ମିଥୁନ ରାଶି July ମାସରେ ସୁନାଠାରୁ ବି ଅଧିକ ଚମକିବ ଆପଣଙ୍କ ଭାଗ୍ୟ, ଦେଖନ୍ତୁ କେମିତି ରହିବ ଏହି ମାସଟି

ଗ୍ରହ ମାନଙ୍କର ରାଶି ପରିବର୍ତ୍ତନ ଓ ଗୋଚର ଜୁଲାଇ ମାସରେ ମିଥୁନ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ କେମିତି ରହିବ ଓ କଣ ସବୁ ଖୁସି ଆସିବାକୁ ଯାଉଛି ସେହି ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ମିଥୁନ ରାଶିର ଲୋକ ମାନଙ୍କ ଜୀବନରେ ଅନେକ ସାରା ବିରାଟ ପରିବର୍ତ୍ତନ ହେବାକୁ ଯାଉଛି । ଗ୍ରହ ମାନଙ୍କର ଗୋଚର କାରଣରୁ କୌଣସି ଗୋଟିଏ କଥା ଆଶ୍ଚର୍ଯ୍ୟ କରିବା ସହ ଘରେ ଖୁସିର ଆଗମନ ହୋଇପାରେ । ଜୀବନ ସାଥିଙ୍କ ଜୀବନରେ ବଡ ପରିବର୍ତ୍ତନ ହେବା କାରଣରୁ ଆପଣ ଖୁସି ହେବେ । ଯେଉଁ ମାନେ ଅବିବାହିତ ବା ବିବାହ ଜନିତ ସାମସ୍ୟା ଥିଲା ତାହାର ସମାଧାନ ହେବ ।

ଆପଣଙ୍କ ପାଇଁ ଭଲ ପ୍ରସ୍ତାବ ଆସିପାରେ । ଶତ୍ରୁ ମାନେ ଆପଣଙ୍କ ଠାରୁ ଦୂରେଇ ରହିବେ । ନୂଆ ମିତ୍ର ସ୍ଥାପନ କରିବେ । ତର୍କ ବିତର୍କରେ ଆପଣ ଆଗରେ ରହିବେ । ଆପଣ ନିଜ ପାଇଁ ସମୟ ବାହାର କରିବେ । ନିଜକୁ ସଠିକ ଦିଗରେ ନେବେ । ବୁଧଙ୍କର ରାଶି ପରିବର୍ତ୍ତନ କାରଣରୁ ଘରେ ଧନଧାନ୍ୟ ଭରି ଯିବ । ଧନ ଜନିତ ସମସ୍ୟା ଦୂର ହେବ । ନିଜର କାମକୁ ଦ୍ରୁତ ଗତିରେ କରିବେ । ବୁଦ୍ଧିମାନ ସାବ୍ୟସ୍ତ ହେବ ।

ସମାଜରେ ମାନସମ୍ମାନ ପ୍ରତିଷ୍ଠା ବଢିବ । ରାଜନୀତି କ୍ଷେତ୍ରରେ ଉଚ୍ଚ ପଦ ହାସଲ କରିବେ । ଯାହା ଇଚ୍ଛା ରଖିଛନ୍ତି ତାହା ଜୁଲାଇ ମାସରେ ପୂରଣ ହେବ । ପୈତୃକ ସମ୍ପତିର ଲାଭ ଉଠାଇବେ । ନେତ୍ର ଜନିତ ଯେଉଁ ସମସ୍ୟା ରହିଥିଲା ତାହା ଦୂର ହେବ । ଏହି ମାସରେ ଯାତ୍ରା କରିବେ । ବୁଧଙ୍କ କାରଣରୁ ବେପାରୀଙ୍କ ଜୀବନରେ ଖୁସି ଆସିବାକୁ ଯାଉଛି । ଗ୍ରାହକଙ୍କୁ ଟାଣିବାର ଆକର୍ଷଣ ଆପଣଙ୍କୁ ବେଶ ଭଲ ଭାବେ ଜଣା ହୋଇଥାଏ ।

ଅଧିକରୁ ଅଧିକ ଲୋକ ଆପଣଙ୍କ ସହ ମିଳାମିଶା କରିବା ସହ ରହିବା ପାଇଁ ପସନ୍ଦ କରିବେ । ଆପଣଙ୍କ ଝିଅଙ୍କ ପାଇଁ ସମୟ ବହୁତ ଭଲ ହେବ । କର୍ମ କମ, ଫଳ ଅଧିକ ପାଇବେ । ବୁଦ୍ଧି ବଳରେ ଆଗକୁ ବଢିବେ । ସତ୍ୟଭାଷୀ ରହିବା ସହ ଧାର୍ମିକ କାର୍ଯ୍ୟରେ ରୁଚି ବଢିବ । ବିଦେଶ ଯାତ୍ରା କରିବାକୁ ଚାହୁଁଥିଲେ ସମୟ ଉତ୍ତମ ହେବା ସହ ଚାରି ଗୁଣା ଲାଭ ପାଇବେ ।

ଖେଳକୁଦରେ ଆଗ୍ରହୀ ଥିଲେ ଆଗକୁ ବଢିବାର ସମ୍ଭାବନା ରହିଛି । ପୂର୍ବ ମାସରେ ଯେଉଁ ବାଧା ସୃଷ୍ଟି ହୋଇଥିଲା ତାହା ଦୂର ହେବ । ଗୃହସ୍ଥ ଜୀବନ ବହୁତ ଭଲ ରହିବ । ଏହି ସମୟରେ ବିଦ୍ୟାର୍ଥୀଙ୍କ ପାଇଁ ସମୟ ଶୁଭ ରହିବ । ଯଦି ବିଦ୍ୟାରେ କୌଣସି ବାଧା ଆସୁଥିଲା ତାହା ଦୂର ହେବ ।

ଭଲ ସ୍କୁଲ କଲେଜରେ ଆପଣ ଭର୍ତ୍ତି ହେବେ । ଗୁରୁ ମାନଙ୍କର ସହଯୋଗ ମିଳିବ । ଏହି ସମୟରେ ବୃହସ୍ପତିଙ୍କ କୃପା କାରଣରୁ ଆୟରେ ବୃଦ୍ଧି ହେବ । ଅଚାନକ ଧନ ଲାଭର ଯୋଗ ରହିଛି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *