କଳିଯୁଗରେ ଭଗବାନଙ୍କୁ କେମିତି ପାଇବେ ? Garuda Purana

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଅଛି କି ଏହି ମାୟା ମୋହ ଭରା କଳିଯୁଗରେ କିପରି ଭାବରେ ଭଗବାନଙ୍କୁ ପ୍ରାପ୍ତ କରାଯିବ । ଏହି କଳିଯୁଗରେ ସମସ୍ତ ବ୍ୟକ୍ତିବିଶେଷ ନିଜ କର୍ମ ଓ କର୍ତ୍ତବ୍ୟ ପଛରେ ପଡିଛନ୍ତି । ଏହି ଜଞ୍ଜାଳମୟ ସଂସାରରୁ ସମୟ ବାହାର କରି କିଛି ସମୟ ଭଗବାନଙ୍କର ନାମ ଜପ କରିବା ନିହାତି ଭାବେ ଦରକାର ହୋଇଥାଏ । ଯେତେ କର୍ମ ଏବଂ କର୍ତ୍ତବ୍ୟ ଥାଉ ପଛକେ ସେଥି ମଧ୍ୟରୁ ସମୟ ବାହାର କରି ପ୍ରଭୁଙ୍କର ପୂଜା ପାଠରେ ମନନିବେଶ କରିବା ନିହାତି ଦରକାର ହୋଇଥାଏ ।

ଶାସ୍ତ୍ରରେ ଅଛି କେବଳ ପ୍ରଭୁଙ୍କ ନାମ ଉଚାରଣ କରିବା ଦ୍ଵାରା ହିଁ ଏହି ମୋହାମାୟା ଗ୍ରସ୍ତ କଳିଯୁଗରେ ଭଗବାନଙ୍କୁ ପ୍ରାପ୍ତ କରି ହେବ । କେବଳ ଏକ ମାତ୍ର ମୋକ୍ଷ ପାଇବାର ରାସ୍ତା ହେଉଛି ଭଗବାନଙ୍କର ନାମ ଧ୍ୟାନ ସହ ଉଚାରଣ କରିବା । ୧୬ ଅକ୍ଷରରରେ ଲେଖା ‘ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ’ ଏହି ଶୁଦ୍ଧପୁତ୍ତ ମନ୍ତ୍ରକୁ ଉଚାରଣ କରିବା ଦ୍ଵାରା ଆତ୍ମାକୁ ଶାନ୍ତି ମିଳିଥାଏ । ଏହି ମନ୍ତ୍ରର ପ୍ରଚାର ପ୍ରସାର ଚୈତନ୍ୟ ମହାପ୍ରଭୁ କରିଥିଲେ । ଜିଏକି ନିଜେ ହିଁ ଭଗବାନ ହରିଙ୍କର ଅଂଶ ଥିଲେ ।

୫୦୦ ବର୍ଷ ତଳେ ଚୈତନ୍ୟ ମହାପ୍ରଭୁ ଧରିତ୍ରୀ ପୃଷ୍ଟକୁ ଆସିଥିଲେ ଏବଂ ନିଜେ ହିଁ ହରିଙ୍କର ନାମ ଜପ କରି ସାଧାରଣ ମଣିଷକୁ ଶିଖାଇଲେ, କିଭଳି ଭାବରେ ଏହି କଳିଯୁଗରେ ଭଗବାନଙ୍କୁ ପ୍ରାପ୍ତ କରି ହେବ । ଚୈତନ୍ୟ ପ୍ରଭୁ ଏହି ହରି ମନ୍ତ୍ରକୁ କହିଛନ୍ତି କି ଇଏ ଏକ ଏପରି ମନ୍ତ୍ର ଯାହା ହେଉଛି ଅନେକ ମନ୍ତ୍ରର ସମାହାର । ଏହାକୁ ଜପ କରି ଲୋକମାନେ ବୈକୁଣ୍ଠ ପୁରକୁ ଗମନ କରିପାରିବେ । କାରଣ ସତ୍ୟ ଯୁଗରେ ଭଗବାନଙ୍କୁ ଧ୍ୟାନ କରି ପ୍ରସନ୍ନ କରାଯାଉଥିଲା ।

ତ୍ରେତୟା ଯୁଗରେ ଯଜ୍ଞ କରି ପ୍ରଭୁଙ୍କୁ ପ୍ରସନ୍ନ କରାଯାଉଥିଲା ଏବଂ ଦ୍ବାପରରେ ବିଗ୍ରହ ପୂଜା କରି ଠାକୁରଙ୍କୁ ପ୍ରାପ୍ତି କରାଯାଉଥିଲା । ଏହି ତିନି ଯୁଗରେ ଭଗବାନଙ୍କୁ ପ୍ରାପ୍ତି କରିବା କାଠିକର ପାଠ ଥିଲା । ବର୍ତ୍ତମାନ କଳିଯୁଗରେ ସମୟ ଓ ଏକାଗ୍ରତାର ଅଭାବ ଯୋଗୁ ସେହି ଭଳି ଭାବରେ ସାଧନା କରି ପୂଜା କରିବା ଏତେ ସହଜ କଥା ନୁହେଁ । ସେଥିପାଇଁ ଏହି କଳିଯୁଗରେ କେବଳ ପ୍ରଭୁଙ୍କର ନାମ ଜପ କରିବା ହିଁ ଏକ ମାତ୍ର ଉପାୟ ପ୍ରଭୁଙ୍କୁ ସିଧି କରିବା ପାଇଁ ଏବଂ ଏହି କଳିଯୁଗରୁ ମୋକ୍ଷ ପ୍ରାପ୍ତି କରିବା ।

ଆପଣ ମାନେ କେତେବେଳେ ଏବଂ କେଉଁ ଅବସ୍ଥାରେ ମଧ୍ୟପ୍ରଭୁଙ୍କ ନାମ ଜପ କରିପାରିବ । ବହୁତ ବର୍ଷ ତଳେ ଜଣେ ବ୍ରାହ୍ମଣ ସତ୍ୟଯୁଗରେ ବିବାହ କରିବା ପରେ ମଧ୍ୟ ପର ସ୍ତ୍ରୀ ସହିତ ସମ୍ପର୍କ ରଖିଥିଲା । ଏବଂ ସେହି ବେଶ୍ୟାର ଏକ ସନ୍ତାନ ମଧ୍ୟ ପ୍ରାପ୍ତ ହୋଇଥିଲା । ଯାହାର ନାମ ନାରାୟଣ ରଖାଯାଇଥିଲା ।

ମୃତ୍ୟୁ ସମୟରେ ଯେତେବେଳେ ସିଏ ତାର ପୁତ୍ର କୁ ଡାକିଲା ସେତେବେଳେ ନିଜେ ପ୍ରଭୁ ନାରାୟଣ ତାକୁ ଦର୍ଶନ ଦେଲେ । ଏହିପରି ଅନେକ ପରିସ୍ଥିତିରେ ଭଗବାନଙ୍କ ନାମ ଉଚାରଣ କରିବା ଦ୍ଵାରା ପ୍ରଭୁ ସାକ୍ଷତ ଦର୍ଶନ ଦେଉଥିଲେ । ଭଗବାନଙ୍କୁ ହୃଦୟରୁ ଡାକିବା ଦ୍ଵାରା ଏହି କଳିଯୁଗରେ ମଧ୍ୟ ଆମ୍ଭେମାନେ ପ୍ରଭୁଙ୍କୁ ପ୍ରାପ୍ତ କରିପାରିବୁ । ଯଦି ଏହି ପୋଷ୍ଟ ଟି ଭଲ ଲାଗିଥାଏ, ତେବେ ଆପଣଙ୍କର ମତାମତ କମେଣ୍ଟ ଦ୍ଵାରା ନିହାତି ଜଣାଇବେ ।

Leave a Reply

Your email address will not be published. Required fields are marked *