ଜୀବନରେ କରୁଥିଲେ ଏହି 6ଟି ପାପ, ମହାଦେବ କେବେ ବି କରିବେ ନାହିଁ କ୍ଷମା

ନମସ୍କାର ବନ୍ଧୁଗଣ, ଆମ ଜାଣତରେ ହେଉ ବା ଅଜାଣତରେ ଆମେ କିଛି ଭୁଲ କରିଦେଇଥାଉ । ଯାହାର ଦଣ୍ଡ କଣ ମିଳିବାକୁ ଯାଉଛି ତାହା ଜଣା ନଥାଏ । ଆପଣ ପାପ କରି ସମସ୍ତଙ୍କ ନଜରରୁ ଖସି ଯାଇପାରିବେ ହେଲେ ଭଗବାନଙ୍କ ନଜରରୁ ନୁହେଁ । ଆପଣ ମାନଙ୍କୁ ନିହାତି ସେହି ପାପ ସମ୍ପର୍କରେ ଜାଣିବା ଉଚିତ ଯାହାକୁ ମହାଦେବ କେବେ ମଧ୍ୟ କ୍ଷମା କରିନଥାନ୍ତି । ତେବେ ଆସନ୍ତୁ ଜାଣିବା ସେହି ୬ଟି ପାପ ବିଷୟରେ ।

ପ୍ରଥମ:ପର ପୁରୁଷ କିମ୍ବା ପର ସ୍ତ୍ରୀ ଉପରେ ଖରାପ ନଜର ପକାଇବା ଅନୁଚିତ । ଯଦି ଆପଣ ନିଜ ମନରେ ତାଙ୍କୁ ପାଇବାର ଆଶା ମଧ୍ୟ ରଖୁଛନ୍ତି ତେବେ ଏହାକୁ ସବୁଠାରୁ ବଡ ପାପ ମନାଯାଇଥାଏ । ଦିତୀୟ:ଅନ୍ୟର ଧନକୁ ଦେଖି ନିଜ ମନରେ ଈର୍ଷା ଭାବନା ରଖିବା ଉଚିତ ହୋଇନଥାଏ । ଅନ୍ୟ ଧନକୁ ଲୁଟିବାର ଆଶା ରଖୁଥିବା ବ୍ୟକ୍ତି ବହୁତ ବଡ ପାପୀ ଭାବରେ ବିବେଚିତ ହୁଅନ୍ତି । ଭଗବାନ ଏଭଳି ପାପୀ ବ୍ୟକ୍ତିକୁ କେବେ କ୍ଷମା କରିନଥାନ୍ତି ।

ତୃତୀୟ: କେବେ କୌଣସି ନିର୍ଦୋଷ କିମ୍ବା ନିଷ୍ପାପ ଲୋକଙ୍କ ଠାରୁ ଧନ ଲୁଟିବା ଅନୁଚିତ । ଏଭଳି ଲୋକଙ୍କୁ କେବେ ମଧ୍ୟ କଷ୍ଟ ଦେବା ଉଚିତ ହୋଇନଥାଏ । ସେମାନେ କରୁଥିବା କାମରେ ଜାଣି ଶୁଣି ବାଧା ଉତ୍ପର୍ନ କରିବା ଠିକ ହୋଇନଥାଏ । ଏପରି କରୁଥିବା ବ୍ୟକ୍ତିଙ୍କ ଉପରେ ଭଗବାନ ନିଜର କୋପ ଦୃଷ୍ଟି ପକାଇଥାଆନ୍ତି । ଏମାନେ କେବେ ମଧ୍ୟ କ୍ଷମାର ପାତ୍ର ହୋଇପାରନ୍ତି ନାହିଁ ।

ଚତୁର୍ଥ: ଭଲ ରାସ୍ତାକୁ ପାଦରେ ଏଡେଇ ଖରାପ ରାସ୍ତାରେ ପାଦ ଦେବା ପାପ କରିବା ସମାନ ହୋଇଥାଏ । ଏଭଳି ମଣିଷକୁ ଭଗବାନ ଶିବ କେବେ ମଧ୍ୟ କ୍ଷମା କରିନଥାନ୍ତି । ସବୁବେଳେ ଚେଷ୍ଟା କରନ୍ତୁ ନିଜକୁ ସତ ରାସ୍ତାରେ ନେବା ପାଇଁ । ନିଜକୁ ସତ କାମରେ ନିୟୋଜିତ କରିବା ଆବଶ୍ୟକ । ଏହା ଆପଣଙ୍କ ଜୀବନରେ ସୁଖ ଆଣିଦେବ ।

ପଞ୍ଚମ: କେବେ କୌଣସି ନାରୀ ଉପରେ ଖରାପ ନଜର ପକାନ୍ତୁ ନାହିଁ । ଏହା ଆପଣଙ୍କୁ ସାଂସାରିକ ସୁଖରୁ ବଞ୍ଚିତ କରିଦେଇଥାଏ । ଧନକୁ ନେଇ କେବେ ମଧ୍ୟ ଶାନ୍ତି ହୋଇନଥାନ୍ତି ଏପରି ମଣିଷ । ଏହାକୁ ପାପରେ ବିବେଚନା କରାଯାଏ । ତେଣୁ ଏହା କ୍ଷମା କରିବା ଯୋଗ୍ୟ ହୋଇନଥାଏ ।

ଷଷ୍ଠ: ମାଆ ବାପାଙ୍କୁ କଷ୍ଟ ଦେଉଥିବା ମଣିଷ ବହୁତ ବଡ ପାପୀ ହୋଇଥାଏ । ପିତା ମାତା ଭଗବାନ ସହ ସମାନ ତେଣୁ ତାଙ୍କୁ କେବେ ମଧ୍ୟ କଷ୍ଟ ଦେବା ଉଚିତ ନୁହେଁ । ଏହି ପାପ କରୁଥିବା ଲୋକମାନଙ୍କୁ ଭଗବାନ କେବେ ମଧ୍ୟ କ୍ଷମା କରିନଥାନ୍ତି । ତେଣୁ ଏହି ୬ଟି  ପାପ କରିବା ପୂର୍ବରୁ ନିହାତି ଭାବିବା ଦରକାର । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ । ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢିଥିବାରୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *