କଣ ଆପଣ ଜାଣିଛନ୍ତି ସ୍ଵର୍ଗଦ୍ଵାର ବିଷୟରେ ଏହି କାହାଣୀ? କାହିଁକି ଏଠାରେ ପୋଡାଯାଏ ଶବ! Swarga Dwara

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଶ୍ରୀକ୍ଷେତ୍ର ଧାମର ସ୍ଵର୍ଗଦ୍ଵାରର କାହାଣୀ ବିଷୟରେ କହିବାକୁ ଯାଉଛୁ । ଶ୍ରୀକ୍ଷେତ୍ର ଧାମ ପୁରୀରେ ଥିବା ସ୍ଵର୍ଗ ଦ୍ଵାର ରହିଥାଏ ସମୁଦ୍ର କୁଳ ନିକଟସ୍ଥ ଚୈତନ୍ୟ ମୂର୍ତ୍ତି ପାଖରେ । ଏହାର ଡାହାଣ ପାଖରେ ଗଲେ ସ୍ଵର୍ଗ ଦ୍ବାରର ମୁଖ୍ୟ ଦ୍ଵାରରେ ପ୍ରବେଶ କରାଯାଏ । ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର ମୁକ୍ତିର କ୍ଷେତ୍ର ହୋଇଥାଏ । ମୃତ ବ୍ୟକ୍ତିଙ୍କୁ ଏଠାରେ ଦାହ ସଂସ୍କାର କରିଲେ ମୁକ୍ତି ମିଳିଥାଏ ବୋଲି ମାନ୍ୟତା ରହିଛି । ଶ୍ରୀକ୍ଷେତ୍ରରେ ଜଳ, ସ୍ଥଳ ଓ ଆନ୍ତରିକରେ ପବିତ୍ର ମୂର୍ତ୍ତି ବିରାଜିତ ହୋଇଥାଏ । ମହୋଦଧି କୂଳରେ ରହିଛି ଏହି ମହାତୀର୍ଥ ।

ପ୍ରତେକ ବ୍ଯକ୍ତିର ଇଚ୍ଛା ଥାଏ ଜୀବନର ଶେଷ ସମୟ ଶ୍ରୀକ୍ଷେତ୍ରରେ କଟୁ ଆଉ ଜୀବନ ସରିବା ପରେ ସ୍ଵର୍ଗ ଦ୍ଵାରରେ ଅନ୍ତିମ ସଂସ୍କାର ହେଉ । ଏଠାରେ ମୃତ୍ୟୁବରଣ କରିବା ବଡ ଭାଗ୍ୟର କଥା । କଥିତ ଅଛି ଇନ୍ଦ୍ର ଅତୀତରେ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସିଥିଲେ ଓ ଯେବେ ସେ ଦର୍ଶନ ସାରି ମହାପ୍ରସାଦ ସେବନ କରିବା ପାଇଁ ଯାଇଛନ୍ତି ତ ସେ ଅନୁଭବ କରଛନ୍ତି ତାଙ୍କ ପାଖରେ କିଛି କଉଡି ବା ପଇସା ନାହିଁ । ଏହା ଦେଖି ସେ ପଣ୍ଡାଙ୍କୁ କିଛି ପଇସା ମାଗିଛନ୍ତି କିନ୍ତୁ ପଣ୍ଡା ଜଣଙ୍କ ତାଙ୍କୁ ପଇସା ଦେଇ ନାହାନ୍ତି ।

ତ ପରେ ଇନ୍ଦ୍ର ପଣ୍ଡାଙ୍କୁ ପରିଚୟ ଦେଇଛନ୍ତି ମୁଁ ଇନ୍ଦ୍ର ଏବଂ ଗୋଟେ ମନ୍ତ୍ର ବି ଦେଇଛନ୍ତି ଆଉ କହିଛନ୍ତି ଏହି ମନ୍ତ୍ର ଉଚ୍ଚାରଣ କରିଲେ ବର୍ଷା ହେବ । ହଠାତ ପଣ୍ଡା ମନ୍ତ୍ର ଉଚ୍ଚାରଣ କରିଛନ୍ତି ଆଉ ବର୍ଷା ମଧ୍ୟ ହୋଇଛି । ପରେ ବର୍ଷା ବନ୍ଦ କରିବା ପାଇଁ ଆଉ ଏକ ମନ୍ତ୍ର ଇନ୍ଦ୍ର କହିଛନ୍ତି ଯାହାକୁ ପଣ୍ଡା ଉଚ୍ଚାରଣ କରିଛନ୍ତି ଆଉ ବର୍ଷା ବନ୍ଦ ହୋଇଯାଇଛି । ଏହା ପରେ ପ୍ରଭୂ ଇନ୍ଦ୍ର ମହାପ୍ରସାଦ ସେବନ କରି ସାରି ଚାଲିଯାଇଛନ୍ତି ଓ ପଣ୍ଡା ଜଣଙ୍କ ମଧ୍ୟ ତାଙ୍କ ପଛରେ ଅନୁଧ୍ୟାନ କରି ଯାଇଛନ୍ତି ଓ ସମୁଦ୍ର ନିକଟରେ ପହଞ୍ଚିଛନ୍ତି । ଏହା ପରେ ସେ ଦେଖିଛନ୍ତି ଯେ ଇନ୍ଦ୍ରଦେବ ଗୋଟେ ଜାଗାରୁ ସ୍ଵର୍ଗକୁ ଚାଲିଯାଇଛନ୍ତି ।

ଏହା ପରେ ପଣ୍ଡା ଜଣଙ୍କ ସେଠାରେ ଗୋଟେ କାଠି ପୋତି ଚାଲିଯାଇଛନ୍ତି ଗଜପତିଙ୍କ ନିକଟକୁ । ଗଜପତିଙ୍କ ନିକଟରେ ଇନ୍ଦ୍ରଙ୍କ ସବୁ କଥା କହିବା ସହ ଯେଉଁ ମନ୍ତ୍ର ଦେଇଥିଲେ ତାକୁ ମଧ୍ୟ କହିଛନ୍ତି । ଯାହା ପରେ ସେହି ମନ୍ତ୍ର ଉଚ୍ଚାରଣ କରି ଗଜପତି ଦେଖିଲେ ଯେ ବର୍ଷା ହେଲା ଆଉ ବନ୍ଦ ହୋଇଥିଲା । ତା ପରେ ରାଜା ଯାଇ ଦେଖିଛନ୍ତି ଯେ ଯେଉଁ ଜାଗାରେ କାଠି ପୋତା ହେବା ପଠା ପଣ୍ଡା କହିଥିଲେ ସେଠାରେ କାଠି ପୋତା ହୋଇଛି ।

ପୌରାଣିକ କଥା ଅନୁଯାୟୀ ସେଠାରେ ଆରମ୍ଭ ହୋଇଥିଲା ସ୍ଵର୍ଗଦ୍ଵାର । ବିଶ୍ଵାସ ରହିଛି ସାଧାରଣ ମଣିଷ ମୃତ୍ୟୁ ପରେ ତାର ପିଣ୍ଡରୁ ପ୍ରାଣ ଚାଲିଗଲା ପରେ ସ୍ଵର୍ଗଦ୍ଵାରରେ ସଂସ୍କାର କରାଯାଏ ତେବେ ତାର ମର୍ତ୍ତ୍ୟ ମଣ୍ଡଳରେ ଆଉ ଜନ୍ମ ହେବ ନାହି କାରଣ ସେ ବୈକୁଣ୍ଠ ଲାଭ କରେ । ଦାହ ସଂସ୍କାର ପରେ ଜ୍ଞାତିଜନ ସମୁଦ୍ର ପରେ ନରେନ୍ଦ୍ର ପୋଖିରେ ସ୍ନାନ କରି ମହାପ୍ରସାଦ ସେବନ କରିଲେ ଶାନ୍ତି ମିଳିଥାଏ ।

ପଥଶ୍ରବ ନିକଟରେ ରହିଛି ଅନାଦା ଠାକୁରଙ୍କ ସମାଧି । ମାନ୍ୟତା ରହିଛି ସ୍ଵର୍ଗଦ୍ଵାରରେ ଟଙ୍କାଟିଏ ପୋତିକି ଆସିଲେ ସେହି ଠାରେ ଗୋଟିଏ ତାଙ୍କର ଜଗର କିଣିକି ଗଲେ ଓ ମୃତ୍ୟୁ ପରେ ସେଠାରେ ହିଁ ପୋଡା ହେବାର କୁହାଯାଏ । ସ୍ଵର୍ଗଦ୍ଵାରାରେ ରହୁଛନ୍ତି ଅଘୂରି ସଂପ୍ରଦାୟର ଉଦାସିତ ବାବାଙ୍କ ଶ୍ମଶାନକାରି ମନ୍ଦିର । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *