ଯେଉଁ ଘରେ ଏହି 7ଟି ଗଛ ଥାଏ ସେହି ଘରେ ହୁଏ ଧନର ବର୍ଷା- Vaastu Tips

ଯେବେ ଦୁନିଆ ଆରମ୍ଭ ହୋଇଥିଲା ସେହି ସମୟରେ କେବଳ ଗଛ ହିଁ ଥିଲା ଯେଉଁଥିରେ ମଣିଷର ଜୀବନ ନିର୍ଭର କରିଥାଏ । କାରଣ ଗଛ ଦ୍ଵାରା ପ୍ରାଣ ବାୟୁ ତଥା ଅନ୍ଯାନ୍ଯ ସାମଗ୍ରୀ ପ୍ରାପ୍ତ ହୋଇଥାଏ । ଗଛଲତା ଗୁଡିକରୁ ଆମ ମନକୁ ଶାନ୍ତି ମଧ୍ୟ ମିଳିଥାଏ । ଗଛଲତା ଗୁଡିକରୁ ବାହାରୁଥିବା ସାକାରାତ୍ମକ ଊର୍ଜା କାରଣରୁ ଖରାପ ଊର୍ଜାର ଅନ୍ତ ଘଟିଥାଏ । ବାସ୍ତୁ ଅନୁଯାୟୀ ଗଛଲତା ଗୁଡିକର ବିଶେଷ ମହତ୍ଵ ରହିଛି । ବାସ୍ତୁ ଅନୁସାରେ ଘରେ ଏମିତି କିଛି ଗଛ ଲଗାଇବା ଦ୍ଵାରା ସୁଖ ଶାନ୍ତି ଆସିବା ସହ ବର୍ତ୍ତମାନ ଓ ଭବିଷ୍ୟତରେ ସାକାରାତ୍ମକ ଊର୍ଜା ସୃଷ୍ଟି ହୋଇଥାଏ । ଆଜି ଆମେ ଆପଣଙ୍କୁ ସେହି ଗଛ ଗୁଡିକ ବିଷୟରେ କହିବାକୁ ଯାଉଛୁ ।

୧- ଅଶୋକ ଗଛ : ଘରର ଉତ୍ତର ଦିଗରେ ଅଶୋକ ଗଛ ଲଗାଇଲେ ଶୁଭ ପ୍ରଭାବ ପଡିଥାଏ । ଏହା ଦ୍ଵାରା ଘରର ଆଖ ପାଖରେ ଥିବା ଖରାପ ଶକ୍ତିର ପ୍ରଭାବ ଶେଷ ହୋଥାଏ ।

୨- ଆମଲା ଗଛ : ବାସ୍ତୁ ଅନୁଯାୟୀ ଆମଲା ଗଛର ଘରର ସୀମାରେ ରହିବା ଶୁଭ ମାନାଯାଏ । ଏହି ଗଛର ଘରେ ଲଗାଇଲେ ଅନ୍ୟ ଗଛ ମାନଙ୍କର ପ୍ରଭାବ ପଡେ ନାହି ।

୩- ପଦ୍ମ ଗଛ : ଘରର ଐଶାନ୍ୟ କୋଣରେ ଏକ ପୋଖରି କରି ପଦ୍ମ ଗଛ ଲଗାଇଲେ ମା ଲକ୍ଷ୍ମୀଙ୍କ ବାସ ହୋଇଥାଏ । ବେପାରରେ ଉନ୍ନତି ହେବ ସହ ସୁଖ ସମୃଦ୍ଧି ବଜାୟ ରହିଥାଏ ।

୪- ବରଗଛ : ବାସ୍ତୁ ଅନୁଯାୟୀ ବରଗଛ ଅତ୍ୟନ୍ତ ଶୁଭ ଗଛ ହୋଇଥାଏ । ଘରର ପୂର୍ବ ଦିଗରେ ବରଗଛ ଲଗାଇଲେ ଶୁଭ ହୋଇଥାଏ । ଏହା ଦ୍ଵାରା ସବୁ ଇଚ୍ଛା ପୁରଣ ହୋଇଥାଏ । କିନ୍ତୁ ଘର ଉପରେ ବରଗଛର ଛାଇ ପଡିବା ଅନୁଚିତ ।

୫- କଦଳୀ ଗଛ : ଘରର ଆଗରେ ବା ଅଗଣାରେ କଦଳୀ ଗଛ ଲଗାଇଲେ ଶୁଭ ହୋଇଥାଏ । ଏହାକୁ ଐଶାନ୍ୟ କୋଣରେ ଲଗାଇଲେ ଶୁଭ ପରିଣାମ ମିଳିଥାଏ । ତୁଲସୀ ଗଛ ପାଖରେ କଦଳୀ ଗଛ ଲଗାଇଲେ ଅତ୍ୟନ୍ତ ଶୁଭ ହୋଇଥାଏ ।

୬- ନଡିଆ ଗଛ : ଘରର ସୀମାରେ ନଡିଆ ଗଛ ଲଗାଇଲେ ଶୁଭ ପରିଣାମ ମିଳିଥାଏ । ଯାହା ଦ୍ଵାରା ମାନ, ସମାନ ଓ ଉନ୍ନତିର ବୃଦ୍ଧି ହୋଇଥାଏ ।ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

୭- ହଳଦୀ ଗଛ : ବାସ୍ତୁ ଅନୁଯାୟୀ ଘରେ ହଳଦୀ ଗଛ ଲାଗିବା ଅଶୁଭ ହୋଇଥାଏ । ଘରର ସୀମାରେ ଏହି ଗଛ ରଖିବା ଦ୍ଵାରା ଅଶୁଭ ଫଳ ପ୍ରାପ୍ତ ହୋଇଥାଏ ।

୮- ଆତ ଗଛ : ଆତ ଗଛ ଘରେ ଲଗାଇବା ଅଶୁଭ ପରିଣାମ ମିଳିଥାଏ । ଯଦି ଏହା ଆପେ ଆପେ ଉଠିଯାଏ ତେବେ ଏହାକୁ ଉପାଡିବା ଅନୁଚିତ । ଏଥିପାଇଁ ଘରେ ଅନାର ବା ଆମଲା ଗଛ ଲଗାଇବା ଦ୍ଵାରା ଆତ ଗଛର ପ୍ରଭାବ ପଡେ ନାହି ।

୯- ଅନାର ଗଛ : ଘରେ ଅନାର ଗଛ ଲଗାଇଲେ ଶୁଭ ପରିଣାମ ପ୍ରାପ୍ତ ହୋଇଥାଏ । କିନ୍ତୁ ଏହି ଗଛ ଅଗ୍ନି କୋଣରେ ଲଗାଇବା ଅନୁଚିତ । ଯେଉଁ ଅନାର ଗଛରେ ଫଳ ହୁଏ ନାହି ତାହାକୁ ଘରେ ଲଗାଇବା ଅଶୁଭ ହୋଇଥାଏ ।

Leave a Reply

Your email address will not be published. Required fields are marked *