କନ୍ୟାର ହାତ ଓ ଗୋଡରେ ବାଳ ଅଧିକ ଥିଲେ କଣ ସୂଚନା ମିଳେ- Ajira Anuchinta

ବନ୍ଧୁଗଣ ନାରୀ ମାନଙ୍କୁ ଚିହ୍ନିବା ଏତେ ସହଜ ନୁହେଁ । କାରଣ ନାରୀ ମାନଙ୍କର ଅନେକ ରୂପ ରହିଛି ଯାହା ଶାସ୍ତ୍ରରେ କୁହା ଯାଇଛି । ଏମିତି କିଛି ନାରୀ ଅଛନ୍ତି ଯେଉଁ ମାନେ ଘରକୁ ସ୍ଵର୍ଗ କରିଥାନ୍ତି ତ ଆଉ କିଛି ନର୍କ କରିଥାନ୍ତି । ଏହା ତାଙ୍କର ସ୍ଵଭାବ, ଚରିତ୍ର ଓ ଚାଲିଚଳଣିରୁ ଜଣା ପଡିଥାଏ । ତେବେ ଆଜି ଆମେ ଆପଣ ଅମାନଙ୍କୁ ନାରୀର କେଉଁ କେଉଁ ଲକ୍ଷଣ ଥିଲେ ସେମାନେ ସୋଭାଗ୍ୟବତୀ ହୋଇଥାନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

୧- ଯେଉଁ ନାରିମାନଙ୍କ କଣ୍ଠ କୋମଳ ଓ କଥାବାର୍ତ୍ତା ଧୀର ହୋଇଥାଏ ସେମାନେ ଭାଗ୍ୟଶାଳୀ ନାରୀ ଅଟନ୍ତି । ଯେଉଁ ମହିଳା ବୁଦ୍ଧିମତୀ, ଦାନଶୀଳ, ଆସ୍ତିକ ହୋଇଥାନ୍ତି ସେମାନେ ସାକ୍ଷାତ ଲକ୍ଷ୍ମୀଙ୍କ ରୂପ ହୋଇଥାନ୍ତି ।

୨- ଯେଉଁ ନାରୀ ଘରକୁ ଆସିଥିବା ଅତିଥିଙ୍କୁ ସତ୍କାର କରିଥାନ୍ତି ସେମାନେ ସୌଭାଗ୍ୟବତୀ ହୋଇଥାନ୍ତି । ଯେଉଁ ନାରୀ ସକାଳେ ସନ୍ଧ୍ୟାରେ ଘରେ ଧୂପ, ଦୀପ ଦେଇଥାନ୍ତି ସେମାନେ ସୌଭାଗ୍ଯବତୀ ହୋଇଥାନ୍ତି ।

୩- ଯେଉଁ ନାରିଙ୍କ ଗାଲ ଗୋଲ, ସୁନ୍ଦର ଓ ଶିର ଦେଖାଯାଏ ନାହି ସେହି ଘରେ ମାନ ସମାନ ବୃଦ୍ଧି ହୋଇଥାଏ । ଯେଉଁ ନାରୀର ବେକ ୪ ଆଙ୍ଗୁଳି ବିଶିଷ୍ଟ ସେମାନେ ଉତ୍ତମଯୁକ୍ତ ହୋଇଥାନ୍ତି ।

୪- ଯେଉଁ ମହିଳାଙ୍କ ବେକରେ ଘଣ୍ଟିକା ଉଚ୍ଚ ହୋଇଥାଏ ସେମାନେ ସୌଭାଗ୍ୟଶାଳୀ ହୋଇଥାନ୍ତି । ଯେଉଁ ନାରିଙ୍କ ବେକରେ ୩ଟି ରେଖା ଥାଏ ସେମାନେ ସ୍ବାମୀଙ୍କ ପାଇଁ ଐଶ୍ଚର୍ଜ୍ୟ ଆଣିଥାନ୍ତି । ଯେଉଁ ନାରିଙ୍କ ନାକର ଅଗ୍ରଭାଗ ଅଳ୍ପ ଲମ୍ବା ହୋଇଥାନ୍ତି ସେମାନେ ସୌଭାଗ୍ଯଶାଳୀ ହୋଇଥାନ୍ତି ।

୫- ଯେଉଁ ନାରିଙ୍କ ଓଠ ମଝିରେ ରେଖା ଥାଏ ସେମାନେ ସୌଭାଗ୍ୟଶାଳୀ ହୋଇଥାନ୍ତି । ଯେଉଁ ନାରିଙ୍କ ପାଟିର ଉପରେ ୧୬ଟି ଓ ତଳେ ୧୬ଟି ଦାନ୍ତ ସଫା ହୋଇଥାଏ ସେମାନେ ସ୍ବାମୀଙ୍କ ପ୍ରିୟ ହୋଇଥାନ୍ତି । ଯେଉଁ ମହିଳାଙ୍କ ଜିଭ ପତଳା, ନାଲି ହୋଇଥାଏ ସେମାନଙ୍କୁ ଉତ୍ତମ ସ୍ଵାମୀ ମିଳିଥାଏ ।

୬- ଯେଉଁ ନାରୀମାନେ ହସିବା ସମୟରେ ତାଙ୍କ ପାଟି ଅଳ୍ପ ଖୋଲିବା ସହ ଦାନ୍ତ ଦେଖାଯାଏ ନାହି ସେମାନେ ସ୍ଵାମୀଙ୍କର ଉନ୍ନତିର କାରଣ ହୋଇଥାନ୍ତି । ଯେଉଁ ମହିଳାଙ୍କର ହାତ କୋମଳ, ଲୋମ ବିହୀନ ଓ ଅକନ୍ଧ ଆଗକୁ ରହିଥାଏ ସେମାନେ ଜୀବନରେ ସୁଖ ଭୋଗ କରିଥାନ୍ତି ।

୭- ଯେଉଁ ନାରିଙ୍କ ବେକ, ଗାଲ, କାନ, ହାତରେ କଳାଜାଇ ଥାଏ ସେମାନେ ସୁଖ ଭୋଗ କରିଥାନ୍ତି । ଯେଉଁ ନାରୀଙ୍କ ହାତ ପାପୁଲି କୋମଳ ଓ ହାତରେ ପଦ୍ମ, ପତାକା, ମାଛ, ଶଙ୍ଖ ଚିହ୍ନ ରହିଠେ ସେମାନେ ସ୍ଵାମୀଙ୍କୁ ଧନବାନ କରିଥାନ୍ତି ।

୮- ଯେଉଁ ନାରିଙ୍କ ପାଦର ଆଙ୍ଗୁଠି ଲାଗି ରହିଥାଏ ସେମାନେ ସୌଭାଗ୍ୟଶାଳୀ ହୋଇଥାନ୍ତି । ଯେଉଁ ନାରିଙ୍କ ପାଦର ଆଙ୍ଗୁଠି ମଧ୍ୟରେ ଅଧିକ ଫାଙ୍କ ଥାଏ ସେମାନେ ଜୀବନରେ ଧନ ସଞ୍ଚୟ କରିପାରନ୍ତି ନାହି ।

୯- ଯେଉଁ ମହିଳାଙ୍କର ପାଦର ଆଙ୍ଗୁଠି ଭୂମିକୁ ସ୍ପର୍ଶ କରେ ନାହି ସେମାନେ ସମୟ ନିଜକୁ ବଦଳାଇ ଦେଇଥାନ୍ତି । ମହିଳା ନିଜର ଗହଣା ଘରର ଦକ୍ଷିଣ ଦିଗରେ ରଖିଲେ ମଙ୍ଗଳ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *