ଗ୍ୟାସ ସମସ୍ୟା ଦୂର କରିବାର ଘରୋଇ ଉପାୟ- Home Remedy for Acidity

ବର୍ତ୍ତମାନ ସମୟରେ ଲୋକ ନିଜକୁ ବହୁତ ବ୍ୟସ୍ତ ରଖୁ ଛନ୍ତି । ଖାଦ୍ୟ ପେୟ ର ସମୟ ଠିକ ରଖନ୍ତି ନାହିଁ । ଯାହା ଫଳରେ ଗ୍ୟାସ ଭଳି ସମସ୍ୟା ଦେଖା ଦେଇଥାଏ । ଲୋକ ଘର ଖାଦ୍ୟ ଠୁ ବାହାର ଖାଦ୍ୟ ଆଦି ଖାଇବା ପସନ୍ଦ କରନ୍ତି । ଯାହାକି ତେଲ ଜାତୀୟ ଖାଦ୍ୟ ଯାହାକୁ ଖାଇବା ଦ୍ୱାରା ଗ୍ୟାସ ଦେଖା ଦେଇଥାଏ । ଗ୍ୟାସ ଆଜିର ସମୟରେ ଏକ ସାଧାରଣ ରୋଗ ହୋଇ ଗଲାଣି । ଛୁଆ, ଲୋକ, ବୃଦ୍ଧ ଙ୍କ ମଧ୍ୟରେ ଏହି ଗ୍ୟାସ ରୋଗ ଦେଖା ଦେଉଛି ।

ତେବେ ଏହି ଗ୍ୟାସ ରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁ ଘରେ ଏକ ପାଉଡର ପ୍ରସ୍ତୁତ କରିବାକୁ ହେବ । ଏହି ପାଉଡର ଆପଣ ଦିନରେ ଥରେ ସେବନ କରିପାରିବେ । ଏହି ପାଉଡ଼ରରେ ଆପଣଙ୍କର କବଚ , ଗ୍ୟାସ ଆଦି ଭଳି ସମସ୍ୟା ଦୂର ହେବ ଓ ଯେଉଁ ମଳ ପେଟ ରେ ରହି ଗ୍ୟାସ ହେଉଥାଏ ତାହା ନିଷ୍କ୍ରିୟ ହୋଇଯିବ ।

ତେବେ ଏହି ଆୟୁର୍ବେଦିକ ପାଉଡର ପାଇଁ ଆପଣଙ୍କୁ ସବୁ ଜିନିଷ ଘରେ ମିଳିଯିବ । ପ୍ରଥମେ ଛୋଟ ହରିଡା ଯାହାକି ଗ୍ୟାସ ରୋଗ ପାଇଁ ବହୁତ ଭଲ କାର୍ଯ୍ୟ କରେ । ଏହାକୁ ଛେଚି ନେବେ । ଏହା ପରେ ଜୁଆଣି ଏହା ଆପଣଙ୍କୁ ଅତି ସହଜରେ ନିଜ ରୋଷେଇ ଘରେ ମିଳିଯିବ । ଗୋଟା ଜିରା ଏହା ମଧ୍ୟ ପେଟ ପାଇଁ ବହୁତ ଭଲ ।

ପାନମଧୁରୀ ଏହା ଆପଣଙ୍କ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ । କଳା ଲୁଣ । ଏହି ୫ଟି ସାମଗ୍ରୀ କୁ ନେଇ ଏହି ପାଉଡର ଟି ବନାଯିବ । ପ୍ରଥମେ ଗୋଟିଏ କଢେଇ ରେ ଛୋଟ ହରିଡା, ୧ ଚାମଚ ଜିରା , ୧ ଚାମଚ ଜୁଆଣି କୁ ଭଲ ଭାବେ ଭାଜିନେବେ କିନ୍ତୁ ମନେ ରଖିବେ ଏହା ଯେମିତି କଳା ନ ପଡ଼ିଯାଏ ।

ଏହା ପରେ ଏକ ଗ୍ରାଇଣ୍ଡର ଜାର ରେ ୧ ଚାମଚ ପାନମଧୁରୀ, ସ୍ୱାଦ ଅନୁସାରେ ଲୁଣ ବା ଅଧ ଚାମଚ କଳା ଲୁଣ ପକାଇବେ ଏଥିରେ ସେ ଭଜା ଜିରା , ହରିଡା, ଜୁଆଣି ମିଶାଇ ଭଲଭାବେ ପାଉଡର କରିନେବେ । ଏହି ସାମଗ୍ରୀ ର ପରିମାଣ ଯାହା ଦିଆଯାଇଛି ସେଥିରେ କେବଳ ୭ ଦିନ ପାଇଁ ପାଉଡର ହେବ ।

ତେଣୁ ଆପଣ ଯଦି ଅଧିକ ଦିନ ପାଇଁ ବନେଇବେ ତେବେ ଏହାର ପରିମାଣ ୨ ଗୁଣା କରିନେବେ । ରାତିରେ ଶୋଇବା ଆଗରୁ ଆପଣ ଏହି ପାଉଡର ର ସେବନ କରିବେ । ଆପଣ ଚାହିଁଲେ ଏହି ପାଉଡର କୁ ଆଗ ଖାଇକି ଏହା ପରେ ଉଷୁମ ପାଣି ପିଇ ପାରିବେ ।

ଅଥବା ଉଷୁମ ପାଣିରେ ଏକ ଚାମଚ ଏହି ପାଉଡର ମିଶାଇ ପିଇପାରିବେ । ଏହା ଦ୍ୱାରା ଗ୍ୟାସ, କବଜ ଆଦି ଦୂର ହେଇଥାଏ । ଏହାକୁ ଆପଣ ୧ ମାସ ପର୍ଯ୍ୟନ୍ତ ବନାଇକି ରଖିପାରିବେ । ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଭଲ ଅଟେ ।

Leave a Reply

Your email address will not be published. Required fields are marked *