ଗୁରୁବାର ଦିନ ଏହି କାମ କରନ୍ତୁ ନାହିଁ, ଘର ଉପରେ ଆସିଥାଏ ଭାରି ସଂକଟ, ମା ଲକ୍ଷ୍ମୀ ହୁଅନ୍ତି ରୁଷ୍ଟ- Vaastu Tips

ସପ୍ତାହ ରେ ସାତ ଟି ଦିନ ରହି ଥାଏ । ତେବେ ପ୍ରତେକ ଦିନ ନିଜସ୍ୱ କିଛି ମହତ୍ୱ ରହି ଥାଏ । ତେଣୁ ପ୍ରତେକ ଦିନ କିଛି ନା କିଛି କାର୍ଯ୍ୟ କରିବା ନିହାତି ଆବଶ୍ୟକ । ସେହି ଭଳି କିଛି କାର୍ଯ୍ୟ କରିବା ମଧ୍ୟ ବାରଣ ହୋଇ ଥାଏ । ତେବେ ସେହିଭଳି ଗୁରୁବାର ହେଉଛି ଏକ ବାର । ଏହି ବାର ଟି ହେଉଛି ଗୁରୁ ଦେଵଙ୍କ ବାର । ଅର୍ଥାତ ବୃହସ୍ପତି ଙ୍କ ବାର । ବୃହସ୍ପତି ହେଉ ଛନ୍ତି ଆମ ଜାତକ ର ସବୁଠାରୁ ଶ୍ରେଷ୍ଠ ଗ୍ରହ ।

ତେବେ ଯାହାର ବୃହସ୍ପତି ବହୁତ ଶୁଭ ସ୍ଥାନ ରେ ଥିବେ ସେମାନଙ୍କ ର ଜୀବନ ରାଜା ଭଳି ବ୍ୟତୀତ ହୋଇ ଥାଏ । ବୃହସ୍ପତି ହେଉ ଛନ୍ତି ବିଦ୍ୟା ଓ ଦାମ୍ପତ୍ୟ ଜୀବନର ଗ୍ରହ । ବୃହସ୍ପତି କ୍ୟାରିୟର ଗଢିବା ରେ ମଧ୍ୟ ବହୁତ ଶୁଭ ହୋଇ ଥାନ୍ତି ।

ଯାହାର ବୃହସ୍ପତି ଭଲ ରେ ଥାନ୍ତି ସେମାନଙ୍କୁ ପୁତ୍ର ସୁଖ ମଧ୍ୟ ପ୍ରାପ୍ତ ହୋଇ ଥାଏ । ବୃହସ୍ପତି ଦାମ୍ପତ୍ୟ ଜୀବନ ପାଇଁ ମଧ୍ୟ ବହୁତ ଶୁଭ ହୋଇ ଥାନ୍ତି । ତାହାଙ୍କ କୃପା ରୁ ଦାମ୍ପତ୍ୟ ଜୀବନ ସୁଖ ମୟ ହୋଇ ଥାଏ । ତେବେ ବୃହସ୍ପତି ଗ୍ରହଙ୍କ ର ପୂଜା ଆରଧନା କରିବା ଦ୍ୱାରା ଛାତ୍ରଛାତ୍ରୀ ମାନେ ନିଜର କ୍ୟାରିୟର ରେ ବହୁତ ଉନ୍ନତି କରି ଥାନ୍ତି ।

ବୃହସ୍ପତି ସ୍ୱାମୀ ଓ ପୁତ୍ରଙ୍କ ଆୟୁର କାରକ ହୋଇ ଥାନ୍ତି । ତେବେ ବୃହସ୍ପତି ଙ୍କର ବାର ଦିନ ଏପରି ଅନେକ କାର୍ଯ୍ୟ ରହିଛି ଯାହା କି ଗୁରୁବାର ଦିନ କରିବା ଅନୁଚିତ । ଏପରି କରିବା ଦ୍ୱାରା ସ୍ୱାମୀ ଓ ପୁତ୍ର ଙ୍କର ଆୟୁ ହାନି ହୋଇ ଥାଏ ।

ତେବେ ଗୁରୁବାର ଦିନ ଉଭୟ ପୁରୁଷ ଓ ମହିଳା କେଵବି ନିଜର କେଶ ଧୋଇବା ବା କାଟିବା ଉଚିତ ନୁହେଁ । ଗୁରୁ ହେଉଛନ୍ତି ଜୀବ ଗ୍ରହ । ତେଣୁ ଏହି ଦିନ ଚୁଟି, ଦାଢ଼ି, ନଖ ଆଦି କାଟିବା ଦ୍ୱାରା ଆପଣଙ୍କର ଆୟୁ ର ହାନି ହୋଇ ଥାଏ ।

ତେବେ ସେହିଭଳି ଗୁରୁବାର ଦିନ କେବେବି ଅଳିଆ ବା ଅପରିଷ୍କାର ସଫା କରିବା ଉଚିତ ନୁହେଁ । ଏହି ଦିନ ଘରର କୌଣସି ଅସନା ଜିନିଷ ବା ସ୍ଥାନ ସଫା କରିବା ଉଚିତ ନୁହେଁ । ଗୁରୁବାର ଦିନ କେବେବି ବସ୍ତ୍ର ଧୋଇବା ଉଚିତ ନୁହେଁ ।

ଯଦି ବିଶେଷ ଜରୁରୀ ରହି ଥାଏ ତେବେ ସେହି କପଡା ଅଲଗା ଧୁଆନ୍ତୁ କିନ୍ତୁ ଅନ୍ୟ କୌଣସି ବି କପଡା ଧୋଇବା ଉଚିତ ନିହେଁ । ତେବେ ଏହି ୩ ଟି କାର୍ଯ୍ୟ ଗୁରୁବାର ଦିନ କରିବା ବାରଣ ଅଟେ । ଅନ୍ୟଥା ଆପଣଙ୍କ ଜୀବନରେ ସଙ୍କଟ ଆସିପାରେ ।

Leave a Reply

Your email address will not be published. Required fields are marked *