ଝିଟିପିଟି ଦେହରେ କେଉଁ ଜାଗାରେ ପଡିଲେ କଣ ସଂକେତ ମିଳେ- Ajira Anuchinta

ବନ୍ଧୁଗଣ ଆପଣମାନଙ୍କ ଜୀବନରେ କେତେବେଳେ କୋଉଠି କଣ ଘଟିବ, ଏହା ଆପଣଙ୍କୁ ଜଣାନଥାଏ । କେତେ ବେଳେ ସବୁ କିଛି ଭଲ ଘଟଣା ଘଟିଥାଏ ତ ଅନ୍ୟ କେତେବେଳେ ଜୀବନରେ ବିପଦ ଆସିଥାଏ । କିନ୍ତୁ ଏମିତି କିଛି ଜିନିଷ ଅଥବା ପଶୁ ପକ୍ଷୀଙ୍କୁ ଦେଖି ଆମେ ଆଗକୁ ଆସୁଥିବା ଭବିଷ୍ୟତର ସୂଚନା ପାଇଯାଇଥାଉ । ଆମେ ମାନେ ସାମାନ୍ଯତମ ଜାଣିପାରୁ କି ଆଗକୁ ଆସୁଥିବା ସମୟରେ ଆମ ମାନଙ୍କ ସାଥିରେ କଣ ଘଟିବାକୁ ଯାଉଛି । ଭଲ କିମ୍ବା ଖରାପ ସଙ୍କେତ ପାଇବା କ୍ଷଣି ଆପଣମାନେ କିଛି ମାତ୍ରାରେ ନିଜକୁ ସଜାଗ ମଧ୍ୟ ରଖିଥାନ୍ତି । ସେହିପରି ଝିଟିପିଟି ବୋଲି ପ୍ରାଣୀକୁ ଆପଣମାନେ ସମସ୍ତେ ଜାଣିଥାନ୍ତି ।

ଏହି ଝିଟିପିଟି ଆମର ଶରୀରର କେତେକେ ଅଙ୍ଗରେ ପଡିଲେ ଆମକୁ କିଛି ସଙ୍କେତ ଦେଇଥାଏ । ଆଗତ ଭବିଷ୍ୟତର ସୂଚନା ଆମେ ଏହି ଝିଟିପିଟିଠୁ ହିଁ ପାଇଯାଇଥାଉ । ସମ୍ପର୍କରେ ଜଡିତ ଥିବା ଦୁହେଁ ଝିଟିପିଟିକୁ ଯଦି ଆପଣ ଦେଖନ୍ତି, ତେବେ ଜାଣିଯିବେ ଆପଣଙ୍କର କୌଣସି ପୁରୁଣା ଦିନର ସାଥି ସହିତ ଭେଟ ହେବେ । ଯଦି ଝିଟିପିଟି ଦୁହେଁ ଝଗଡା ହେବାର ଦେଖିବେ, ତାହେଲେ ସୂଚନା ପାଇଯିବେ କାହା ସାଥିରେ ଆପଣଙ୍କର ଝଗଡା ହେବାର ସମ୍ଭାବନା ଅଛି ।

ଝିଟିପିଟି ଯଦି ମଥା ଉପରେ ପଡେ ତେବେ ସମ୍ପତି ମିଳିପାରେ । ଏହି ଝିଟିପିଟି ଯଦି କେଶ ଉପରେ ପଡେ ତେବେ ଜାଣିଯିବେ, ମୃତ୍ୟୁ ଆପଣଙ୍କ ସମ୍ମୁଖରେ ଅଛି । ତୁରନ୍ତ ସେହି ଜାଗା ଛାଡି ଅନ୍ୟତ୍ର ପଳାଇଯିବେ । ଝିଟିପିଟି ଯଦି ଡାହାଣ କାନରେ ପଡିଯାଇଥାଏ, ତେବେ ଆଭୁଷଣ ପ୍ରାପ୍ତ ହେବେ ଓ ଯଦି ବାମ କାନ ଉପରେ ପଡିଯାଏ, ତେବେ ଜାଣନ୍ତୁ ଆୟୁ ବୃଦ୍ଧି ହେବ । ନାକ ଉପରେ ପଡିଲେ ଜାଣିବେ ଯଥା ଶୀଘ୍ର ଆପଣଙ୍କ ଭାଗ୍ୟ ଉଦୟ ହବାକୁ ଯାଉଛି ।

ପାଟି ଉପରେ ପଡିଲେ ଜାଣିବେ ଭଲ ଖାଦ୍ଯ ଖାଇବାକୁ ମିଳିପାରେ । ଯଦି ବାମ ଗାଲରେ ପଡେ ତେବେ ଜାଣନ୍ତୁ ବହୁତ ପୁରୁଣା ଦିନର ସାଙ୍ଗକୁ ଦେଖା କରିବେ ଓ ଡାହାଣ ଗାଲରେ ପଡିଲେ ବୟସ ବୃଦ୍ଧି ହେବ । ଝିଟିପିଟି ବେକ ଉପରେ ପଡିଲେ କାମରେ ସଫଳତା ପାଇବେ । ଦାଢି ଉପରେ ପଡିବା ଦେଖିଲେ ତେବେ ସାବଧାନ ହୋଇଯାନ୍ତୁ, କୌଣସି ପ୍ରକାର ବିପଦ ଆସିବାର ଅଛି । ଡାହାଣ ମଥା ଉପରେ ପଡିଲେ ଧନହାନୀ ହୋଇପାରେ । ଯଦି ଡାହାଣ ଆଖି ଉପରେ ପଡେ ତେବେ ଜାଣିରଖନ୍ତୁ ବନ୍ଧୁବାନ୍ଧବ ଘରକୁ ଆସିବେ ଓ ଯଦି ବାମ ଆଖି ଉପରେ ପଡେ ତେବେ ବହୁତ ବଡ ହାନୀ ହବାର ଅଛି । ପେଟ ଉପରେ ପଡିଲେ ଆଭୁଷଣ ପ୍ରାପ୍ତି ହବ ।

ଡାହାଣ ଆଁଠୁ ଉପରେ ପଡିଲେ କୌଣସି ଜାଗାକୁ ଯାତ୍ରା କରିବାକୁ ଅଛି ଏବଂ ଯଦି ବାମ ଆଁଠୁ ଉପରେ ପଡେ ତେବେ ଜାଣି ରଖନ୍ତୁ ଆପଣଙ୍କର ବୁଦ୍ଧିହାନୀ ହେବା ସହିତ କିଏବି ଆପଣଙ୍କୁ ଖାତିର କରିବେ ନାହିଁ । ଅଣ୍ଟା ମଝିରେ ପଡିଲେ ଆର୍ଥିକ କ୍ଷତି ହେବ । ପିଠି ଉପରେ ପଡିଲେ ସୁଖ ପ୍ରାପ୍ତି ହେବ । ନାଭି ଉପରେ ପଡିଲେ ମନସ୍କାମନା ପୂର୍ଣା ହେବ । ଯଦି ଏହି ପୋଷ୍ଟ ଟି ଭଲ ଲାଗିଥାଏ, ତେବେ କମେଣ୍ଟ ଦ୍ଵାରା ମତାମତ ଆମକୁ ଜାଣନ୍ତୁ ।

Leave a Reply

Your email address will not be published. Required fields are marked *