ଜନ୍ମ ସମୟ ଅନୁସାରେ ଆପଣଙ୍କ ଭାଗ୍ୟ ଭବିଷ୍ୟ ବିଷୟରେ କିଛି କଥା

ଆମ ଜୀବନରେ ସବୁ କିଛି ଆମ ସହ ଜଡିତ କିଛି ନା କିଛି ରୁ ଜଣା ପଡିଥାଏ । ଠିକ ସେମିତି ଜନ୍ମ ସମୟ ରୁ ମଧ୍ୟ ବ୍ୟକ୍ତି କେଉଁ ଭଳି ବ୍ୟକ୍ତିତ୍ବ ର ହୋଇଥାଏ ଜଣାପଡେ । ଆସନ୍ତୁ ଜାଣିବା ସେ ବିଷୟରେ । ୧.ସକାଳ ୪ଟା ରୁ ୬ଟା ମଧ୍ୟରେ ଜନ୍ମ ହୋଇଥିବା ବ୍ୟକ୍ତି ଙ୍କର ବାଲ୍ୟାବସ୍ଥା ମୋଟାମୋଟି ଠିକ ଠାକ କଟିଥାଏ । ଏମାନଙ୍କ ଜୀବନରେ ହଠାତ ଉନ୍ନତି ଘଟିଥାଏ । ଏମାନେ ବହୁତ କର୍ମଠ ଜୀବନ ଯାପନ କରିବାକୁ ପସନ୍ଦ କରନ୍ତି ।

୨.ସକାଳ ୬ ଟା ରୁ ୮ଟା ଭିତରେ ଜନ୍ମ ହୋଇଥିବା ବ୍ୟକ୍ତି ବିଶେଷ ବହୁତ ଭାଗ୍ୟଶୀଳ ହୋଇଥାନ୍ତି । ତାହା ସହ ସର୍ବଗୁଣସମ୍ପର୍ଣ୍ଣ ଏବଂ ଜିଦ ଖୋର ସ୍ୱଭାବର ହୋଇଥାନ୍ତି । ଜୀବନରେ କିଛିଦିନ ଅଭାଵ ରେ କାଟିବାକୁ ପଡିବ । ୩.ସକାଳ ୮ଟା ରୁ ଦିନ ୧୦ ଟା ମଧ୍ୟରେ ଜନ୍ମ ହୋଇଥିବା ବ୍ୟକ୍ତି ବହୁତ ନିର୍ମଳ, ସରଳ ଏବଂ ଚିନ୍ତାଶୀଳ ସ୍ୱଭାବର ହୋଇଥାନ୍ତି ।

ଏମାନେ ବହୁତ ଭଲ ବନ୍ଧୁ ବନେଇ ପାରନ୍ତି । ୪.ଦିନ ୧୦ ଟା ରୁ ୧୨ ଟା ମଧ୍ୟରେ ଜନ୍ମ ହୋଇଥିବା ବ୍ୟକ୍ତି ଜୀବନରେ ବହୁତ ସଫଳତା ଲାଭ କରିଥାନ୍ତି । ଏମାନଙ୍କ ଶେଷ ଜୀବନ ବହୁତ ସୁଖ ରେ କଟିଥାଏ । ଏମାନେ ମନରେ ଯାହା ଇଚ୍ଛା କରନ୍ତି ବାସ୍ତବରେ ସେଇୟା ହିଁ ଘଟିଥାଏ । ୫.ଦିନ ୧୨ ଟା ରୁ ୨ ଟା ମଧ୍ୟରେ ଜନ୍ମ ହୋଇଥିବା ବ୍ୟକ୍ତି ଙ୍କ ମନ ବହୁତ ସରଳ, ନିଷ୍କପଟ ହୋଇଥାଏ ।

ଏମାନେ ଯଦି ରାଜନୀତି କରନ୍ତି ତେବେ ବହୁତ ସଫଳତା ମିଳିଥାଏ । ପ୍ରଚୁର ଅର୍ଥ ର ମାଲିକ ହୋଇଥାନ୍ତି । ଏମାନେ ସମସ୍ତଙ୍କ ପାଖରେ ପ୍ରିୟ ହୋଇଥାନ୍ତି । ପର ର ଉପକାର ପାଇଁ ଜୀବନ ବି ଦେଇ ପାରନ୍ତି । ବହୁତ ପରିଶ୍ରମୀ ହୋଇଥାନ୍ତି । ଏମାନଙ୍କ ବାଲ୍ୟ ସମୟ ଆଉ ଶେଷ ସମୟ ବହୁତ ସୁଖରେ କଟିଥାଏ ।

୬.ଦିନ ୨ ଟାରୁ ୪ ଟା ମଧ୍ୟରେ ଜନ୍ମ ହୋଇଥିବା ବ୍ୟକ୍ତି ଅନେକ ସମୟରେ ଦୁର୍ଘଟଣା ର ଶିକାର ହୋଇଥାନ୍ତି । ଏମାନେ ବାଧିଗ୍ରସ୍ତ ସହ ଏମାନଙ୍କ ଆର୍ଥିକ ସ୍ଥିତି କଷ୍ଟକର ହୋଇଥାଏ । ୭.ଦିନ ୪ ଟା ରୁ ୬ ତା ମଧ୍ୟରେ ଜନ୍ମ ହୋଇଥିବା ବ୍ୟକ୍ତି ଙ୍କର ସମସ୍ତ କାର୍ଯ୍ୟ ରେ ବାଧା ସୃଷ୍ଟି ହୁଏ । ଏମାନେ ଭାଗ୍ୟଶୀଳ ହୋଇଥାନ୍ତି । ବାଲ୍ୟ ଜୀବନ କଷ୍ଟକର ହୋଇଥାଏ । ଏମାନେ ସାଧାରଣ ଭାବରେ ବିବାହ ପରେ ଉନ୍ନତି କରିଥାନ୍ତି ।

୮.ସନ୍ଧ୍ୟା ୬ ଟାରୁ ୮ ଟା ମଧ୍ୟରେ ଜନ୍ମ ହୋଇଥିବା ବ୍ୟକ୍ତି ବହୁତ ସରଳ ହୋଇଥାନ୍ତି । ଏମାନଙ୍କ ବାଲ୍ୟ ଜୀବନ ଅଭାବରେ କଟେ । ପରେ କଠିନ ପରିଶ୍ରମ କରି ଉନ୍ନତି ଆଣିବାକୁ ପଡେ । ୯. ରାତି ୮ ଟାରୁ ୧୦ ଟା ମଧ୍ୟରେ ଜନ୍ମ ହୋଇଥିବା ବ୍ୟକ୍ତି ବହୁତ ଜିଦ କରନ୍ତି । ଅନ୍ୟ ଉପରେ ସବୁବେଳେ ଅଶାନ୍ତି ହୁଅନ୍ତି ।

୧୦. ରାତି ୧୦ ଟାରୁ ୧୨ ଟା ମଧ୍ୟରେ ଜନ୍ମ ବ୍ୟକ୍ତି ପରିଶ୍ରମୀ, ସୌଭାଗ୍ୟ ଅର୍ଜନକାରୀ, ପ୍ରତିଷ୍ଠିତ ଆଦି ହୋଇଥାନ୍ତି । ୧୧. ରାତି ୧୨ ଟାରୁ ୨ ଟା ମଧ୍ୟରେ ଜନ୍ମ ବ୍ୟକ୍ତି ସର୍ବଦା ସତ ପଥରେ ପରିଚାଳିତ ହୁଅନ୍ତି । ଏମାନେ ବହୁତ ପ୍ରତିଷ୍ଠା ଲାଭ କରନ୍ତି । ୧୨.ରାତି ୨ ଟା ରୁ ଭୋର ୪ ଟା ମଧ୍ୟରେ ଜନ୍ମ ହୋଇଥିବା ବ୍ୟକ୍ତି ବୁଦ୍ଧିମନ୍ତ ଏବଂ ଚାଲାକ ହୋଇଥାନ୍ତି । ଏମାନେ ଶିକ୍ଷକ କିମ୍ବା ରାଜନୀତି କଲେ ବହୁ ସୁନାମ ଅର୍ଜନ କରନ୍ତି ।

Leave a Reply

Your email address will not be published. Required fields are marked *