ଯେତେ କଷ୍ଟ ବା ଦୁଃଖ ଆସୁ କେବେ ବି ଏହି 5 ଟି କଥା ଅନ୍ୟ ଆଗରେ କହିବେ ନାହିଁ, ଦେଖନ୍ତୁ କଣ

ପ୍ରତେକ ବ୍ୟକ୍ତିଙ୍କ ପାଖରେ କୌଣସି ନା କୌଣସି ଗୁପ୍ତ କଥା ରହିଥାଏ ଯାହା ସେମାନେ ଅନ୍ୟକୁ କହିବ ଉଚିତ ନୁହେଁ । ଯଦି ଆପଣ ନିଜର ଗୁପ୍ତ କଥା ଅନ୍ୟ ସହ ସେୟାର କରିବେ ତେବେ ହୁଏ ତ ପରେ ଅନୁତାପ କରିବାକୁ ପଡିପାରେ । ଅନେକ ସମୟରେ ବ୍ୟକ୍ତି ନିଜର ଗୁପ୍ତ କଥା ଆପଣଙ୍କୁ କହିଲେ ଆପଣ ମଧ୍ୟ ନିଜର ଗୁପ୍ତ କଥା କହିବାକୁ ଚିନ୍ତା କରିଥାନ୍ତି । କିନ୍ତୁ ଏହି ଧା ରଣା ସଂପୂର୍ଣ୍ଣ ଭାବେ ଭୁଲ ଅଟେ । ଏଥିପାଇଁ ଆପଣ ଭବିଷ୍ୟତରେ ଅସୁବି ଧାରେ ପଡି ପାରନ୍ତି । ଆଜି ଆମେ ଆପଣ ମାନଙ୍କୁ ଏମିତି ୫ଟି ଗୁ ପ୍ତ କଥା ଅନ୍ୟକୁ କହିବା ଅନୁଚିତ ସେହି ବିଷୟରେ କହିବାକୁ ଯାଉଛୁ ।

୧- ଯାହା ବି ଆପଣ ଲୋକ ମାନଙ୍କର ମଙ୍ଗଳ ହେଲା ଭଳି କାମ କରୁଛନ୍ତି ବା ଦାନ ଧର୍ମ କରୁଛନ୍ତି ତେବେ ଅନ୍ୟ ଆଗରେ କହିବା ଅନୁଚିତ । ଯଦି ଆପଣ କାହାକୁ ସାହାଜ୍ଯ କରୁଛନ୍ତି ତେବେ ତାହା କହିବା ଅନୁଚିତ । ଏପରି କରିବା ଦ୍ଵାରା ଆପଣଙ୍କର ଦାନ ଧର୍ମ ର୍କୌଣସି ମୂଲ୍ୟ ରହିବ ନାହି ।

୨- ପ୍ରତେକ ବ୍ୟକ୍ତିର ଜୀବନରେ ନିଜର କିଛି ଅଲଗା ବିଚାର ଓ ଚିନ୍ତାଧାରା ରହିଥାଏ । ଯାହା ଆପଣ ନିଜେ ସୃଷ୍ଟି କରିଥିବେ । ଅନ୍ୟ ବ୍ୟକ୍ତି ବିଷୟରେ ଆପଣଙ୍କର କିଛି ଚିନ୍ତାଧାରା ରହିଥିବ । କେବେ ବି ଏହି ବିଷୟରେ ଅନ୍ୟ ସହ ସେୟାର କରିବା ଉଚିତ ନୁହେଁ । ଏପରି କରିବା ଦ୍ଵାରା ଅନ୍ୟ ମାନେ ଆପଣଙ୍କର ଫାଇଦା ଉଠାଇଥାନ୍ତି ।

୩- ପ୍ରତକେ ବ୍ୟକ୍ତି ଜୀବନରେ କିଛି ନା କିଛି ଲକ୍ଷ୍ୟ ରହିଥାଏ । ଯାହାକୁ ପୁରା କରିବା ପାଇଁ ବ୍ୟକ୍ତି ଉଦ୍ୟମ ଜାରି ରଖିଥାଏ । ଯଦି ଆପଣ ନିଜର ଲକ୍ଷମ ବିଷୟରେ ଅନ୍ୟକୁ କହିବେ ତେବେ ହୁଏ ତ ଆପଣ ନିଜ ଲକ୍ଷ୍ୟରେ କେବେ ବି ପହଞ୍ଚି ପାରିବେ ନାହି । ଆପଣଙ୍କ ଲକ୍ଷ୍ୟ ବଡ ହେଉ ବା ଛୋଟ ହେଉ କିନ୍ତୁ ଅନ୍ୟ ଆଗରେ କହିବା ଉଚିତ ନୁହେଁ । ଏହା ଦ୍ଵାରା ଅନ୍ୟ ମାନେ ଆପଣଙ୍କ ଠାରୁ ଆଗକୁ ଯାଇ ସଫଳ ହେବାକୁ ଶତ୍ରୁ ଭଳି ଆପଣଙ୍କ ପଛରେ ପଡିଯିବେ । ଏମିତିକି ଲୋକ ମାନେ ଆପଣଙ୍କର ପରିହାସ ମଧ୍ୟ କରି ପାରନ୍ତି ।

୪- ପ୍ରତେକ ବ୍ୟକ୍ତିଙ୍କର ଲାଇଫ ଷ୍ଟାଇଲ ଅଲଗା ରହିଥାଏ । ଠିକ ସେହିଭଳି ବ୍ଯକ୍ତିର ଧରମ ମଧ୍ୟ ଅଲଗା ରହିଥାଏ । ତେଣୁ ନିଜର ଜାତି ଧର୍ମ ବିଷୟରେ ଅନ୍ୟ ଆଗରେ କହିବା ଉଚିତ ନୁହେଁ । ଏହା ଦ୍ଵାରା ଆପଣ ବିପଦରେ ପଡି ପାରନ୍ତି । ନିଜର ଖରାପ ଅଭ୍ଯାସ ଓ ଅପମାନ ବିଷୟରେ ଅନ୍ୟକୁ କହିବା ଉଚିତ ନୁହେଁ ।

୫- ପ୍ରତେକ ଘରେ କୌଣସି ନା କୌଣସି କାରଣରୁ କଳହ ଲାଗି ରହିଥାଏ । କିନ୍ତୁ ଭୁଲରେ ବି ନିଜର ପରିବାରରେ ଘଟୁଥିବା ଘଟଣା ବିଷୟରେ ଅନ୍ୟ ଆଗରେ କହିବା ଅନୁଚିତ । ଏପରି କରିବା ଦ୍ଵାରା ଅନ୍ୟ ମାନେ ଆପଣଙ୍କ ଉପରେ ହସିବା ସହ ଏହାର ଫାଇଦା ଉଠାଇବେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *