ନମସ୍କାର ବନ୍ଧୁଗଣ, ୧୪ ବର୍ଷ ବନବାସ ସାରି ରାମ ଅଯୋଧ୍ୟାକୁ ଫେରିବା ଦିନ ସମସ୍ତ ଅଯୋଧ୍ୟା ବାସି ତାଙ୍କୁ ସ୍ଵାଗତ କରିବା ନିମନ୍ତେ ଅଯୋଧ୍ୟାକୁ ଦୀପଜାଳି ଆଲୋକିତ କରିଥିଲେ ସେହି ପବିତ୍ର ଦିନଟିକୁ ଆଜି ଯାଏଁ ଆମେ ଦୀପାବଳୀ ଭାବେ ପାଳନ କରିଆସୁଛେ । ତେବେ ଏହି ଆଲୋକର ପର୍ବ ଦୀପାବଳୀ ଦିନ କେଉଁ ଜିନିଷ ଘରୁ କାହାକୁ ଉଧାର ଦେବା ଦ୍ଵାରା ଲକ୍ଷ୍ମୀ ଘର ଛାଡି ଦେଇଥାନ୍ତି ଆସନ୍ତୁ ଜାଣିବା ।
ଧନ ତେରସ ଠାରୁ ଦୀପାବଳୀ ପର୍ଯ୍ୟନ୍ତ କାହାକୁ ଧଳା ରଙ୍ଗର ଜିନିଷ ଦେବା ଉଚିତ ହୋଇନଥାଏ । ଯେମିତିକି କ୍ଷୀର, ଦହି କିମ୍ବା ଚାଉଳ କାହାରୀକୁ ମଧ୍ୟ ଦିଅନ୍ତୁ ନାହିଁ ଭୁଲରେ । ଯଦି ଆପଣ କୌଣସି ବସ୍ତୁକୁ ଏହିଦିନ ଜାଣତରେ ହେଉ ବା ଅଜାଣତରେ ହେଉ ଦେଇଦେଇଥାନ୍ତି ତେବେ ଘରକୁ ଆନନ୍ଦ ବଦଳରେ ଚିନ୍ତାର କାରଣ ଆସିପାରେ ।
ଯଦି କୌଣସି ବ୍ୟକ୍ତି ଆପଣଙ୍କୁ ଗଣେଶ କିମ୍ବା ମାତା ଲକ୍ଷ୍ମୀଙ୍କ ମୃତ୍ତି ଆଣିବା ପାଇଁ କୁହନ୍ତି ତେବେ ବୀନା ପଇସାରେ କେବେ ମଧ୍ୟ ତାଙ୍କୁ ଆଣିଥିବା ମୂର୍ତ୍ତି ଦିଅନ୍ତୁ ନାହିଁ । କାରଣ ଏହିଦିନ ମା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ଆପଣ ଏହି ଦିନ ଯଦି ନିଜ ହାତରେ ମାତା ଲକ୍ଷ୍ମୀଙ୍କୁ ଅନ୍ୟ ଜଣଙ୍କୁ ଦେଇଦେବେ ତେବେ ମାତା ଲକ୍ଷ୍ମୀ ଆପଣଙ୍କ ଘରୁ ଚାଲିଯିବେ ।
ଏହିଦିନ କେବେ କାହାକୁ ପଇସାର ଉଧାର ଦେବା ମଧ୍ୟ ଉଚିତ ନୁହେଁ । କାରଣ ପଇସାକୁ ଲକ୍ଷ୍ମୀଙ୍କ ସଦୃଶ ମନାଯାଏ । ତେଣୁ ଏହିଦିନ କାହାକୁ ମଧ୍ୟ ପଇସା ଉଧାର ଦିଅନ୍ତୁ ନାହିଁ । ଏହି ଦିନ ରେଶମୀ ବସ୍ତ୍ର ମଧ୍ୟ କାହାକୁ ଦେବା ଉଚିତ ହୋଇନଥାଏ । ଖାସ କରି ଲାଲ ରଙ୍ଗର ବସ୍ତ୍ର ଏବଂ ଶିଙ୍ଗାର ଜିନିଷ କାହାକୁ ଦିଅନ୍ତୁ ନାହିଁ । ଏହିଦିନ ବହୁତ ଗୁରୁତ୍ବପୂର୍ଣ ଜିନିଷ ହେଉଛି ଘିଅ ।
ଯାହାକି ପୂଜାରେ ନିଅଣ୍ଟ ହେଲେ ପଡୋଶୀ ଆସି ମାଗିନେଇ ପୂଜାରେ ଲଗାଇଥାନ୍ତି । ତେଣୁ ଘିଅ ମଧ୍ୟ କାହାକୁ ଦୀପାବଳୀ ଦିନ ଦେବା ଉଚିତ ନୁହେ । ଧନ ତେରସ ବା ଦୀପାବଳୀ ଦିନ କେବେ ଲୁଣ କାହାକୁ ଉଧାର ଦେବେ ନାହିଁ । ଏହିଦିନ କାହାକୁ ଘଣ୍ଟାର ଉପହାର ଦେବା ମଧ୍ୟ ଅନୁଚିତ । ଜୋତା, ଚପଲର ଉପହାର ଧନ ତେରସ ଠାରୁ ଆରମ୍ଭ କରି ଦୀପାବଳୀ ପର୍ଯ୍ଯନ୍ତ କାହାକୁ ଦିଅନ୍ତୁ ନାହିଁ ।
କଳା ରଙ୍ଗର କପଡା ମଧ୍ୟ କାହାକୁ ଏହିଦିନ ଦେବ ଶୁଭ ହୋଇନଥାଏ । ଧନ ତେରସ ଦିନ ଗାଡି ନେବାକୁ ଚାହୁଁଥିଲେ ତାହାର ପେମେଣ୍ଟ ଧନ ତେରସ ପୂର୍ବରୁ ହିଁ କରିଦିଅନ୍ତୁ । ନୂତନ ଜମି ବାଡିର ରେଜେଷ୍ଟ୍ରି ଆପଣ ଧନ ତେରସ ଦିନ କରିବା ଶୁଭ ହୋଇଥାଏ । ଏହି ସମସ୍ତ କଥାକୁ ଧ୍ୟାନରେ ରଖନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।