ମଣିଷ ଯେତେବେଳେ ଜନ୍ମ ନେଇ ଥାଏ ସେବେ ଠାରୁ ସେ ବଞ୍ଚି ଥାଏ ଓ ଏହାର ଶେଷ ହେଉଛି ଅନ୍ତିମ ସମୟ । ଏହି ଜନ୍ମ ଠାରୁ ନେଇ ଅନ୍ତିମ ସମୟ ଯାଏ ଥିବା ସମୟ କୁ ଯିବନ କୁହାଯାଏ । ଆପଣମାନେ ଜାଣିବା କଥାକି ଆମେ ଯେତେବେଳେ ବଞ୍ଚିବା ପାଇଁ ଇଚ୍ଛା କରୁ ସେତେବେଳେ ଆରମ୍ଭ ହୋଇ ଯାଇଥାଏ ସଂଘର୍ଷ । ଏହା ଆମ ଜୀବନର ଏକ ଅନୁଭୂତି ହୋଇଥାଏ । ଆମକୁ ପ୍ରେଟେକ କ୍ଷେତ୍ରରେ କରିବା ପାଇଁ ପଡିଥାଏ ସଂଘର୍ଷ ଯାହା ଦ୍ଵାରା ଆମେ ନିଜକୁ ସବୁ ଜିନିଷ ପାଇଁ ପ୍ରସ୍ତୁତ କରିଥାଉ ।
ଆମେ ସବୁ ଜିନିଷରେ ସଂଘର୍ଷ କରୁ କାରଣ ପାଠ ପଢିବା ରେ ସଂଘର୍ଷ କରିଥାଉ ଏହା ସହ ଆମେ ବଞ୍ଚିବା ପାଇଁ ଖାଇବା ପାଇଁ ସଂଘର୍ଷ କରିଥାଉ । ଏହା ଆମ ଜୀବନର ଏକ କଠୋର ସତ୍ୟ ଘଟଣା ଯାହାକୁ ଆମେ କେବେହେଲେ ଛାଡି ପାରିବା ନି । ଆପଣ ମାନେ ପିଲାକୁ ଦେଖିଥିବେ ସେ କଥା କହି ପରି ନଥାଏ ।
ନିଜ ଇଚଚାକୁ କାହା ଆଗରେ ପ୍ରକାଶ କରି ପାରି ନଥାଏ । ଯଦି ଆମେ ଦେଖିବା ପାଇଁ ଯିବା ତ ଆମେ ଜାଣି ଜାଣିପାରିବା କି ସେ କାହାକୁ କହିବା ଅପେକ୍ଷା ନିଜେ କରିବା ପାଇଁ ସବୁବେଳେ ଚେଷ୍ଟା କରିଥାଏ । ଆପଣମାନେ ଜାଣି ଥିବେ କି ପିଲାମାନଙ୍କୁ ଆପଣ ମାନେ ଯାହା କରିବା ପାଇଁ ମନା କରିବେ ସେମାନେ ତାହା ହିନ କରିବେ । ଯାହା ତାଙ୍କୁ ଇଚ୍ଛା ଥିବ ।
ତେବେ ଛୋଟ ବାଳକ ଯିଏ ନିଜ କଥା କାହାକୁ କହି ପାରୁନି ସେ କଣ କରିବା ସେ ନିଜ ଇଚ୍ଛା ପୂରଣ କରିବା ପାଇଁ ବାର ବାର ଚେଷ୍ଟା କରିବ । ଆପଣମାନେ ଜାଣିଥିବେ କି ପିଲାମାନେ ଠିଆ ହୋଇ ପାରୁ ନଥିବେ ସେମାନେ ନିଜ ଛୋଟ କୋମଲ ଆଣ୍ଠୁରେ ଗୁରୁଣ୍ଡି ଗୁରୁଣ୍ଡି ଚାଲିବା ପାଇଁ ଚେଷ୍ଟା କରିଥାଏ ।
ସେ ସବୁ ବେଳେ ଏହା ଚାହିଁ ଥାଏ କି ସେ ନିଜ ବଳରେ ଠିଆ ହୋଇକି ଚାଲିବ ସେଇ ପାଇ ସେ ଚିନ୍ତା ଛାଡି କେବଳ ସଂଘର୍ଷ କରିବା ଆରମ୍ଭ କରିଥାଏ ଓ ପରେ ସେ ନିଶ୍ଚିତ ଭାବେ ସଫଳ ହୋଇ ଯାଇଥାଏ । କାରଣ ହେଉଛି କି ସେ ତାର କ୍ଷତି କିମ୍ବା ଅନ୍ୟମାନଙ୍କ ଚିନ୍ତାରେ ନ ରହି ନିଜ ମନର ସଂଘର୍ଷ କୁ ଜାରି ରଖି ଥାଏ ।
ଏହା ପାଇଁ କୁହାଯାଏ କି ରଣ ଭୂମିରେ ଆପଣ ଯିବା ଆଗରୁ ଆପଣ ମନର ଭୂମିରେ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୋଇଯିବେ । ଆପଣ ମାନେ ନିଜକୁ ମଧ୍ୟ ସେହି ଭଳି ସଂଘର୍ଷ ପାଇଁ ପ୍ରସ୍ତୁତ କରନ୍ତୁ କାରଣ ଆପଣମାନେ ଯେଉଁ ଭଳି ସଂଘର୍ଷ କରିବେ ଆପଣ ସେଇ ଭଳି ପରିଣାମ ମଧ୍ୟ ପାଇବେ । ଆପଣମାନେ ଯଦି ମନର ସଂଘର୍ଷରେ ହିଁ ହାରିଯିବେ ତେବେ ଆପଣ ସବୁ କିଛି ହାରିଇଯିବେ । ଆପଣ ପ୍ରୟାଶ ଜାରି ରଖନ୍ତୁ ଦେଖିବେ ଆପଣ ସଫଳ ହେବେ ନିଶ୍ଚିତ ଭାବେ ।