ଯଦି ଆପଣଙ୍କ ନିଦ ପ୍ରାତଃ 3ଟା ରୁ 5ଟା ଭିତରେ ଭାଙ୍ଗିଥାଏ ତେବେ ଜାଣିବେ ଯେ ଇଶ୍ଵର ଦେଉଛନ୍ତି ଆପଣଙ୍କୁ ସଂକେତ- Sri Krishna

ବନ୍ଧୁଗଣ ସୂଚନା ଅନୁଯାଇ, ଯଦି ଆପଣଙ୍କ ନିଦ ରାତି ୩ ଟା ପରେ ଭାଙ୍ଗିଯାଉଥାଏ, ତେବେ ଆପଣଙ୍କୁ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ । କାରଣ ଏହା ଈଶ୍ବରୀୟ ସଙ୍କେତ ହୋଇଥାଏ, ଆପଣଙ୍କ ସାଥିରେ ଭଗବାନ କଥା ହେବା ପାଇଁ ଚାହିଁ ଥାନ୍ତି ଏହା ଶୁଭ ସଙ୍କେତ ଦେଇଥାଏ । ଯଦି ଆପଣଙ୍କୁ ସ୍ଵପ୍ନରେ ପାହାଡ଼ରୁ ଝରୁଥିବା ଝରଣା ପାଣିର ଦୃଶ୍ୟ ଦେଖିବାକୁ ମିଳେ ଓ ଆପଣ ସେହି ଝରଣା ପାଣି ପିଅନ୍ତି, ତେବେ ନିହାତି ଭାବରେ ଆପଣଙ୍କର ମନସ୍କାମନା ପୂର୍ଣ ହେବ । ସ୍ଵପ୍ନରେ ଦେବୀ,ଦେବତାଙ୍କୁ ଦେଖିଲେ ବହୁତ ଶୁଭ ଧରାଯାଇଥାଏ ଏବଂ ଆପଣଙ୍କୁ କାମରେ ସଫଳତା ପ୍ରାପ୍ତ ହୋଇଥାଏ ।

ଏହି ସ୍ଵପ୍ନକୁ କାହା ସାଥିରେ ବର୍ଣ୍ଣନା କରିବା ଉଚିତ ହୋଇନଥାଏ । ଯଦି ଆପଣଙ୍କର କୌଣସି କଥା ବିଷୟରେ ଆଗରୁ କିଛି ଆଭାସ ପାଇଥାନ୍ତି, ତେବେ ଜାଣି ରଖନ୍ତୁ ଦୈବ ଶକ୍ତିର ଆପଣଙ୍କ ଉପରେ ଆଶ୍ରୀବାଦ ଅଛି । ଆପଣଙ୍କ ପରିବାର ସହିତ ଯଦି ଆପଣଙ୍କର ମଧୁର ସମ୍ପର୍କ ଅଛି, ତାହେଲେ ଜାଣି ରଖନ୍ତୁ ମା ଲକ୍ଷ୍ମୀଙ୍କର ଆପଣଙ୍କ ଉପରେ କୃପାଦୃଷ୍ଟି ଅଛି । କୌଣସି ଜାଗାରେ ବସିଥିବା ବେଳେ କୌଣସି ପ୍ରକାର ସୁଗନ୍ଧ ଆପଣଙ୍କୁ ଆଭାସ ହୋଇଥାଏ, ତେବେ ଅଲୌକିକ ଶକ୍ତି ଚାରି ପାଖରେ ବ୍ୟାପିକି ଅଛି ।

