ଯେଉଁ ବ୍ୟକ୍ତିର ନିଦ ସକାଳ 3 ରୁ 5 ଭିତରେ ଖୋଲେ ତାଙ୍କୁ ଇଶ୍ଵର ଦିଅନ୍ତି ଏହି 3ଟି ସଂକେତ

ଭଗବାନ ଶ୍ରୀ କୃଷ୍ଣଙ୍କ ଅନୁସାରେ ବ୍ରହ୍ମ ମୁହୂର୍ତ୍ତରେ ଉଠୁଥିବା ବ୍ୟକ୍ତିକୁ ବହୁତ ଅସଧାରଣ ସଙ୍କେତ ମିଳିଥାଏ । ସକାଳ ୩ ଟା ରୁ ୫ ଟା ସମୟ ହେଉଛି ବ୍ରହ୍ମ ମୁହୁର୍ତ୍ତ । ବ୍ରହ୍ମ ଅର୍ଥ ପରଂବ୍ରହ୍ମ ଓ ମୁହୁର୍ତ୍ତ ଅର୍ଥ ଅମୃତ ବେଳା ବା ଅନୁକୂଳ ସମୟ ଯେଉଁ ସମୟରେ ଶକ୍ତି ଓ ପରମାତ୍ମାଙ୍କ ମିଳନ । ଏହି ସମୟରେ ଈଶ୍ୱର ଓ ଶକ୍ତିର ମିଳନ ହୋଇଥାଏ । ଏହି ସମୟ ବହୁତ ଶୁଭ ସମୟ ଅଟେ । କରାଗ୍ରେ ବସତି ଲଷ୍ମୀ, କର ମଧ୍ୟେ ସରସ୍ୱତୀ, କର ମୂଳେ ତୁ ଗୋବିନ୍ଦ ପ୍ରଭାତେ କର ଦର୍ଶନମ ।

ଏହି ବ୍ରହ୍ମ ମୁହୂର୍ତ୍ତରେ ଉଠୁଥିବା ବ୍ୟକ୍ତି ଯଦି ଉଠିବା ପରେ ଏହି ମନ୍ତ୍ର ପଢିବା ଦ୍ୱାରା ତାଙ୍କୁ ଶୁଭ ଫଳ ପ୍ରାପ୍ତ ହୋଇଥାଏ । ଏହି ମନ୍ତ୍ର ର ଅର୍ଥ ହେଉଛି କର ର ଅଗ୍ର ଭାଗରେ ମା ଲଷ୍ମୀ ବାସ କରନ୍ତି । କର ର ମଧ୍ୟରେ ସରସ୍ୱତୀ ଓ କର ର ମୂଳରେ ଗୋବିନ୍ଦ ବା ଭଗବାନ ବିଷ୍ଣୁ । ଏହି ମନ୍ତ୍ର ପଢିବା ଦ୍ୱାରା ସେହି ବ୍ୟକ୍ତିକୁ ଏହି ୩ ଟି ଭଗବାନଙ୍କ ର ଆର୍ଶୀବାଦ ମିଳିଥାଏ । ତେଣୁ ଏହି ମନ୍ତ୍ର ସକାଳୁ ପଢିବା ଭଲ ଅଟେ । ଏହି ବ୍ରହ୍ମ ମୁହୂର୍ତ୍ତରେ ନିଜର ଇଷ୍ଟ ଦେବତାଙ୍କର ପୂଜା ଅର୍ଚ୍ଚନା କରିବା ଦ୍ୱାରା ତାଙ୍କ ଆର୍ଶୀବାଦ ଆପଣଙ୍କୁ ଶୀଘ୍ର ପ୍ରାପ୍ତ ହୋଇଥାଏ । ପ୍ରାତଃ ସମୟରେ ଉଠିବା ଦ୍ୱାରା ମନ ଓ ମସ୍ତିଷ୍କରେ ସକାରତ୍ମକ ଉର୍ଜାର ପ୍ରସାର ହୋଇଥାଏ ।

କେବଳ ଧାର୍ମିକ ଓ ପୁରାଣ ଶାସ୍ତ୍ର ଅନୁସାରେ ପ୍ରାତଃ ସମୟ ଶୁଭ ବୋଲି ନୁହେଁ ବରଂ ବିଜ୍ଞାନ ଅନୁସାରେ ବି ପ୍ରାତଃ ସମୟ ବହୁତ ଭଲ ଅଟେ । ପ୍ରାତଃ ସମୟ ରେ ଅକ୍ସିଜେନ ବହୁତ ଶୁଦ୍ଧ ମାତ୍ରାରେ ମିଳିଥାଏ । ପ୍ରାତଃ ସମୟ ରେ ଉଠିକି ପଢିବା ଦ୍ୱାରା ପାଠ ବହୁତ ସମୟ ପର୍ଯ୍ୟନ୍ତ ପାଠ ମନେ ରହିଥାଏ । ପୁରାଣରେ ଦୁଇଟି ଶ୍ଳୋକ ଅଛି ଯାହା ସକାଳୁ ଉଠିବାର ଲାଭ ସମ୍ଭନ୍ଧ ରେ ଜଣାଇଥାଏ । ପ୍ରଥମ ଶ୍ଳୋକ ହେଉଛି ” ବର୍ଣ୍ଣ କୀର୍ତିମତି ଲଷ୍ମୀ, ସ୍ୱାସ୍ଥ୍ୟମ୍ୟୁଶ୍ଚ ବିଦନ୍ତି, ବ୍ରହ୍ମ ମୁହୁର୍ତ୍ତ ସଁଜଗ୍ରାଛି ବା ପଙ୍କଜ ୟଥା” । ଏହାର ଅର୍ଥ ଯେଉଁ ନାରୀମାନେ ପ୍ରାତଃ ସମୟରେ ଉଠନ୍ତି ସେମାନେ ସୌନ୍ଦର୍ଯ୍ୟ, ଭଲ ସ୍ୱାସ୍ଥ୍ୟ, ବୁଦ୍ଧି, ଓ ଲଷ୍ମୀଙ୍କୁ ପ୍ରାପ୍ତି କରିଥାନ୍ତି ।

ଦ୍ଵତୀୟ ଶ୍ଳୋକ ହେଉଛି ” ପ୍ରାତାରତନ୍ମ ପ୍ରତିରିଶ୍ବା ଦଧତି , ତଂ ଚିକିତ୍ସା ପ୍ରତିଗୃହ୍ୱନିଧନ୍ତେ , ତେଜ ପ୍ରଜା ବଧ୍ୟୟମାନ ଆୟୁ , ରାୟସପୋଷଣ ସଚେତ ସୁବିରଃ” । ଏହାର ଅର୍ଥ ଯେଉଁ ବ୍ୟକ୍ତି ସକାଳୁ ଉଠିଥାନ୍ତି ସେମାନେ ସୁସ୍ଥ ଶରୀର, ଶାନ୍ତ ମନ, ଓ ଦୀର୍ଘାୟୁ ଓ ବୀର ହୋଇଥାନ୍ତି । ସକାଳୁ ଉଠି ଗାଈ ର ଗୋବର, ସୁନା, କ୍ଷୀର କୌଣସି ସଧବା ନାରୀଙ୍କ ମୁହଁ ଆଦି ଦେଖିବା ଦ୍ୱାରା ଆପଣଙ୍କ ସକାଳ ଟି ଭଲ ହୋଇଥାଏ । ଓ ଦିନ ଟି ଶୁଭ ରେ କଟିଥାଏ । ସକାଳୁ ଉଠିବା ଦ୍ୱାରା ମଣିଷ ର ଶରୀର , ମନ , ଧ୍ୟାନ , ସ୍ମରଣ ଶକ୍ତି ଆଦି ଭଲ ଓ ବୃଦ୍ଧି ହୋଇଥାଏ ।

Leave a Reply

Your email address will not be published. Required fields are marked *