ଆମ ଭାରତବର୍ଷରେ ସଂସ୍କୃତି, ପରମ୍ପରା ପାଇଁ ପ୍ରସିଦ୍ଧ ଅଟେ । ପ୍ରାଚୀନ କାଳରେ ଏମିତି କିଛି ଜ୍ଞାନୀ ଓ ବିଦ୍ଵାନ ବ୍ୟକ୍ତି ଥିଲେ ଯେଉଁ ମାନେ ପୃଥିବୀର ଲୋକ ମାନଙ୍କୁ ବଞ୍ଚିବାର ସଠିକ ମାର୍ଗ ଦର୍ଶନ କରାଉଥିଲେ । ନିଜ ଜୀବନକୁ କେମିତି ହସ ଖୁସିରେ ରଖିବେ ତାହା ମଧ୍ୟ କହିଛନ୍ତି । ସେମାନଙ୍କ ମଧ୍ୟତୁ ଆଚାର୍ଜ ଚାଣକ୍ୟ ବିଦ୍ଵାନ ବ୍ୟକ୍ତି ହେବା ସହ ନୀତିଜ୍ଞ ଥିଲେ । ଜୀବନକୁ କିପରି ସୁଖମୟ ଭାବେ କରିବା କଥା ତାହା ଚାଣକ୍ୟ ନୀତିରେ କୁହା ଯାଇଛି । ବିଦ୍ଵାନ ଚାଣକ୍ୟ କେଉଁ ସବୁ ମହତ୍ବପୂର୍ଣ୍ଣ କଥା କହି ଯାଇଛନ୍ତି ସେହି ବିଷୟରେ ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।
୧- ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ପ୍ରତେକ ସ୍ଵାମୀ ଓ ସ୍ତ୍ରୀଙ୍କ ପାଇଁ ସବୁଠାରୁ ଗୁପ୍ତ କଥା ହେଉଛି ନିଜର ସମ୍ପର୍କ ବିଷୟରେ ଅନ୍ୟ ଆଗରେ ପ୍ରକାଶ କରିବା ଅନୁଚିତ । ଏହି କଥା କାହାକୁ କହିବା ଅନୁଚିତ । ଏହି ସବୁ ଗୁପ୍ତ କଥା ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ସୀମିତ ରହିବା ଆବଶ୍ୟକ ଅଟେ । ଯଦି କେହି ଆପଣଙ୍କ ସମ୍ପର୍କ ବିଷୟରେ ଜାଣିବେ ତାହା ଆପଣଙ୍କ ପାଇଁ ଲଜ୍ୟାଜନକ କଥା ହୋଇଥାଏ ।
୨- ଚାଣକ୍ୟଙ୍କ ମତରେ ବ୍ୟକ୍ତି ନିଜ ବୟସ ସୀମା ଅନ୍ୟ ଆଗରେ କହିବା ଅନୁଚିତ । ଏହାକୁ ସର୍ବଦା ଗୁପ୍ତ ଭାବେ ରଖିବା ଉଚିତ । ଏହା ଆପଣଙ୍କର ଶତ୍ରୁ ମାନେ ଜାଣିବା ଦ୍ଵାରା ଆପଣଙ୍କ ବିପକ୍ଷରେ ଫାଇଦା ଉଠାଇ ପାରନ୍ତି ।
୩- ଆଜି ବି ସମାଜରେ ଏମିତି କିଛି ଲୋକେ ଅଛନ୍ତି ଯିଏ ଘର କଥା ବନ୍ଧୁ ବା ବାହାର ଲୋକଙ୍କ ସହ ସେୟାର କରିଥାନ୍ତି । ଏପରି କରିବା ଦ୍ଵାରା ଆପଣଙ୍କ ସହ ଯେତେବେଳେ ମନାନ୍ତର ସୃଷ୍ଟି ହୋଇଥାଏ ଆପଣଙ୍କ ବନ୍ଧୁ ବା ବାହାର ଲୋକେ ସେହି ଗୁପ୍ତ କଥାର ଫାଇଦା ଉଠନ୍ତି । ଘର କଥା ଯଦି ଘରେ ରହିଥାଏ ତେବେ ପରିବାରରେ ଶାନ୍ତି ବଜାୟ ରହିଥାଏ ।
୪- ଧନ ଏମିତି ଏକ ଜିନିଷ ଅଟେ ଯିଏ ନିଜ ଲୋକଙ୍କୁ ପର କରିଦିଏ । ଭୁଲରେ ବି ନିଜର ଟଙ୍କା ପଇସା ବିଷୟରେ ଅନ୍ୟ ଆଗରେ କହିବା ଅନୁଚିତ । ଏହା ଦ୍ଵାରା ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ ।
୫- କଥାରେ ଅଛି ଦାନ କରିଲେ ପୂଣ୍ୟ ମିଳିଥାଏ । କିନ୍ତୁ ଯେଉଁ ବ୍ୟକ୍ତି ଅନ୍ୟକୁ ଦେଖାଇବା ପାଇଁ କାହାକୁ ଦାନ ଧର୍ମ କରୁଥାଏ ତେବେ ସେହି ଦାନର କୌଣସି ଫଳ ମିଳେ ନାହି ବୋଲି ଚାଣକ୍ୟ ନୀତିରେ କୁହା ଯାଇଛି ।
୬- ଯଦି ଆପଣ ନିଜର ଭଗବାନଙ୍କୁ ସନ୍ତୁଷ୍ଟ କରିବା ପାଇଁ କୌଣସି ମନ୍ତ୍ର ଜପ କରୁଛନ୍ତି ତେବେ ଅନ୍ୟ ଆଗରେ ପ୍ରକାଶ କରନ୍ତୁ ନାହି । ଭୁଲରେ ବି ନିଜର ମାନ ସମାନ ବିଷୟରେ ଅନ୍ୟ ଆଗରେ କହିବା ଅନୁଚିତ । ଏହା ଦ୍ଵାରା ଲୋକେ ଆପଣଙ୍କର ପରିହାସ କରିଥାନ୍ତି ।
୮- ମାନ ସମାନ ଭଳି ନିଜର ଅପମାନକୁ ଅନ୍ୟ ଆଗରେ ପ୍ରକାଶ କରିବା ଅନୁଚିତ । ଏପରି କରିବା ଦ୍ଵାରା ନିଜର ଅପମାନ ହେବା ସହ ଅନ୍ୟ ମାନେ ଆପଣଙ୍କୁ ସମାନ ଦେବା ବଦଳରେ ଘୃଣା କରିଥାନ୍ତି ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।