କରଜରୁ ମୁକ୍ତି ପାଇବାର ଏହି 5 ଟି ଉପାୟ- Vaastu Tips

ଯେତେବେଳେ ଟଙ୍କାର ଅଭାବ ହୋଇଥାଏ ତେବେ ସେହି ସମୟରେ ଲୋକମାନେ ଅନ୍ୟମାନଙ୍କ ଠାରୁ କରଜ ନେଇଥାନ୍ତି । କରଜ ଏହି ଦୁନିଆର ସବୁଠୁ ବଡ ବୋଝ ବୋଲି କୁହାଯାଇଛି । କରଜରୁ ମୁକ୍ତି ପାଇବା ସହଜ କଥା ହୋଇ ନ ଥାଏ । କିନ୍ତୁ ଶାସ୍ତ୍ରରେ ଏହିଭଳି କିଛି ଉପାୟ କୁହାଯାଇଛି ଯାହା କରଜରୁ ଆପଣଙ୍କୁ ମୁକ୍ତି ଦେଇ ପାରିବ । ଶାସ୍ତ୍ରରେ ସମସ୍ତ ସମସ୍ୟାର ଉପାୟ କୁହାଯାଇଛି । କିନ୍ତୁ ଏହି ଉପାୟକୁ ଆପଣାଇବା ପାଇଁ ମନରେ ବିଶ୍ଵାସ ଓ ଇଚ୍ଛା ଶକ୍ତି ଥିବା ଦରକାର ।

ଶାସ୍ତ୍ରରେ ଏହିଭଳି ୫ଟି ଉପାୟ ବିଷୟରେ କୁହାଯାଇଛି ଯାହା ମନୁଷ୍ୟକୁ ନିଶ୍ଚିତ ରୂପରେ କରିବା ଉଚିତ । ଏହି ଉପାୟ ବ୍ୟକ୍ତିକୁ ବଡ ରୁ ବଡ କରଜରୁ ମୁକ୍ତି କରି ପାରିବ । ଯଦି ଆପଣଙ୍କୁ ଧନ ସହ ଜଡିତ ସମସ୍ୟା ଅଛି କିମ୍ବା ଆପଣଙ୍କ ପାଖରେ ଟଙ୍କା ରହୁ ନାହିଁ, ତେବେ ଆପଣ ଏହି ଉପାୟକୁ କରିବା ଦ୍ଵାରା ଟଙ୍କା ଆପଣଙ୍କ ପାଖରେ ରହିବ । ଆଜି ଆମେ ଆପଣଙ୍କୁ ଏହି ଉପଲକ୍ଷେ ୫ଟି ଉପାୟ ବିଷୟରେ କହିବୁ ।

୧ – ଯଦି ଆପଣଙ୍କ ଉପରେ କରଜ ବଢି ଚାଲିଛି ଓ ଭାଗ୍ୟ ଆପଣଙ୍କ ସାଥ ଦେଉ ନାହିଁ ତେବେ ଆପଣ କୌଣସି ବି ଶୁକ୍ରବାର ଦିନ ଗୋଟିଏ ତାଲା ଦୋକାନରୁ ଗୋଟିଏ ବନ୍ଦ ତାଲା କ୍ରୟ କରନ୍ତୁ । ଧ୍ୟାନ ରଖନ୍ତୁ କିଣିବା ସମୟରେ ସେହି ତାଲାକୁ ଖୋଲି କରି ଦେଖନ୍ତୁ ନାହିଁ ଓ ନା ହିଁ ଦୋକାନଦାର ବି ଦେଖିବ । ଚାବି ସହ ବନ୍ଦ ତାଲାକୁ ଘରକୁ ଆଣି ଶୁକ୍ରବାର ଦିନ ମୁଣ୍ଡ ତଳେ ରଖି ଶୋଇ ପଡନ୍ତୁ । ଶନିବାର ଦିନ ଏହି ତାଳ କୌଣସି ବି ମନ୍ଦିରରେ ରଖି ଆସନ୍ତୁ । ଯେତେବେଳେ ଏହି ତାଲାକୁ କେହି ଖୋଲିବ ତେବେ ଆପଣଙ୍କ ଭାଗ୍ୟ ଖୋଲିଯିବ ।

୨ – ଯଦି ଘରେ ଆର୍ଥିକ ସମସ୍ୟା ଅଛି କିମ୍ବା କରଜ ବଢି ଚାଲିଛି ତେବେ ରାତିରେ ନିଜ ମୁଣ୍ଡ ପାଖରେ ଗୋଟିଏ ପାତ୍ର ଗହମ ରଖନ୍ତୁ । ଆସନ୍ତା ଦିନ ସକାଳେ ସେହି ଗହମକୁ ଗରିବ ମାନଙ୍କ ମଧ୍ୟରେ ବାଣ୍ଟି ଦିଅନ୍ତୁ । ଘରେ ଯେତେବେଳେ ବି ଭୋଜନ ପ୍ରସ୍ତୁତ ହେବ ତେବେ ତାହାର କିଛି ଅଂସ ପ୍ରଥମେ କାଉ, ଦ୍ଵିତୀୟରେ କୁକୁର ଓ ତୃତୀୟରେ ଗାଈକୁ ଦିଅନ୍ତୁ । ଏହା ପରେ ନିଜେ ସେବନ କରନ୍ତୁ ।

୩ – ଶନିବାର ଦିନ କଳା କୁକୁରକୁ ସୋରିଷ ତେଲ ଦ୍ଵାରା ତିଆରି ରୁଟି ଦେବେ ତେବେ କରଜରୁ ମୁକ୍ତି ମିଳିବ ।

୪ – ୨.୫ ଅଟା ଓ ୨.୫ ଗୁଡ ମିଶ୍ରିତ କରି ରୁଟି ତିଆରି କରନ୍ତୁ ଓ ଗୁରୁବାର ଦିନ ସନ୍ଧ୍ୟା ସମୟରେ ଏହି ରୁଟି ଗାଈକୁ ଦିଅନ୍ତୁ । ତିନି ଗୁରୁବାର ପର୍ଯ୍ୟନ୍ତ ଏହା କରିବେ ଦ୍ଵାରା ଆପଣଙ୍କ ଦରିଦ୍ରତା ସମାପ୍ତ ହୋଇଥାଏ ।

Leave a Reply

Your email address will not be published. Required fields are marked *