ସବୁଠାରୁ ଅଧିକ ମୃତ୍ୟୁ ହାର୍ଟ ଆଟାକ ଦ୍ଵାରା ହୋଇଥାଏ । କିନ୍ତୁ ହାର୍ଟ ହାଟାକ ହେବାରେ କିଛି ଲକ୍ଷଣ ଦେଖା ଯାଇଥାଏ । ଲୋକ ମାନେ ଏହି ଲକ୍ଷ କୁ ସାଧାରଣ ଭାବେ ଧ୍ୟାନ ଦିଅନ୍ତି ନାହି । ଯାହା ଦ୍ଵାରା ସେମାନଙ୍କର ମୃତ୍ୟୁ ହୋଇଥାଏ । ହୃତପିଣ୍ଡର ଯଦି କୌଣସି ଅଂସ ବ୍ଲକ ହୋଇଯାଏ ତେବେ ହାର୍ଟ ଆଟାକ ହୋଇଯାଏ । କାରଣ ହାର୍ଟକୁ ଠିକ ଭାବେ ଅମ୍ଳଜାନ ଯୁକ୍ତ ରକ୍ତ ମିଳିପାରେ ନାହି । ଠିକ ସମୟରେ ଯଦି ଚିକିତ୍ସା ନ ହୁଏ ତେବେ ମୃତ୍ୟୁ ହୋଇପାରେ । ଆଜି ଆମେ ଆପଣଙ୍କୁ ହାର୍ଟ ଆଟାକ ର ଲକ୍ଷଣ ଗୁଡିକ ବିଷୟରେ କହିବାକୁ ଯାଉଛୁ ।
୧- ରକ୍ତ ସଞ୍ଚାଳନ ଠିକ ଭାବେ ନ ହେବାରୁ ମସ୍ତିସ୍କକୁ ଠିକ ଭାବେ ରକ୍ତ ଯାଇପାରେ ନାହି । ତେଣୁ ଝାଳ ବୋହିବା ସହ ମୁଣ୍ଡ ବୁଲାଇବା ବଳି ସମସ୍ଯା ଦେଖାଯାଏ ଯାହା ହାର୍ଟ ଆଟାକର ଲକ୍ଷଣ ହୋଇଥାଏ ।
୨- ଯଦି ଆପଣ ବିନା କିଛି କାରଣରେ ହାଲିଆ ହୋଇ ଯାଉଛନ୍ତି ତେବେ ଏହା ହାର୍ଟ ଆଟାକର ଲକ୍ଷଣ ହୋଇଥାଏ । ଏମିତି ଲକ୍ଷଣ ମହିଳାଙ୍କ କ୍ଷେତ୍ରରେ ଅଧିକ ଦେଖାଯାଏ ।
୩- ଯଦି ଆପଣଙ୍କୁ ନିଶ୍ଵାସ ନେବାରେ କମ ଅନୁଭବ ହେଉଛି ବା ଆପଣ ଅଧିକ ସମୟ ହେଲା ପବନ ଠିକରେ ପାଇ ପାରୁ ନାହାନ୍ତି ଅନୁଭବ କରୁଛନ୍ତି ତେବେ ହାର୍ଟ ଆଟାକ ର ଲକ୍ଷଣ ହୋଇଥାଏ ।
୪- ହାର୍ଟ ଆଟାକର ଆଉ ଏକ ଲକ୍ଷଣ ହେଉଛି ପେଟ କାଟିବା ଯାହା ସାଧାରଣ ସମସ୍ୟା ଅଟେ । କିନ୍ତୁ ଯଦି ଆପଣଙ୍କୁ ସବୁବେଳେ ପେଟ ବଥା, ପେଟ ଜଳିବା ବା ଖରାପ ହେବ ତେବେ ହାଲକା ଭାବରେ ନିଅନ୍ତୁ ନାହି । ଏହି ଲକ୍ଷଣ ଉଭୟ ମହିଳା ଓ ପୁରୁଷଙ୍କ କ୍ଷେତ୍ରରେ ଦେଖା ଯାଇଥାଏ ।
୫- ଅନିଦ୍ରା ହାର୍ଟ ଆଟାକ ର ଅନ୍ୟତମ ଲକ୍ଷଣ ଅଟେ । କାରଣ ଅନିଦ୍ରା ହାର୍ଟ ଆଟାକ ର ବିପଦକୁ ବଢାଇଥାଏ । ଏହି ଲକ୍ଷଣ ମହିଳାଙ୍କ ଠାରେ ଅଧିକ ଦେଖାଯାଏ ।
୬- ଛାତିରେ ଯନ୍ତ୍ରଣା ଅନେକ କାରଣରୁ ହୋଇଥାଏ । କିନ୍ତୁ ଯଦି ଏହି ଯନ୍ତ୍ରଣା ସବୁବେଳେ ହେଉଥାଏ ତେବେ ବୁଝି ପାରିବେ ହାର୍ଟ ଆଟାକ ଜନିତ ସମସ୍ଯା ହେବାକୁ ଯାଉଛୁ ।
୭- ଏହି ସବୁ ଲକ୍ଷଣ ଗୁଡିକ ଛାଡି ତେଲ ଅନ୍ୟ ଲକ୍ଷଣ ଗୁଡିକ ହେଉଛି ଅତ୍ୟଧିକ ଝାଳ ବୋହିବା, କାନ୍ଧ ବା ଅଣ୍ଟାରେ ଯନ୍ତ୍ରଣା ହେବା, ବାନ୍ତି ହେବା , ଥକା ଲାଗିବା, ହାତ ଗୋଡ ଓ ଦାନ୍ତ ବିନ୍ଧିବା, ଥଣ୍ଡା କାସ ଭଳି ସମସ୍ଯା ଦେଖାଗଲେ ତୁରନ୍ତ ଡାକ୍ତର ଙ୍କ ସହ ପରାମର୍ଶ କରନ୍ତୁ । ଠିକ ସମୟରେ ଠିକ ଚିକିତ୍ସା କରାଇଲେ ହାର୍ଟ ଆଟାକ ସମସ୍ଯା ର ଅଧିକ ଭୟ ରହିବ ନାହି । ତେବେ ଏହା ଥିଲା ହାର୍ଟ ଆଟାକ ର କିଛି ମୁଖ୍ୟ ଲକ୍ଷଣ ଗୁଡିକ ଯାହା ବିଷୟରେ ଜାଣିବା ନିହାତି ଜରୁରୀ ଅଟେ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।