ଯଦି କୌଣସି ସଙ୍ଗୀତ ବାଜୁନଥିବା ବେଳେ ଆପଣ ସଙ୍ଗୀତ ଶୁଣିବାକୁ ସାମାନ୍ୟତମ ପାଇଥାନ୍ତି, ତେବେ ଏହା ଶୁଭ ସଙ୍କେତର ଆଗମନ ହୋଇଥାଏ । ଏହି ସମୟ ମଧ୍ୟରେ ଆପଣ ଆପଣଙ୍କ ଇଷ୍ଟ ଦେବତାଙ୍କୁ ସ୍ମରଣ କରନ୍ତୁ । ଯଦି ଶୋଇଥିବା ସମୟରେ କେହି ଡାକିବାର ଲାଗେ ଓ ଆପଣ ଉଠିଯାଇଥାନ୍ତି, କିନ୍ତୁ ସେହି ଠାରେ କେହି ନଥାନ୍ତି, ତେବେ ସେହି ସମୟରେ କୌଣସି ପ୍ରକାର ଚିନ୍ତା ନକରି ଭଗବାନ ହନୁମାନଙ୍କୁ ସ୍ମରଣ କରି ନିଶ୍ଚିନ୍ତରେ ଶୋଇଯାନ୍ତୁ ।

ଆପଣଙ୍କ ଆଖ ପାଖ ପରିବେଶରେ ସବୁଜ ସୁନ୍ଦର ପରିବେଶ ଦେଖିବାକୁ ମିଳିଥାଏ, ତେବେ ଧାନ ପ୍ରାପ୍ତି ହେବାର ସମ୍ଭାବନା ଥାଏ । ଏହା ସହିତ ଶଙ୍ଖ, ମନ୍ଦିରର ଘଣ୍ଟି ଶୁଣିବାକୁ ପାଇଲେ ମଧ୍ୟ ଧନ ବର୍ଷା ହେବାର ଶୁଭ ସଙ୍କେତ ଦେଇଥାଏ । ସ୍ଵପ୍ନରେ ଜଣେ ସଧବା ମହିଳା ମଥାରେ ସିନ୍ଦୁର ଲଗେଇ ଠିଆ ହୋଇଥିବାର ଦେଖିଲେ, ଯାଣନ୍ତୁ ମା ମହାଲକ୍ଷ୍ମୀ ଆପଣଙ୍କୁ ସ୍ଵପ୍ନରେ ଦର୍ଶନ ଦେଲେ ।

ଏବଂ ବହୁତ ଶୀଘ୍ର ଆପଣଙ୍କ ଘରେ ମା ଲକ୍ଷ୍ମୀ ପ୍ରବେଶ ମଧ୍ୟ କରି ଧନର ବର୍ଷା କରାଇବେ । ସ୍ଵପ୍ନରେ ଆଖୁ ଦେଖିବା ବି ପଇସାର ସୂଚନା ଦେଇଥାଏ ଏହା ସହିତ ଧଳା କିମ୍ବା ସୁବର୍ଣ୍ଣ ରଙ୍ଗର ସାପ ଦେଖିଲେ, ଜାଣି ରଖନ୍ତୁ ଏହା ଧନ ପ୍ରାପ୍ତିର ଲକ୍ଷଣ ହୋଇଥାଏ ।

ସ୍ଵପ୍ନରେ ଘୋଡା ଉପରେ ବସିଥିବାର ଦେଖିବାକୁ ପାଇଲେ କୌଣସି ନୂଆ କାମ ମିଳିବାର ସଙ୍କେତ ମିଳିଥାଏ ଓ ଚାକିରି ରେ ପଦ୍ଵୋନ୍ନତି ହୋଇଥାଏ । ଆକାଶରେ କଳା ବଦଳ ସହିତ ମେଘ ଦେଖିବାକୁ ମିଳିଲେ ଆଶା କରିଥିବା କାମ ମଧ୍ୟ ପୂରଣ ହୋଇଥାଏ । ତେବେ ଯଦି ଆପଣଙ୍କ ନିଦ ଭୋର ୩ ରୁ ୫ ଭିତରେଭାଙ୍ଗିଯାଏ, ତାହେଲେ ନିଜର ନିତ୍ୟ କର୍ମ ସାରିକି ଭଗବାନଙ୍କର ପାର୍ଥନା କରନ୍ତୁ । ଶୁଭଫଳ ମିଳିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ, ତେବେ ନିହାତି ଭାବରେ କମେଣ୍ଟ କରିକି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *