ବ୍ୟକ୍ତିକୁ ଅନେକ ଟଙ୍କା ରୋଜଗାର କରିବା ପରେ ବି ଗରିବୀର ସାମନା କରିବାକୁ ପଡିଥାଏ । ଯଦି ଆପଣଙ୍କ ସହ ଏମିତି କିଛି ଘଟିଥାଏ ତେବେ ଘରେ ଏମିତି ୫ଟି ଭୁଲ କାରଣ ପାଇଁ ଘର ବରବାଦ ହୋଇଥାଏ । ତେବେ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଏଭଳି ଉପଦେଶ ନେଇ ଆସିଛୁ ଯାହା ଆପଣ ନିଜ ଜୀବନରେ ପ୍ରୟୋଗ କଲେ ବହୁତ ଲାଭବାନ ହେବା ସହ ଆପଣଙ୍କର ସବୁ ଦୁଃଖ କଷ୍ଟ ଦୂର ହୋଇଯିବ । ଏହା ସହ ଆଜି ଆମେ ଆପଣଙ୍କୁ କହିବୁ କାହିଁକି ଘରେ ଅକାଳ ମୃତ୍ୟୁ ହୋଇଥାଏ । ଏହା ଆପଣଙ୍କ ଘରର ବାସ୍ତୁ ସହ ଜଡିତ । ତେବେ ଆସନ୍ତୁ ଜାଣିବା ।
୧- ବାସ୍ତୁ ଅନୁଯାୟୀ ଘରେ ଗୋଟେ ବା ଦୁଇଟିରୁ ଅଧିକ ଛୁରୀ ରଖିବା ଅନୁଚିତ । ଏହା ଦ୍ଵାରା ନାକାରାତ୍ମକ ବଢିବା ସହ କ୍ଲେଶ ଦେଖାଯାଏ । ସକାଳ ସମୟରେ ଛୁରୀ ଦେଖିବ ଅନୁଚିତ ନଚେତ ଦିନ ସାରା ଖରାପ ଯାଇଥାଏ ।
୨- ଘରେ କଣ୍ଟା ଜାତୀୟ ଗଛ ରହିଥିଲେ ଅଶୁଭ ହୋଇଥାଏ । ଏହା ଦ୍ଵାରା ଘରେ ଅକାଳ ମୃତ୍ୟୁ ହେବାର ସମ୍ଭାବନା ରହିଥାଏ । ଖାସ କରି ନାଗଫେଣୀ ଗଛ ଘରେ ରହିଲେ ଅସାନ୍ତି ସୃଷ୍ଟି ହେବା ସହ ପରିବାର ଭାଙ୍ଗି ଯାଇଥାଏ । ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହିଥାଏ । ଯେଉଁ ଗଛରେ ପତ୍ର ନ ଥାଏ କିନ୍ତୁ କଣ୍ଟା ରହିଥାଏ ସେହି ଗଛକୁ ଘରେ ଲଗାଇବା ଅନୁଚିତ ।
୩- ଯଦି ମାସିକ ଧର୍ମ ସମୟରେ ଗଛରେ ପାଣି ଦେଉଛନ୍ତି ତେବେ ଘରେ ଗରିବୀର ବାସ ରହିଥାଏ । ଖାସ କରି ତୁଳସୀ ଗଛରେ ପଣି ଦେବା ଅନୁଚିତ । ଏହି ସମୟରେ ଆରାମ କରିବା ଉଚିତ ।
୪- ଯଦି ଘରେ ଭଙ୍ଗା ଇଟା ବ ଖଟ ପଡିଛି ତାହା ଅଶୁଭ ହୋଇଥାଏ । ଏହା ଦ୍ଵାରା ଘରେ ଝଗଡା ବଢିଥାଏ । ଘରେ ଭଙ୍ଗା ବାସନ ବା କାଚ ରଖିବା ଅନୁଚିତ । ଭଙ୍ଗା ଆଇନା, ବନ୍ଦ ଥିବା ଘଡି ଘରୁ ବାହାର କରିବା ଉଚିତ । ବୁଢିଆଣୀ ଜାଲ ଘରେ ଥିଲେ ମା ଲକ୍ଷ୍ମୀଙ୍କ ବାସ ରୁହେ ନାହି ।
୫- ଘରେ ଯଦି ମେହେନ୍ଦି ଗଛ ଲଗାଇଛନ୍ତି ତେବେ ତୁରନ୍ତ ବାହାର କରନ୍ତୁ । ପିଜୁଳି ଗଛ ବି ଘରେ ରଖିବା ଦ୍ଵାରା ଖରାପ ଶକ୍ତିର ବାସ ରହିଥାଏ । ଘରେ ବହୁତ ସୁଗନ୍ଧିତ ଫୁଲ ଗଛ ଲାଗିଥିଲେ ତୁରନ୍ତ ବାହାରେ ଲଗାନ୍ତୁ । ଏହା ଦ୍ଵାରା ନାକାରାତ୍ମକ ଊର୍ଜା ସୃଷ୍ଟି ହେବା କାରଣରୁ ଅକାଳ ମୃତ୍ୟୁ ଆସିଥାଏ । ଓସ୍ତଗଛ ଘରେ ଲଗାଇବା ଅନୁଚିତ ।
୬- ଘରେ କଦଳୀ ଗଛ ବହୁତ ବଡ ଲଗାଇବା ଦ୍ଵାରା ଦେବ ଶକ୍ତି କ୍ରୋଧିତ ହୋଇଥାନ୍ତି । ଘରେ ଅଇଁଠା ବାସନ ପକାଇ ରଖିବା ଅନୁଚିତ । ଏହା ଦ୍ଵାରା ଅକାଳ ମୃତ୍ୟୁ ହେବାର ସମ୍ଭାବନା ହେବା ସହ ପରିବାରରେ ସଙ୍କଟ ଆସିଥାଏ । ଧନର ଦେବୀ ମା ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି । ତେଣୁ ରୋଷେଇ ଘରେ ସଫାସୁତୁରା ରଖିବା ଉଚିତ ।
୭- ସ୍ଵାମୀ ସ୍ତ୍ରୀଙ୍କ ସୟନ କକ୍ଷକୁ ଅନ୍ୟ ପୁରୁଷ ବାରମ୍ବାର ଯିବା ଅନୁଚିତ । ଏମିତି ହେଲେ ଦାଂପତ୍ଯ ଜୀବନରେ ଅସାନ୍ତି ସୃଷ୍ଟି ହୋଇଥାଏ । ଜୋତା ଚପଲ ନେଇକି ଅନ୍ୟ ପୁରୁଷ ମାନେ ଯିବା ଦ୍ଵାରା ଜୀବନ ବରବାତ ହୋଇଥାଏ ।
୮- କବାଟକୁ ଗୋଇଠା ମାରିବା ଅନୁଚିତ । ଘରର ମୁଖ୍ୟ ଦ୍ଵାରରେ ଜୋତା ଚପଲ ରଖିବା ଅନୁଚିତ । ଏମିତି ହେଲେ ମା ଲକ୍ଷ୍ମୀଙ୍କ ଆଗମନ ହୁଏ ନାହି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।