କଦଳୀ ଗଛ ଘରେ ଲଗାଇବା ଶୁଭ ହୋଇଥାଏ ନା ଅଶୁଭ ? ଜାଣନ୍ତୁ…. Vaastu Shastra

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କଦଳୀ ଗଛ ଘରେ ଲଗାଇବା ଶୁଭ ନା ଅଶୁଭ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ । ହିନ୍ଦୁ ଧର୍ମରେ ଗଛଲତା ଗୁଡିକର ବିଶେଷ ମହତ୍ଵ ରହିଛି । ତୁଳସୀ, ବର, ଓସ୍ତ, ନିମ୍ବ ଗଛ ରହିଛି ଯାହାକୁ ହିନ୍ଦୁ ଧର୍ମରେ ପୂଜା କରା ଯାଇଥାଏ । ଠିକ ସେମିତି ଏକ ଗଛ ରହିଛି ଯାହାର ନାଁ ହେଉଛି କଦଳୀ ଗଛ ଯାହାକୁ ଧାର୍ମିକ ଦୃଷ୍ଟିରୁ ଅଧିକ ଉପୋଯୋଗି ମାନା ଯାଇଥାଏ । କିଛି ଲୋକ କଦଳୀ ଗଛ ଘରେ ଲଗାଇବାକୁ ଅଶୁଭ କହିଥାନ୍ତି । କିନ୍ତୁ ଦେଖିବାକୁ ଗଲେ କୌଣସି ଗଛ ଅଶୁଭ ନୁହେଁ ବରଂ ସଠିକ ଦିଗରେ ଲଗାଇବା ଦରକାର ।

ଶାସ୍ତ୍ର ଅନୁଯାୟୀ କଦଳୀ ଗଛ ଅତ୍ୟନ୍ତ ଶୁଭ ହୋଇଥାଏ ଯାହାର ସମ୍ଭଧ ବୃହସ୍ପତି ଗ୍ରହ ସହ ଯୋଡ଼ାଯାଇଛି । ଦେବ କାର୍ଯ୍ୟରେ କଦଳୀ ଗଛର ତୋରଣ ଓ ମଣ୍ଡପ କରିବାର ପରମ୍ପରା ରହିଛି । ଦେବ କାର୍ଯ୍ୟ ବା ଦେବତାଙ୍କ ପାଇଁ କଦଳୀ ପତ୍ରରେ ଭୋଜନ ଲଗାଯାଇଥାଏ । କଦଳୀ ଗଛର ଚେରକୁ ହଳଦିଆ ସୁତାରେ ବାନ୍ଧି ଧାରଣ କରିବା ଦ୍ଵାରା ବୃହସ୍ପତି ମଜବୁତ ହୋଇଥାଏ ।

ଏହାକୁ ଘରର ବାହାରେ ଇଶାଣ କୋଣ ବା ଉତ୍ତର ଦିଗରେ ଲଗାଇବା ଉଚିତ । ଏହି ଗଛ ଲଗାଇଲେ ଘରର ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ । ଧନ ପ୍ରାପ୍ତି ପାଇଁ କଦଳୀ ଗଛ ଅତ୍ୟନ୍ତ ଶୁଭ ହୋଇଥାଏ । କିନ୍ତୁ ନିତ୍ୟ ଏହାର ପୂଜା ପାଠ କରିବା ଜରୁରି ଅଟେ । ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏହି ଗଛର ବିଶେଷ ମହତ୍ଵ ରହିଛି । ବିଦ୍ୟାର୍ଥୀଙ୍କ ପାଇଁ କଦଳୀ ଗଛ ବହୁତ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଥାଏ ।

କଦଳୀ ଗଛ ଘରେ ଲଗାଇବା ଦ୍ଵାରା ନେଗେଟିଭ ଶକ୍ତି ଦୂର ହୋଇ ପଜେଟିଭ ଊର୍ଜା ସୃଷ୍ଟି ହୋଇଥାଏ । ତୁଳସୀ ଗଛ ପାଖରେ ଲୋକମାନେ ଅନ୍ୟ ଗଛ ଲଗାଇଥାନ୍ତି । କିନ୍ତୁ ଜାଣି ରଖନ୍ତୁ ତୁଳସୀ ଗଛ ପାଖରେ କଦଳୀ ଗଛ ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ । କାରଣ ଏହା ସବୁଠାରୁ ବେହତର ମାନା ଯାଇଥାଏ । ଏହା ଦ୍ଵାରା ଭଗବାନ ବିଶୁଣୁଙ୍କ ସହ ମା ଲକ୍ଷ୍ମୀଙ୍କ ଅସୀମ କୃପା ମିଳିଥାଏ ।

ମାନା ଯାଇଥାଏ କି କଦଳୀ ଗଛ ଶ ଭଗବାନ ବିଶୁଣୁଙ୍କର ଗଭୀର ସମ୍ପର୍କ ରହିଛି । ମାନ୍ୟତା ଅନୁଯାୟୀ କଦଳୀ ଗଛରେ ସାକ୍ଷାତ ବୃହସ୍ପତି ଗ୍ରହର ବାସ ରହିଥାଏ । ଜ୍ଯୋତିଷ ଅନୁଯାୟୀ ଶୁଭ କାମରେ ବୃହସ୍ପତିଙ୍କ କୃପା ପାଇବା ପାଇଁ କଦଳୀ ପତ୍ର, ଫଳର ବ୍ୟବହାର କରିବା ଉଚିତ । ଶାସ୍ତ୍ର ଅନୁଯାୟୀ ଗୁରୁବାର ଦିନ କଦଳୀ ଗଛର ପୂଜା କରିଲେ ସବୁ ଇଚ୍ଛା ପୂରଣ ହୋଇଥାଏ ।

କନ୍ୟାଙ୍କୁ ମନ ବାଞ୍ଛିତ ଫଳ ମିଳିଥାଏ । କୌଣସି ବ୍ଯକ୍ତିର ମାଙ୍ଗଳିକ ଦୋଷ ଥିଲେ କଦଳୀ ଗଛ ସହ ବିବାହ କରିଲେ ଏହା ଦୂର ହୋଇଥାଏ । ଶାସ୍ତ୍ର ଅନୁଯାୟୀ କଦଳୀ ପତ୍ରକୁ ମଙ୍ଗଳ କାର୍ଯ୍ୟରେ କବାଟ ବା ପୂଜା ସ୍ଥଳରେ ଲଗାଇବା ଶୁଭ ହୋଇଥାଏ । ପାରିବାରିକ ସୁଖ ପାଇଁ ଭଗବାନ ବିଶୁଣୁ ଓ ମା ଲକ୍ଷ୍ମୀଙ୍କୁ କଦଳୀ ଅର୍ପଣ କରାଯାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *