ତୁ, ଯେପରିକି ଲବଙ୍ଗ ଜଳି ନ ଯାଇ ଘିଅ ଉପରେ ପଡିକି ରହୁ । ଏହା ପରେ ଓମ୍ ନମହ ଭଗବତେ ବାସୁଦେବାୟ ନମହ ଏହି ମନ୍ତ୍ର କୁ ବାରମ୍ବାର ଉଚାରଣ କରନ୍ତୁ । ତାପରେ ନିଜର ଆର୍ଥିକ ସମସ୍ଯା ବିଷୟରେ ଭଗବାନ ନାରାୟଣକୁ ଜଣାନ୍ତୁ ।

ଶୁକ୍ରବାରଦିନ ସକାଳୁ ଉଠି ଗାଧୋଇ ସାରି ଠାକୁରଘରକୁ ଯାଇ ଭଗବାନଙ୍କୁ ପ୍ରଣାମ କରି ଥୋଇ ଥିବା କଦଳୀକୁ ଉଠାନ୍ତୁ । ଯେଉଁ କଦଳୀରେ ସ୍ଵସ୍ତିକ ଲେଖିଥିଲେ ସେହି କଦଳୀକୁ ଗାଈକୁ ଖାଇବାକୁ ଦେବା ସହିତ ନିଜର ମନସ୍କାମନା ଗାଈ ଆଗରେ କୁହନ୍ତୁ ଏବଂ ଯେଉଁ କଦଳୀର ନିଜ ନାମ ଲେଖିଥିଲେ ତାକୁ ଆପଣ ନିଜେ ପ୍ରସାଦ ରୂପେ ଖାଇଦିଅନ୍ତୁ । ଏହିପରି ଭାବରେ ୪ ରୁ ୫ ଥର କରିବା ଦ୍ଵାରା ନିହାତି ଭାବରେ ଲାଭ ମିଳିପାରେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ, ତେବେ କମେଣ୍ଟ କରିକି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *