କଳିଯୁଗରେ ପ୍ରଥମ ଥର କୋଟିପତି ହେବେ ଏହି ରାଶିର ଲୋକମାନେ, ଏବେ ରହିବ ନାହିଁ ଜୀବନରେ କୌଣସି ଅଭାବ

ସୂର୍ଯ୍ୟଙ୍କ ପୁତ୍ର ଶନି ଦେବଙ୍କର ଗ୍ରହ ମାନଙ୍କ ମଧ୍ୟରେ ମହତ୍ୱ ବେଶୀ ରହିଥାଏ । ଶନି ଦେବଙ୍କୁ ନ୍ୟାୟ ର ଦେବ ମଧ୍ୟ କୁହାଯାଏ । ଶନି ଦେବ ବ୍ୟକ୍ତିର କର୍ମକୁ ଦେଖି ଫଳ ପ୍ରଦାନ କରିଥାନ୍ତି । ଶନି ଦେବଙ୍କ ରାଶି ପରିଵର୍ତନ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । କେତେବେଳେ ଏହି ପରିଵର୍ତନ କୌଣସି ରାଶି ପାଇଁ ଭଲ ଫଳ ଦେଇଥାଏ ତ କେତେବେଳେ ଖରାପ ଫଳ ପ୍ରଦାନ କରିଥାଏ । ଯେଉଁ ବ୍ୟକ୍ତିକୁ ଶନି ଦେବ ଙ୍କ କୃପା ଦୃଷ୍ଟି ମିଳିଥାଏ ସେମାନଙ୍କୁ ଭାଗ୍ୟବାନ ବୋଲି ମଣାଯାଏ ।

ଯେଉଁ ବ୍ୟକ୍ତିଙ୍କୁ ଶନି ଦେବଙ୍କର କୋପ ଦୃଷ୍ଟି ମିଳିଥାଏ ସେମାନଙ୍କୁ ବହୁତ ଦୁଃଖ କଷ୍ଟ ମିଳିଥାଏ । ଜୀବନରେ ବହୁତ ସମସ୍ୟା ଦେଖା ଦେଇଥାଏ । ଶନି ଦେବ ପ୍ରତି ରାଶି ରେ ଅଢେଇ ବର୍ଷ ପର୍ଯ୍ୟନ୍ତ ରହିଥାନ୍ତି । ଅଢେଇ ବର୍ଷ ପରେ ପୁନର୍ବାର ରାଶି ପରିଵର୍ତନ କରନ୍ତି । ତେବେ ଶନିଙ୍କ ର ଏହି ସାଢ଼େ ସାତ ଚାଲ ପରିବର୍ତନ ରେ ତିନୋଟି ଚାଲ ରେ ହୋଇଥାଏ । ପ୍ରଥମ ଚାଲ ରେ ଜାତକ ର ଆର୍ଥିକ ଅବସ୍ଥା , ଦ୍ଵିତୀୟ ଚାଲ ରେ ପାରିବାରିକ ଅବସ୍ଥା ଓ ତୃତୀୟ ରେ ସ୍ବାସ୍ତ୍ୟ ଅବସ୍ଥା ରେ ପ୍ରଭାବ ପଡିଥାଏ । ତେବେ ଶନି ଵର୍ତମାନ ମକର ରାଶିରେ ଅଛନ୍ତି ।

୨୯ ଏପ୍ରିଲ ରେ ସେ ପୁନର୍ବାର ରାଶି ପରିଵର୍ତନ କରିବେ । ଏହି ରାଶି ପରିଵର୍ତନ ରେ କିଛି ରାଶି ଉପରେ ଶନି ଦେବଙ୍କ କୃପା ମିଳିବ । ଆପଣ ମାନେ ନିବେଶ କରିଥିବା ଧନ ରେ ଉନ୍ନତି କରିବେ । ଆପଣଙ୍କର ବ୍ୟବସାୟ ଓ ବାଣିଜ୍ୟରେ ଧନ ଲାଭ ହେବ ।

ଜୀବନ ସାଥୀଙ୍କ ଭାବନା ଆପଣଙ୍କ ହୃଦୟ କୁ ସ୍ପର୍ଶ କରିବ । ପରିବାରରେ ଶାନ୍ତି ଓ ସୁଖ ର ପରିବେଶ ରହିବ । ଆପଣ ଯଦି କୌଣସି ନୂତନ କାର୍ଯ୍ୟ ବା ଯୋଜନା କରୁଛନ୍ତି ତେବେ ଆପଣଙ୍କ ପରିବାର ସଦସ୍ୟଙ୍କ ର ସମ୍ପୂର୍ଣ୍ଣ ସହାୟତା ଆପଣଙ୍କୁ ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଯେଉଁମାନଙ୍କୁ ଚାକିରୀ ମିଲି ନାହିଁ । ସେମାନଙ୍କୁ ଚାକିରିର ନୂଆ ସୁଯୋଗ ମିଳିବ । ଯେଉଁମାନଙ୍କର ବିବାହ ବିଳମ୍ବ ହେଉଛି ବା କୌଣସି କାରଣରୁ ବିବାହ ହୋଇପାରୁ ନାହିଁ ।

ତେବେ ସେମାନଙ୍କ ର ବିବାହ ଯୋଗ ଏବେ ହେବ । ଏମାନଙ୍କୁ ଶନି ଦେବଙ୍କ କୃପାରୁ ଭଲ ଜୀବନସାଥୀ ମିଳିବ । କ୍ୟାରିୟର ଦୃଷ୍ଟିରୁ ଏହି ରାଶିର ବିଦ୍ୟାର୍ଥୀଙ୍କ ପାଇଁ ଏହି ସମୟ ବହୁତ ଭଲ ଅଟେ । ଅଳ୍ପ ପରିଶ୍ରମରେ ଉଚିତ ଫଳ ମିଳିବ ।

ଚାକିରୀରେ ପଦୋନ୍ନତି ହୋଇପାରେ । ସହ କର୍ମୀଙ୍କ ସହଯୋଗ ମିଲିବ । କୌଣସି ଅର୍ଥ ଆପଣଙ୍କର ଫସିଯାଇଥିଲେ ତାହା ଆପଣ ଫେରି ପାଇବେ । କିନ୍ତୁ ଆପଣ କୌଣସି କଥା କାହାକୁ କହିବା ଆଗରୁ ଭଲରେ ଭାବି ବିଚାରି କହିବେ । କାରଣ ଆପଣଙ୍କର ଉନ୍ନତି ରେ ବହୁତ ଲୋକ ଇର୍ଷା ମଧ୍ୟ କରିବେ ।

ତେଣୁ ନିଜର ବାଣୀରେ ସଂଯମତା ରକ୍ଷା କରିବେ । ସନ୍ତାନଙ୍କ ପାଇଁ ଏହି ସମୟ ବହୁତ ଶୁଭ ଅଟେ । ଏହି ରାଶିର ଲୋକମାନେ ନିଜ ସନ୍ତାନ ଠାରୁ କିଛି ଭଲ ଖବର ପାଇବେ । ତେବେ ଏହି ରାଶି ଗୁଡିକ ହେଲେ ସିଂହ ରାଶି , ତୁଲା ରାଶି , ମକର ରାଶି , କୁମ୍ଭ ରାଶି , କନ୍ୟା ରାଶି ଓ ମେଷ ରାଶି ।

Leave a Reply

Your email address will not be published. Required fields are marked *