କଳାସୂତା ବାନ୍ଧିବାର ଫାଇଦା ଜାଣି ବିଶ୍ଵାସ ହେବନି, ଦେଖନ୍ତୁ ଏହାକୁ ବାନ୍ଧିବା ପଛର ରହସ୍ୟ

ହିନ୍ଦୁ ଧର୍ମରେ ଘରେ ସନ୍ତାନ ଜନ୍ମ ହେବା ପରେ ଗୁରୁଜନ ମାନେ ତାଙ୍କୁ କଳା ସୂତା ବା କଳା ଟୀକା ନଜର ନ ଲାଗିବା ପାଇଁ ବାନ୍ଧିଥାନ୍ତି । କିନ୍ତୁ ଏହାର କାରଣ କଣ କଣ ଆପଣ ମାନେ ଜାଣିଛନ୍ତି । ପୂର୍ବରୁ ଯେଉଁ ରୀତିନୀତି ପରମ୍ପରା ରହିଛି ତାହାକୁ ଆଜିର ପିଢୀ ଧୀରେ ଧୀରେ ଭୁଲି ଯାଉଛନ୍ତି । ଯାହାର ପ୍ରଭାବ ଆମ ସଂସ୍କୃତି ଉପରେ ଦେଖିବାକୁ ମିଳୁଛି । ଆଜି ଆମେ ଯେଉଁ ସମାଜରେ ରହୁଛନ୍ତି ସେଥିରେ କ୍ରୋଧ, ଛଳନା, କପଟ ଭରପୁର ମାତ୍ରାରେ ରହିଛି । ଏଥିପାଇଁ ଆଜି ଆମେ ଆପଣ ମାନଙ୍କୁ କଳାସୂତା ବାନ୍ଧିବାର କଣ ଫାଇଦା ରହିଛି ସେହ ବିଷୟରେ କହିବାକୁ ଯାଉଛୁ ।

୧- କଳା ରଙ୍ଗ ଖରାପ ଶକ୍ତିର ବିନାଶ କରିଥାଏ । ଏଥିପାଇଁ ଖରାପ ନଜରରୁ ବଞ୍ଚିବା ପାଇଁ କଳା ରଙ୍ଗର ବ୍ୟବହାର କରା ଯାଇଥାଏ । ଯଦି ଘରେ କଳହ ଲାଗି ରହୁଥାଏ ତେବେ ଶନିବାର ଦିନ ଭଗବାନ ଶନିଦେବଙ୍କ ମନ୍ଦିରକୁ ଯାଇ ଏକ ମିଟର ନେଇ କଳାସୂତା ନେଇ ତାହା ଉପରେ ୧୦୮ଟି ଗଣ୍ଠି ବାନ୍ଧି ଦିଅନ୍ତୁ ।

ଏହି ଗଣ୍ଠି ଦେବା ସମୟରେ ଓମ ଶନିଶ୍ଚରାୟ ନମହ ମନ୍ତ୍ର ଜପ କରନ୍ତୁ । ଯଦି ଆଖ ପାଖରେ ମନ୍ଦିର ନାହି ତେବେ ଆପଣ ଘରେ ଏହି ଉପାୟ କରି ପାରିବେ । ଏହା ପରେ ଘରର ମୁଖ୍ୟ ଦ୍ଵାରାରେ ସେହି ଗଣ୍ଠି ପଡିଥିବା କଳାସୂତା ବାନ୍ଧି ଦିଅନ୍ତୁ । ଏହା ଦ୍ଵାରା ଘରେ ଥିବା ସମସ୍ତ ନାକାରାତ୍ମକ ଶକ୍ତି ଦୂରେଇ ଯିବ ।

୨- ଯଦି ଆପଣଙ୍କ ଘରର ସଦସ୍ୟ ସ୍ୱାସ୍ଥ୍ୟ ସର୍ବଦା ଖରାପ ରହୁଥାଏ ବା କୌଣସି ସମସ୍ୟାର ସାମନା କରିବାକୁ ପଡିଥାଏ ତେବେ କଳାସୂତାକୁ ମନ୍ଦିରରେ ନେଇ ସିନ୍ଦୁର ଲଗାଇ ରଖି ଦିଅନ୍ତୁ । ଏହା ପର ଦିନ ମନ୍ଦିର ଯାଇ ସେହି କଳାସୂତା ଆଣି ରୋଗୀଙ୍କ ପାଦରେ ବାନ୍ଧି ଦିଅନ୍ତୁ । ଏପରି କରିବା ଦ୍ଵାରା ତାଙ୍କ ମଧ୍ୟରେ ଥିବା ସବୁ ଖରାପ ଶକ୍ତି ର ଅନ୍ତ ଘଟିବ । ଏହା ସହ କାହାର ଖରାପ ନଜର ଲାଗିବ ନାହି ।

୩- ଗର୍ଭବତୀ ମହିଳାଙ୍କ ଠାରେ ଅଧିକାଂଶ ଖରାପ ନଜର ଲାଗିଥାଏ । ବିଶେଷ କରି ତାଙ୍କ ପିଲାଙ୍କ ଉପରେ ଖରାପ ପ୍ରଭାବ ପଡିଥାଏ । ଏଥିପାଇଁ ଗର୍ଭବତୀ ମହିଳାଙ୍କ ଠାରେ କଳାସୂତା ନେଇ ତାଙ୍କ କାହାରି ପାଖରେ ଗୁଡାଇବା ପରେ କଳାସୂତାକୁ ପାଣିରେ ବିସର୍ଜନ କରି ଦିଅନ୍ତୁ । ଏହି ଉପାୟ ପିଲା ଜନ୍ମ ହେବା ଯାଏଁ କରିବା ଯାଏଁ କରିବା ଦ୍ଵାରା ନଜର ଲାଗିବ ନାହି ।

କଳାସୂତାରେ ରୁଦ୍ରାକ୍ଷ ବାନ୍ଧି ହାତରେ ଲଗାଇଲେ ନଜର ଲାଗେ ନାହି । ପୁରୁଣା କଳାସୂତାକୁ ମାଟିରେ ପୋତିବା ବା ନଦୀରେ ଭସାଇ ଦେବା ଉଚିତ । ଗୋଡରେ ମୁଦି ପିନ୍ଧୁଥିବା ସ୍ଥାନରେ କଳାସୂତା ବାନ୍ଧିଲେ ଭଲ ହୋଇଥାଏ । ତେବେ ଏହା ଥିଲା କଳାସୂତାକୁ ନେଇ କିଛି ମହତ୍ଵପୂର୍ଣ୍ଣ କଥା ଯାହା ସମସ୍ତେ କରିବା ଉଚିତ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *