ହୋଲି ପରେ ହେବାକୁ ଯାଉଛି ବିରଳ ସଂଯୋଗ, 4ଟି ରାଶି ହେବେ କୋଟିପତି

ଏବେ ମାର୍ଚ୍ଚ ମାସରେ ପାଳିତ ହେବାକୁ ଯାଉଛି ହୋଲି ର ପର୍ବ । ଏହି ପର୍ବର ହିନ୍ଦୁ ଧର୍ମରେ ବହୁତ ମାନ୍ୟତା ରହିଛି । ଏହି ପର୍ବକୁ ପ୍ରେମ ଓ ମିଳନ ର ପର୍ବ ମଧ୍ୟ କୁହାଯାଏ । ଏହି ପର୍ବ ଦିନ ଯେତେ ଶତ୍ରୁତା ଥିଲେ ମଧ୍ୟ ସମସ୍ତେ ନିଜର ଶତ୍ରୁତା , କ୍ରୋଧ , ମାନ ଅଭିମାନ ଆଦି ଭୁଲି ପରସ୍ପର କୁ ରଙ୍ଗ ଲଗାଇ ଥାନ୍ତି । ତେବେ ହୋଲିର ଏହି ପର୍ବ ଲୋକମାନେ ବହୁତ ଆନନ୍ଦ ରେ ପାଳନ କରିଥାନ୍ତି । ଏହି ପର୍ବର ଏକ ମାହାତ୍ମ୍ୟ ଘଟଣା ମଧ୍ୟ ଅଛି । ପ୍ରହ୍ଲାଦ ଯେତେ ବେଳେ ନଜକୁ ହରି ଭକ୍ତିରେ ଲୀନ କରିଥିଲେ ଏହା ଦେଖି ହିରଣ୍ୟ କଶ୍ୟପ ଅତ୍ୟନ୍ତ କ୍ରୋଧ କରିଥିଲେ ।

ସେ ନିର୍ଣ୍ଣୟ ନେଇଥିଲେ ଯେ ସେ ପ୍ରହ୍ଲାଦ କୁ ମାରିଦେବେ । ଏଥି ପାଇଁ ହିରଣ୍ୟ କଶ୍ୟପ ଯେତେ ପ୍ରଚେଷ୍ଟା କରିଲା ସବୁଥିରେ ବିଫଳ ହୋଇଥିଲା । କାରଣ ଭଗବାନ ବିଷ୍ଣୁ ନିଜର ଭକ୍ତ ପ୍ରହ୍ଲାଦଙ୍କୁ ସବୁବେଳେ ମୃତୁ ମୁଖରୁ ଉଦ୍ଧାର କରି ନେଉଥିଲେ । ତେବେ ହୀରଣ୍ୟର ଭଉଣୀ ହୋଲିକା ବରଦାନ ପାଇଥଲା ଯେ ସେ ବି କେବେବି ଅଗ୍ନିରେ ଭସ୍ମ ହେବ ନାହିଁ ।

ତେଣୁ ହୋଲିକା ଅଗ୍ନି କୁଣ୍ଡରେ ନିଜର କୋଳରେ ପ୍ରହ୍ଲାଦଜୁ ବସାଇ ବସିଥିଲା । ଯେପରି ପ୍ରହ୍ଲାଦ ଅଗ୍ନିରେ ଜଳି ମୃତ୍ୟୁବରଣ କରିବ । କିନ୍ତୁ ଭଗବାନ ବିଷ୍ଣୁ ନିଜର ଭକ୍ତ ପ୍ରହ୍ଲାଦ କୁ ଉଧାର କରି ହୋଲିକା ର ଦହନ କରିଥିଲେ । ତେଣୁ ଏହି ହୋଲିର ପର୍ବ ଦିନ ହୋଲିକା ଦହନ ମଧ୍ୟ ପାଲନ କରାଯାଏ ।

ଅଗ୍ନି ଜଳାଇ ଏଥିରେ କିଛି ଆହୁତି ଦେଇ ହୋଲିକା ଉତ୍ସବ ପାଳନ କରାଯାଏ । ତେବେ ଏହି ହୋଲି ଦିନ ଚାରୋଟି ରାଷିଙ୍କର ହେବାକୁ ଯାଉଛି ଭାଗ୍ୟ ପରିଵର୍ତନ । ଏମାନଙ୍କର ଏବେ ବ୍ୟବସାୟ ଓ ବାଣିଜ୍ୟରେ ଉନ୍ନତି ହେବ । ଏମାନଙ୍କୁ ଚାକିରୀ କ୍ଷେତ୍ରରେ ନିଜ ସହକର୍ମୀଙ୍କ ସମ୍ପୂର୍ଣ ସହଯୋଗ ପ୍ରାପ୍ତ ହେବ ।

ଯେଉଁମାନଙ୍କ ବିବାହ ବିଲମ୍ବ ହେଉଛି ବା କୌଣସି କାରଣ ରୁ ହୋଇ ପାରୁ ନାହିଁ । ଏବେ ସେମାନଙ୍କର ବିବାହ ର ଯୋଗ ମଧ୍ୟ ଅଛି । ସେମାନଙ୍କ ପାଇଁ ବିବାହ ପ୍ରସ୍ତାବ ମଧ୍ୟ ଆସିବ । ଯେଉଁମାନେ କିଛି ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି ସେଥିରେ ସେମାନେ ସଫଳ ହେବେ । ଏହି ରାଶିର ଲୋକମାନଙ୍କ ର ବୈବାହିକ ଜୀବନ ବହୁତ ଆନ୍ଦନ ମୟ ରହିବ ।

ଏମାନଙ୍କର ପାରିବାରିକ ସମସ୍ୟା ଦୂର ହେବ । ଆପଣଙ୍କୁ ଆପଣଙ୍କ ଜୀବନ ସାଥୀଙ୍କ ସମ୍ପୂର୍ଣ୍ଣ ସହଯୋଗ ମିଳିବ । ଗୁରୁଜନଙ୍କ ଆଶୀର୍ବାଦ ଆପଣଙ୍କୁ ପ୍ରାପ୍ତ ହେବ । ଆପଣଙ୍କ ପରିବାର ଲୋକ ଆପଣଙ୍କ ଉପରେ ସନ୍ତୁଷ୍ଟ ରହିବେ । ଆପଣଙ୍କୁ ସନ୍ତାନ ଦ୍ୱାରା କୌଣସି ଶୁଭ ସମାଚାର ମିଳିପାରେ । ଆପଣଙ୍କ ପରିବାରରେ କୌଣସି ଧାର୍ମିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ । ଆପଣ କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି । ତେବେ ଏହି ଚାରୋଟି ରାଶି ଗୁଡିକ ହେଲେ ମେଷ ରାଶି , ସିଂହ ରାଶି , କୁମ୍ଭ ରାଶି ଓ କନ୍ୟା ରାଶି ।

Leave a Reply

Your email address will not be published. Required fields are marked *