ଜାଣନ୍ତୁ ସ୍ଵପ୍ନରେ ପାଣି ଦେଖିବାର ଅର୍ଥ ? Swapna Shastra

ନମସ୍କାର ବନ୍ଧୁଗଣ, ଜୀବନରେ ସବୁଠାରୁ ଶାନ୍ତିର ଜାଗା ଯଦି କଣ ହୋଇଥାଏ ତାହା ହେଉଛି ଶୋଇବା ପରର ସ୍ଵପ୍ନର ଦୁନିଆ । ଶୋଇବା ପରେ ଆମେ ଅନେକ କିଛି ସ୍ଵପ୍ନ ଦେଖିଥାଉ । ଆମେ ଦେଖୁଥିବା ସ୍ଵପ୍ନ କେବେ ବ୍ୟର୍ଥ ହୋଇନଥାଏ କାରଣ ଏହା ଆମ ଜୀବନରେ ଆସିବାକୁ ଥିବା ଅନେକ କଥାର ଆଗରୁ ହିଁ ସୂଚନା ଦେଇଦେଇଥାଏ । ଯାହାକୁ ବୁଝିବା କେବଳ ବାକିଥାଏ । ତେବେ ଆଜି ଆସନ୍ତୁ ଜାଣିବା ସ୍ଵପ୍ନରେ ପାଣି ଦେଖିବାର ଅର୍ଥ କଣ ହୋଇଥାଏ ।

ପ୍ରଥମ: ଯଦି ଆପଣ ସ୍ଵପ୍ନରେ ବର୍ଷା ପଡୁଥିବାର ଦେଖନ୍ତି କିମ୍ବା ବର୍ଷା ପାଣି ଦେଖନ୍ତି ତେବେ ଏହା ଶୁଭ ହୋଇଥାଏ । ଏହାର ଅର୍ଥ ହୋଇଥାଏ କି ଆପଣଙ୍କ ଜୀବନରେ ଖୁବ ଶୀଘ୍ର କିଛି ଶୁଭ କାମ ହେବାକୁ ଯାଉଛି । ଦିତୀୟ: ଯଦି ଆପଣ ସ୍ଵପ୍ନରେ ଚାରିଆଡେ ବନ୍ୟା ଜଳ ଘେରି ରହିଥିବାର ଦେଖନ୍ତି ତେବେ ଆପଣଙ୍କ ନିକଟ ଭବିଷ୍ୟତରେ ଆପଣଙ୍କୁ କୌଣସି ଶୁଭ ଖବର ମିଳିବାକୁ ଯାଉଛି ବୋଲି ଜାଣିବେ ।

ତୃତୀୟ: ଯଦି ଆପଣ ରାତିରେ ଶୋଇଥିବା ବେଳେ ସ୍ଵପ୍ନରେ ଗରମ ପାଣି ଗ୍ୟାସ କିମ୍ବା ଚୁଲିରେ ବସି ଫୁଟୁଥିବାର ଦେଖନ୍ତି ତେବେ ଏହା ଅଶୁଭ ସଙ୍କେତ ଦେଇଥାଏ । ଏହାର ଅର୍ଥ ହୋଇଥାଏ କି ଆପଣ କୌଣସି ସମସ୍ୟାର ସାମନା କରିବାକୁ ଯାଉଛନ୍ତି । ଚତୁର୍ଥ: ଯଦି ସ୍ଵପ୍ନରେ ସମ୍ପୂର୍ଣ ସ୍ଵଚ୍ଛ ଓ କାଚ ପରି ପାଣି ଦେଖନ୍ତି ତେବେ ଏହା ଶୁଭ ବୋଲି ଜାଣିଯିବେ । କାରଣ ଏହାର ଅର୍ଥ ହୋଇଥାଏ କି ବହୁତ ଶୀଘ୍ର ଆପଣଙ୍କ ନିଜ ଜୀବନରେ ଅନେକ କାର୍ଯ୍ୟରେ ସଫଳତା ହାସଲ କରିବେ ଉନ୍ନତିର ଶୀର୍ଷରେ ପହଞ୍ଚିବେ । ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥ ଦେବ ।

ପଞ୍ଚମ: ଯଦି ଆପଣ ସ୍ଵପ୍ନରେ ମଇଳା ବା ଅସନା ପାଣି ଦେଖୁଛନ୍ତି ତେବେ ଏହାର ଅର୍ଥ ଆପଣ ଭବିଷ୍ୟତରେ କୌଣସି ଭଲ କାର୍ଯ୍ୟ କିମ୍ବା ନୂଆ କାର୍ଯ୍ୟ ଆରମ୍ଭର କରିବାର ସୁଯୋଗରୁ ବଞ୍ଚିତ ହେବେ । ଆପଣ ଭାବିଥିବା ଯୋଜନା ସଫଳ ହେବ ନାହିଁ । ଏହି କଥାର ଏହି ସ୍ଵପ୍ନ ସିଧାସଳଖ ଆପଣଙ୍କୁ ସୂଚନା ଦେଇଦେଇଥାଏ ।

କିନ୍ତୁ ଏହାର ଅର୍ଥ କେହି ନ ବୁଝିପାରି କାର୍ଯ୍ୟ କରନ୍ତି ଏବଂ ବିଫଳ ହୁଅନ୍ତି । କିନ୍ତୁ ଆଜି ପରଠାରୁ ଆପଣ କେବେ ମଧ୍ୟ ବିଫଳର ସମୁଖୀନ ହେବେ ନାହିଁ । କାରଣ ଆପଣ ଏହାଏକ ସଙ୍କେତ ଆଗରୁ ଜାଣିପାରିବେ । ତେବେ ଏହା ଥିଲା ପାଣି ସହ ଜଡିତ ଥିବା କିଛି ସ୍ଵପ୍ନ ଯାହାକୁ ଦେଖିବାର ଅର୍ଥ ଆପଣ ମାନେ ଆଜି ଜାଣିବାକୁ ପାଇଲେ ।

ତେବେ ଏହିସବୁ କଥାକୁ ଧ୍ୟାନରେ ନିହାତି ରଖିବେ । ଏହାଦ୍ୱାରା ଆପଣ ନିଜ ଜୀବନକୁ ନିଜ ହିସାବରେ ଚଳାଇପାରିବେ । ଆପଣଙ୍କ ଆଗାମୀ ବିପଦର ସଙ୍କେତ ପାଇ ଆପଣ ସେଥିରେ ସହଜରେ ମୁକୁଳି ପାରିବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *