କାହିଁକି ମହିଳା ମାନଙ୍କୁ ମଶାଣିକୁ ଯିବା ମନା? ଏହା ପଛରେ ଅଛି ଏହି ବଡ କାରଣ- Garuda Purana

ନମସ୍କାର ବନ୍ଧୁଗଣ, ହିନ୍ଦୁଧର୍ମରେ ଏପରି କିଛି ମାନ୍ୟତା ରହିଛି କି କିଛି ଜାଗାକୁ କେବଳ ପୁରୁଷମାନେ ହିଁ ଯାଇଥାନ୍ତି । ଏବଂ କିଛି କାମ କେବଳ ପୁରୁଷ ମାନେ ହିଁ କରିଥାନ୍ତି । ସେହିସବୁ କାର୍ଯ୍ୟରେ ମହିଳା ମାନଙ୍କୁ ଭାଗ ନେବା ସମ୍ପୂର୍ଣ ବାରଣ ଅଟେ । ସେହିଭଳି ଯେତେବେଳ ଅନ୍ତିମ ସଂସ୍କାର ପାଇଁ ମହିଳା ମାନେ ଶ୍ମଶାନ ଘାଟ ଯାଇଥାନ୍ତି ସେଠାକୁ କେବଳ ପୁରୁଷ ମାନେ ହିଁ ଯାଇଥାନ୍ତି । ତେବେ ଏସବୁ ବିଷୟ କଣ କାହିଁକି ମହିଳା ମାନେ ଶ୍ମଶାନ ଯାନ୍ତି ନାହିଁ ଆଜି ଆସନ୍ତୁ ଜାଣିବା ।

ଆମେମାନେ ବେଳେ ବେଳେ ଚିନ୍ତା ନିଶ୍ଚିନ୍ତ କରିଥାଉ କି ମହିଳା ମାନେ କାହିଁକି ଶ୍ମଶାନ ଯାଇପାରନ୍ତି ନାହିଁ । ଆଜି ଆମେ ଆପଣଙ୍କୁ ଏପରି କିଛି ତତ୍ଵ ଜଣାଇବୁ ଯାହା ଆଜି ନୁହେ ବହୁ କାଳରୁ ଚାଲି ଆସୁଛି । ହିନ୍ଦୁ ଧର୍ମରେ ଯେତେବେଳେ ପୁରୁଷ ମାନେ ଅନ୍ତିମ ସଂସ୍କାରକୁ ଯାଇଥାନ୍ତି ତେବେ ସେମାନଙ୍କୁ ସେମାନଙ୍କ ଚୁଟି କାଟିବାକୁ କିମ୍ବା ନଣ୍ଡା ହେବାକୁ ପଡିଥାଏ । ଏବଂ ଆପଣ ସମସ୍ତେ ଜାଣନ୍ତି କି ମହିଳା ମାନଙ୍କୁ ଚୁଟି କଟିବାର ଅନୁମତି ଦିଆ ଯାଏ ନାହିଁ । ତେଣୁ ଏଥିପାଇଁ ମହିଳାମାନେ ଶ୍ମଶାନ ଯାନ୍ତି ନାହିଁ ।

ମହିଳାଙ୍କ ହୃଦୟ ପୁରୁଷଙ୍କ ହୃଦୟଠାରୁ ଅଧିକ ନରମ ଓ କୋମଳ ହୋଇଥାଏ । ଏଥିପାଇଁ ସେମାନେ କାହାର ଦୁଖ ଦେଖିପାରନ୍ତି ନାହିଁ । କିନ୍ତୁ ଶ୍ମଶାନ ଘାଟରେ ଯଦି କେହି କାନ୍ଦିଥାଏ ତେବେ ଯେଉଁ ମଣିଷର ଦାହ ସଂସ୍କାର ହେଉଥାଏ ତାର ଆତ୍ମାକୁ ଶାନ୍ତି ମିଳିନଥାଏ । ମହିଳା ମାନେ କାହାକୁ ଜଳୁଥିବାର ଦେଖି କାନ୍ଦିବେ ନାହିଁ ଏପରି ହେବା ଅସମ୍ଭବ । କାରଣ ତାଙ୍କ ପାଇଁ କୌଣସି ଲୋକର କିଛି ସାମାନ୍ୟା ଆଘାତ ବି ସହିପାରନ୍ତି ନାହିଁ ।

ତେଣୁ ମହିଳା ମାନଙ୍କୁ ଏଥିପାଇଁ ଶ୍ମଶାନ ଘାଟକୁ ଯିବା ପାଇଁ ଦିଆଯାଇନଥାଏ । କାହିଁକି ନା ମହିଳା ମାନଙ୍କର ହୃଦୟ ଅତି କୋମଳ ଅଟେ । ସେ କୌଣସି ମଣିଷକୁ ଜଳୁଥିବା ଚିତା ଉପରେ ଦେଖି ଯଦି ଦରିଯାନ୍ତି ତେବେ ତାଙ୍କ ପାଇଁ ବହୁତ ବଡ ସମସ୍ୟା ସୃଷ୍ଟି ହୋଇପାରେ । ଏଥିପାଇଁ ମଧ୍ୟ ତାଙ୍କୁ ଶ୍ମଶାନ ଘଟକୁ ଯିବା ପାଇଁ ଦିଆଯାଏ ନାହିଁ ।

ଯେତେବଳେ ଲୋକମାନେ ଶ୍ମଶାନ ଘାଟରେ ମୃତ ବ୍ୟକ୍ତିଙ୍କ ଦାହ ସଂସ୍କାର କରି ଆସନ୍ତି ତେବେ ଘରେ ପୁରୁଷ ମାନଙ୍କର ଗୋଡ ଧୋଇବା ବ୍ୟବସ୍ତା ପାଇଁ ମହିଳା ମାନଙ୍କର ଘରେ ରହିବା ନିତାନ୍ତ ଆବଶ୍ୟକ । ଯାହାଦ୍ଵାରା ପୁରୁଷ ମାନଙ୍କୁ ଘରର କୌଣସି ବସ୍ତୁ ଛୁଇବାକୁ ପଡିନଥାଏ । ଏହି କଥା ତ ଆପଣମାନେ ଜାଣିଥାନ୍ତି କି ଶ୍ମଶାନ ଘାଟରେ ଆତ୍ମା ମାନେ ବାସ କରିଥାନ୍ତି ।

ଏବଂ ଅଧିକାଂଶ ଆତ୍ମା ମହିଳା ମାନଙ୍କୁ ହିଁ ହଇରାଣ କରିଥାନ୍ତି । ସେଥିପାଇଁ ମଧ୍ୟ ମହିଳା ମାନଙ୍କୁ ଶ୍ମଶାନ ଘଟକୁ ଯିବା ପାଇଁ ଦିଆଯାଏ ନାହିଁ । ଏହିସବୁ କାରଣ ପାଇଁ ହିଁ ମହିଳା ମାନଙ୍କୁ ଶ୍ମଶାନ ଘାଟକୁ ଯିବା ପାଇଁ ଦିଆଯାଇ ନଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *