ଯେଉଁ ସ୍ତ୍ରୀ ଏହି 5 ଟି ବ୍ରତ ରଖିଥାଏ ତାହା ଘରକୁ କେବେବି ଆସେ ନାହିଁ ଦରିଦ୍ରତା-Krishna Vani

ହିନ୍ଦୁ ସଂସ୍କୃତି ଅନୁସାରେ ବ୍ରତ ଓ ଉପବାସ କରିବା ପଛରେ ଧାର୍ମିକ ଓ ସାଂସ୍କୃତିକ ମହତ୍ଵ ଅଛି । ବ୍ରତ କରିବା ଦ୍ଵାରା ଶରୀରର ଓ ମନର ଶୁଦ୍ଧି ହୋଇଥାଏ । ସନ୍ତୁଷ୍ଟି ଓ ଶାନ୍ତି ମଧ୍ୟ ମିଳିଥାଏ । ବ୍ରତ ଗୋଟିଏ ସଂକଲ୍ପ ହୋଇଥାଏ ଓ ନିଜର ଆରାଧ୍ୟା ଦେବତାଙ୍କ ସହ ଯୋଡିବାର ଗୋଟିଏ ମାଧ୍ୟମ ହୋଇଥାଏ । ଘରର ମହିଳାମାନେ ନିଜ ପରିବାରର ଶାନ୍ତି ଓ ସ୍ଵାମୀଙ୍କ ସୁରକ୍ଷା ପାଇଁ ବ୍ରତ ଲାରାଇଥାନ୍ତି । କହିଦେଉଛୁ କି ମହିଳାମାନେ ନିଜ ଇଚ୍ଛାରେ ବ୍ରତ କରିବା ଉଚିତ କାହାର ଚାପରେ ନୁହେଁ ।

ଭଗବାନ ଶ୍ରୀ କୃଷ୍ଣଙ୍କ ଅନୁସାରେ ମହିଳାମାନଙ୍କୁ କିଛି ବ୍ରତ ଅବଶ୍ୟ କରିବା ଉଚିତ । ଏହି ବ୍ରତକୁ କରିବା ଦ୍ଵାରା ସ୍ତ୍ରୀକୁ ମାତା ଲକ୍ଷ୍ମୀଙ୍କ ସାମର୍ଥ୍ୟ ପ୍ରାପ୍ତ ହୋଇଥାଏ । ବ୍ରତ କରିବା ଦ୍ଵାରା ଘରୁ ରୋଗ, ଶୋକ, ଦରିଦ୍ରତା ଓ ଝଗଡା ଦୂର ହୋଇଯାଏ । ଘରେ ସୁଖ ସମୃଦ୍ଧି ବୁଦ୍ଧି ହୋଇଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ବ୍ରତ ବିଷୟରେ କହିବୁ ଯାହାକୁ କୁଆଁରୀ ଝିଅ ଓ ଶୋଭାଗ୍ୟବତୀ ମହିଳାଙ୍କୁ ଅବଶ୍ୟ କରିବା ଉଚିତ । ଏହା ଦ୍ଵାରା ସେମାନଙ୍କ ଘରେ ସୁଖମୟ ପରିସ୍ଥିତି ବି ରହିଥାଏ ।

୧୬ ସୋମବାର ବ୍ରତ: ୧୬ ସୋମବାର ବ୍ରତକୁ ବିଶେଷ କରି କୁଆଁରୀ ଝିଅମାନେ ଓ ଶୋଭାଗ୍ୟବତୀ ମହିଳାମାନେ କରିଥାନ୍ତି । କୁଆଁରୀ ଝିଅମାନେ ଶିବଙ୍କ ଭଳି ସ୍ଵାମୀ ପାଇବା ପାଇଁ ଓ ଶୋଭାଗ୍ୟବତୀ ମହିଳାମାନେ ନିଜ ଶୋଭାଗ୍ୟର ସୁରକ୍ଷା ପାଇଁ ଏହି ବ୍ରତ ରଖିଥାନ୍ତି ।

ସାବିତ୍ରୀ ବ୍ରତ: ଭାରତର ବିଭିନ୍ନ ସ୍ଥାନାରେ ଏହି ବ୍ରତ ଭିନ୍ନ ଭିନ୍ନ ନାଁରେ ପରିଚିତ ଅଟେ । ମହିଳାମାନେ ନିଜର ସ୍ଵାମୀଙ୍କ ଭଲ ସ୍ୱାସ୍ଥ୍ୟ ଓ ଅଧିକ ଆୟୁର କାମନା କରି ପୁରା ନିଷ୍ଠାର ସହ ଏହି ବ୍ରତ କରିଥାନ୍ତି । ଏହି ବ୍ରତର କଥା ମହାନ ପତିବ୍ରତା ସାବିତ୍ରୀ ସହ ଜଡିତ ଅଟେ । ଯାହା ବିଷୟରେ ଆପଣ ସମସ୍ତେ ଜାଣିଛନ୍ତି ।

କରବାଚ୍ୱତ ବ୍ରତ: ଏହି ବ୍ରତକୁ ସମସ୍ତ ଭାରତୀୟ ମହିଳାମାନେ ପାଳନ କରିଥାନ୍ତି । ସ୍ଵାମୀ ଖୁସିରେ ରୁହନ୍ତୁ ଏହି କାମନା କରି ଏହି ବ୍ରତକୁ କରାଯାଏ । ପୁରା ଦିନ ଭୋକିଲା ରହି ମହିଳାମାନେ ଏହି ବ୍ରତକୁ କରିଥାନ୍ତି ଓ ରାତିରେ ଚନ୍ଦ୍ରମା ଦେଖିବା ପରେ ହିଁ ଭୋଜନ କରିଥାନ୍ତି ।

ଏହିଭଳି ପରିବାରର ଖୁସି ପାଇଁ, ଉନ୍ନତି ପାଇଁ ଲକ୍ଷ୍ମୀ ବ୍ରତ ଓ ସନ୍ତୋଷୀ ମାତାଙ୍କ ବ୍ରତ ବି କରିଥାନ୍ତି । ଆହୁରି ଏହିଭଳି ବହୁତ ବ୍ରତ ଅଛି । ଯେମିତି କି ଏକାଦଶୀ, ଚତୁର୍ଥୀ ଓ ନବରାତ୍ରି ଇତ୍ୟାଦି । ଶାସ୍ତ୍ର ଅନୁସାରେ ସମସ୍ତ ବ୍ରତକୁ ନୀତି ନିୟମ ଅନୁସାରେ କରିବା ଉଚିତ । ନଚେତ ଏହାର ପୂର୍ଣ ଫଳ ମିଳି ନ ଥାଏ । ବ୍ରତକୁ ସବୁବେଳେ ଶ୍ରଦ୍ଧାର ସହ ଭକ୍ତିର ସହ କରିବା ଉଚିତ । ନିଜ ଶରୀରରକୁ କଷ୍ଟ ଦେଇ କିମ୍ବା ପରିବାରକୁ ଦୁଃଖ ଦେଇ କୌଣସି ବି ବ୍ରତ କରନ୍ତୁ ନାହିଁ ।

ବ୍ରତ ଦିନ ଘରେ ଶୁଦ୍ଧ ଶାକାହାରୀ ଖାଦ୍ୟ ପ୍ରସ୍ତୁତ କରନ୍ତୁ । ବ୍ରତ ଦିନ ମୁହଁରୁ ଅପଶବ୍ଦ କୁହନ୍ତୁ ନାହିଁ ଓ ବିବାଦ ଠାରୁ ଦୂରେଇ ରୁହନ୍ତୁ । ବ୍ରତ ଦିନ ସକାଳୁ ଜଲ୍ଦି ଉଠିବା ଉଚିତ ଓ ଦାନ ଧର୍ମ କରିବା ଉଚିତ । ସବୁ ବ୍ରତ ପାଇଁ ଭିନ୍ନ ଭିନ୍ନ ନିୟମ ଅଛି ଓ ସେହି ସମସ୍ତ ନିୟମ ବିଷୟରେ ଜାଣିବା ପରେ ହିଁ ବ୍ରତ କରନ୍ତୁ । ମାସିକ ଧର୍ମ, ଅସୁସ୍ଥ ଥିଲେ କିମ୍ବା ଘରେ କାହାର ମୃତ୍ୟୁ କିମ୍ବା ଜନ୍ମ ହେବା ଉପରେ ବି ବ୍ରତ କରିବା ଉଚିତ ନୁହେଁ । ବ୍ରତର ସମସ୍ତ ସାମଗ୍ରୀ ନିଜ ଟଙ୍କାରେ ହିଁ କ୍ରୟ କରନ୍ତୁ ।

Leave a Reply

Your email address will not be published. Required fields are marked *