କେମିତି ହେଲା Dwarikaର ବିନାଶ, ଜାଣନ୍ତୁ ଶ୍ରୀକୃଷ୍ଣଙ୍କର କିଛି ରହସ୍ୟମୟ କଥା…

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ସମସ୍ତଙ୍କୁ ତ ଏହା ଜଣା କି ଭଗବାନ କୃଷ୍ଣଙ୍କ ଦ୍ଵାରିକା ନଗରି ଭାରତର ସବୁଠାରୁ ପୁରୁଣା ସହର । କିନ୍ତୁ ଏମିତି କଣ ହେଲା କି ସ୍ଵୟଂ ଭଗବାନଙ୍କ ନଗରି ଧ୍ଵଂସ ପାଇଗଲା ଏବଂ ସମୁଦ୍ରରେ ଲୀନ ହୋଇଗଲା । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ ଏହା ବିଷୟରେ ସମ୍ପୂର୍ଣ ରୂପେ କି କେଉଁଥିପାଇଁ କୃଷ୍ଣଙ୍କ ନଗରି ଜଳମଗ୍ନ ହୋଇଗଲା ।

ଦ୍ଵାରିକା ନଗରି ଆଜିର ଏହି ଆଧୁନିକ ସହର ଭଳି ଦେଖାଯାଉଥିଲା । କଂସକୁ ଶ୍ରୀକୃଷ୍ଣ ବିନାଶ କରିବା ପରେ କଂସଙ୍କ ଶଶୁର ସବୁବେଳେ ମଥୁରା ଉପରେ ଆକ୍ରମଣ କରୁଥିଲେ । ତେଣୁ ଶ୍ରୀକୃଷ୍ଣ ଆସି ସମୁଦ୍ର କୂଳରେ ଦ୍ଵାରିକା ନଗରି ଗଠନ କରିଥିଲେ । ନଗର ତିଆରି କରିବା ପାଈଁ ସମୁଦ୍ର ଦେବତାଙ୍କ ଥୁ ଅନୁମତି ନେଇ ବିଶ୍ଵକର୍ମାଙ୍କୁ କହି ରାତିକ ଭିତରେ ଦ୍ଵାରିକା ନଗରି ତିଆରି କରିଥିଲେ ।

କିନ୍ତୁ ଶ୍ରୀକୃଷ୍ଣଙ୍କ ମୃତୁ ପରେ ସମୁଦ୍ର ଗର୍ଭରେ ଲୀନ ହୋଇଯାଇଥିଲା । ଦ୍ଵାରିକା ଲୀନ ହେବା ପଛରେ ୨ଟି ମହାନ ଘଟଣା ଘଟିଥିଲା । ଗୋଟିଏ ହେଉଛି ମହାଭାରତରେ ଗାନ୍ଧାରୀଙ୍କର ସବୁ ପୁତ୍ର ମରିଗଲା ପରେ ଶ୍ରୀକୃଷ୍ଣଙ୍କୁ ଗାନ୍ଧାରୀଙ୍କ ଦ୍ଵାରା ଦିଆ ଯାଇଥିବା ଅଭିଶାପ । ଏବଂ ଦିତୀୟଟି ହେଉଛି କୃଷ୍ଣଙ୍କ ପୁଅ ଶାମ୍ବଙ୍କୁ ଦିଆଯାଇଥିବା ଅଭିଶାପ । ଋଷି ମାନଙ୍କୁ ଅପମାନ କରିବାରୁ ଋଷି ମାନେ ରାଗିଯାଇ ଶାମ୍ବଙ୍କୁ ଅଭିଶାପ ଦେଇଥିଲେ କି ତୁମ ଅହଂକାର ନଷ୍ଟ ହେବ ତୁମର ସୁନ୍ଦର ସହର ଦ୍ଵାରିକା ଧ୍ଵଂସ ହୋଇଯିବ ।

ପୁରାଣ କହେ ଗାନ୍ଧାରୀଙ୍କ ଅଭିଶାପର ୩୬ ବର୍ଷ ପରେ ଦ୍ଵାରିକା ଧ୍ଵଂସ ହୋଇଯାଇଥିଲା । ସମୁଦ୍ର ଭିତରେ ଥିବା ଅବଶେଷକୁ ପ୍ରଥମେ ଭାରତର ବାୟୁସେନା ଆକାଶରେ ଉଡୁଥିବା ସମୟରେ ଦେଖିଥିଲା । ଏହା ପୂର୍ବରୁ ଦ୍ଵାରିକାକୁ କେହିବି ବିଶ୍ବାସ କରୁନଥିଲେ । ଏହାପରେ ଦ୍ଵାରିକାକୁ ନେଇ ଅଧିକ ସନ୍ଧାନ କରଯାଇଥିଲା । ପ୍ରଥମେ ଦ୍ବରିକାରେ ମିଳିଥିବା ୯ ଶତାବ୍ଦୀର ଏକ ବିଶ୍ଵ ମନ୍ଦିରର ଅବଶେଷରୁ ସନ୍ଧାନ ଆରମ୍ଭ ହୁଏ ।

ଖୋଜି ଖୋଜି ଶେଷରେ ଆରବ ସାଗରରୁ ମିଳିଥିଲା ଦ୍ଵାରିକା ନଗରୀର ଭଗ୍ନାବଶେଷ । ଯେଉଁଥିରେ ୫୬୦ ମିଟର ଲମ୍ବର କାନ୍ଥ ମିଳିଥିଲା ଯାହାର ତିଆରି ପ୍ରଣାଳୀ ମହାଭାରତର ଦ୍ଵାରିକା ବିବରଣୀରେ ଉଲ୍ଲେଖ ରହିଛି । ସେବେର ବାସନ କୁସନ ମଧ୍ୟ ମିଳିସାରିଛି ଯାହା ପ୍ରମାଣ କରୁଛିକି ଦ୍ଵାରିକା ଆଜି ବି ସମୁଦ୍ରରେ ଲୀନ ଅଛି । ଏହି ନଗରୀର ବହୁତ ଦ୍ଵାର ଥିବାରୁ ଏହାର ନାମ ଦ୍ଵାରିକା ରଖାଯାଇଥିଲା ।

ଭାରତୀୟ ବୈଜ୍ଞାନିକଙ୍କ କହିବା କଥା ହେଉଛି ଦେଶର ପଶ୍ଚିମ ପଟେ ମିଳିଥିବା ଭଗ୍ନାବଶେଷ ୯୦୦୦ ବର୍ଷ ପୁରୁଣା ହୋଇଥାଇପାରେ । ସମୁଦ୍ର ଭିତରୁ ମିଳିଥିବା ଅବଶେଷକୁ ବିଦେଶକୁ ପରୀକ୍ଷା ପାଇଁ ପଠାଯାଇଥିଲା । ଅରକୋ ଲଜିକାଲ ସର୍ଭେ ଅଫ ଇଣ୍ଡିଆର ପୂର୍ବତନ ଅଧିକାରୀ ଏସ ଆର ରଏଙ୍କ ପାଇଁ ଏହି କଥା ସମସ୍ତଙ୍କ ସାମ୍ନାକୁ ଆସିପାରିଥିଲା ।

କିଏ କହୁଛନ୍ତି ଦ୍ବରିକା ପ୍ରାକୃତିକ ବିପର୍ଜୟ ପାଇଁ ହେଇଛି ତ ଆଉ କେହି କହୁଛନ୍ତି ଏଲିଅନ ମାନେ ନଷ୍ଟ କରିଦେଇଛନ୍ତି । ବୈଜ୍ଞାନିକଙ୍କ କହିବା କଥା ବରଫ ତରଳିବା ହେତୁ ସମୁଦ୍ରର ସ୍ତର ବଢିଥିଲା ତେଣୁ ଦ୍ଵାରିକା ନଗରି ଜଳମଗ୍ନ ହୋଇଯାଇଥିଲା । ଯଦି ଏହି ପୋଷ୍ଟଟି ଭଲ ଲାଗେ ତେବେ ଲାଇକ ଶେୟାର ନିଶ୍ଚୟ କରିବେ ।

Leave a Reply

Your email address will not be published. Required fields are marked *