କର୍କଟ ରାଶି ଥିବା ବ୍ୟକ୍ତିଙ୍କ କଟୁ ସତ୍ୟ, ଆପଣଙ୍କ ପାଖରେ କର୍କଟ ରାଶି ବ୍ୟକ୍ତି ଅଛନ୍ତି ତ ନିଶ୍ଚୟ ଦେଖନ୍ତୁ…

ନମସ୍କାର ବନ୍ଧୁଗଣ, ରାଶିରେ ଗ୍ରହ ନକ୍ଷତ୍ରର ଚଳନ ଗୋଟିଏ ମଣିଷର ସ୍ଵଭାବକୁ ଦର୍ଶାଇଥାଏ । ମଣିଷ ସ୍ୱଭାବରେ ଏଥିପାଇଁ ପରିବର୍ତ୍ତନ ମଧ୍ୟ ଆସିଥାଏ । ତେବେ ରାଶି ଚକ୍ରରେ ରହିଥିବା 12 ଟି ରାଶି ମଧ୍ୟରୁ ଆଜି ଆମେ ଆପଣ ମାନଙ୍କୁ କର୍କଟ ରାଶିର ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କୁ ଆଗରୁ ବିଲକୁଲ ଜଣାନାହିଁ । ତେବେ ଆଉ  ଡେରି ନକରି ଆସନ୍ତୁ ଜାଣିବା କର୍କଟ ରାଶିର କଟୁ ସତ୍ୟତା ବିଷୟରେ ।

କର୍କଟ ରାଶି: ପ୍ରତ୍ୟକ ରାଶିର ସ୍ଵାମୀ ଗ୍ରହ ରହିଥାନ୍ତି । ସେହିଭଳି କର୍କଟ ରାଶିର ସ୍ଵାମୀ ହେଉଛନ୍ତି ଚନ୍ଦ୍ର ଦେବ । ଆପଣ ମାନେ ସବୁ କଥାକୁ ବହୁତ ଗଭୀର ଭାବରେ ଭାବିଥାନ୍ତି । ବୃଦ୍ଧିର ପ୍ରୟୋଗ ନକରି ହୃଦୟରୁ ସମସ୍ତ କଥାକୁ ଭାବିଥାନ୍ତି । ଏମାନେ ଟିକେ ଲାଜକୁଳା ସ୍ଵଭାବର ଅଟନ୍ତି । କିନ୍ତୁ ଏମାନେ ପ୍ରଥମ ଦେଖାରେ ହିଁ ଅନ୍ୟ ମାନଙ୍କୁ ନିଜ ଆଡକୁ ଆକର୍ଷିତ କରନ୍ତି ।

ବେଳେବେଳେ ଛୋଟ ପିଲାଙ୍କ ଭଳି ଏମାନେ ସରଳ, କୋମଳ ହୋଇଥାନ୍ତି । ବହୁତ ସହଜରେ ଅନ୍ୟ ଜଣଙ୍କୁ ବିଶ୍ଵାସ କରିଦେଇଥାନ୍ତି । ଅନ୍ୟ ମାନଙ୍କ ଦୁଃଖରେ ଠିଆ ହେବ ପାଇଁ ଆଗଭର ଥାନ୍ତି । ଏମାନଙ୍କ ଚାରିପାଖରେ ରହୁଥିବା ପ୍ରତ୍ୟକ ଲୋକଙ୍କୁ ଏମାନେ ସ୍ନେହ ଓ ଭଲ ପାଇବା ଦେଇଥାନ୍ତି । ଏହି ରାଶିର ଲୋକଙ୍କୁ ବୁଝିବା କଠିନ ହୋଇଥାଏ ।

ସବୁବେଳେ ଏମାନେ ଅନ୍ୟକୁ ସୁରକ୍ଷା ଦେବା ଭଳି ସ୍ଵଭାବର ଅଟନ୍ତି । ଛୋଟ ଛୋଟ କଥାକୁ ମଧ୍ୟ ଏମାନେ ନିଜ ହୃଦୟକୁ ନେଇ ଯାଇଥାନ୍ତି । ନିଜ ଜୀବନସାଥିଙ୍କ ପ୍ରତି ଏମାନେ ବହୁତ ବିଶ୍ଵାସୀ ହୋଇଥାନ୍ତି । ଏମାନଙ୍କ ସହ ସମ୍ପର୍କ ସ୍ଥାୟୀ ହୋଇଥାଏ । ସମ୍ପର୍କକୁ ଏମାନେ ବହୁତ ଗୁରୁତ୍ଵ ଦେଇଥାନ୍ତି । ଏହି ରାଶିର ଲୋକ ମାତା ପିତାଙ୍କ ଦାୟିତ୍ଵ ସୂଚାରୁ ରୂପରେ ତୁଲାଇ ଥାନ୍ତି ।

ଏମାନେ ସବୁବେଳେ ନିଜ ପରିବାର ପ୍ରତି ଉଶ୍ଚର୍ଗ ରହିଥାନ୍ତି । ନିଜ ଘର ପରିବାର ଲୋକଙ୍କ ସହ ଏମାନେ ବହୁତ ଖୁସି ରହିଥାନ୍ତି । ଯାହା ହାତ ଥରେ ଧରନ୍ତି ସାରା ଜୀବନ ପାଇଁ ତାଙ୍କ ହାତ କେବେ ମଧ୍ୟ ଛାଡନ୍ତି ନାହିଁ । ଏମାନେ ଯେଉଁ କାର୍ଯ୍ୟ ନିମନ୍ତେ ମନ କରିଥାନ୍ତି ସେହି କାର୍ଯ୍ୟ ସହ ବେସ ଭଲ ଭାବରେ ଜଡିତ ଥାନ୍ତି । ଯାହାଦ୍ୱାରା ଏମାନେ ସେହି କାର୍ଯ୍ୟରେ ସଫଳ ମଧ୍ୟ ହୋଇଯାନ୍ତି ।

କାର୍ଯ୍ୟରେ କ୍ଷେତ୍ରରେ ନିଜର ଚମତ୍କାରୀ ବୁଦ୍ଧି ପ୍ରୟୋଗ କରି ଉନ୍ନତି ହାସଲ କରିଥାନ୍ତି । ଜୀବନରେ ଧନ ରୋଜଗାର କରିବାର ଭଲ କ୍ଷମତା ରହିଥାଏ । ଏହି ରାଶିର ଲୋକ ବହୁତ ପରିଶ୍ରମୀ ଅଟନ୍ତି । କର୍କଟ ରାଶିର ଲୋକ କେବେ ହାର ନ ମାନିଲା ଭଳି ସ୍ଵାଭାବର ହୋଇଥାନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ ।

Leave a Reply

Your email address will not be published. Required fields are marked *