କେଉଁ ବାରରେ ଜନ୍ମ ହେଲେ କଣ ସବୁ ଲକ୍ଷଣ ଥାଏ, ନିଶ୍ଚୟ ଜାଣନ୍ତୁ ଭୟଙ୍କର କଥା

ଆମ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତେକ ମଣିଷଙ୍କ ସ୍ଵଭାଵ ଜାଣିବା ପାଇଁ କିଛି ନା କିଛି ଉପାୟ ମାନ ରହିଥାଏ । ଯେପରିକି କୌଣସି ମଣିଷ ର ସ୍ଵଭାଵ ଓ ଗୁଣ ସମ୍ଭନ୍ଧ ରେ ଜାଣିବାକୁ ହେଲେ ଆମେ ତାହାର ଜନ୍ମ ପତ୍ରିକା , ଗୋତ୍ର, ରାଶି , ହସ୍ତ ରେଖା , ଭାଗ୍ୟ ରେଖା , ଏହାର ନାମର ପ୍ରଥମ ଅକ୍ଷର ଆଦି ଦ୍ୱାରା ଏହାର ସ୍ଵଭାଵ ସମ୍ପର୍କରେ ଜାଣିଥାଉ । ତେବେ ସେହି ଭଳି ମଣିଷର ଜନ୍ମ ବାର କୁ ନେଇ ମଧ୍ୟ ଏହାର ସ୍ୱଭାବର ଆକଳନ କରାଯାଇ ପାରିବ ।

ଆମ ପାଇଁ ଏହା ବୁଝା ଯାଉ ନଥିଲେ ମଧ୍ୟ ଏହା ଆମ ଗଣିତର ଏକ ଭାଗ ଭଳି କାମ ଦେଇ ଥାଏ । ଜ୍ଯୋତିଷ ମାନେ ନିଜ ଗଣନା ମାଧ୍ୟମରେ ଏହାକୁ କହି ଥାନ୍ତି । ତେବେ ଆମର ଯେଉଁ ସପ୍ତାହର ସାତଟି ବାର ରହିଛି ସେହି ବାର ମାନଙ୍କ ଦ୍ୱାରା ଯେଉଁ ବାର ରେ ଯେଉଁ ବ୍ୟକ୍ତି ଜନ୍ମ ହୋଇଥିବେ ତାଙ୍କର ବ୍ୟକ୍ତିତ୍ୱ ଓ ସ୍ଵଭାଵ ଜାଣି ହୋଇଥାଏ ।

ପ୍ରଥମ ବାର ହେଉଛି ରବିବାର । ରବିବାର ଦିନ ଜନ୍ମିତ ବ୍ୟକ୍ତି ଅଭିମାନି, କ୍ରୋଧି , କାମାତୁର, କର୍ମ ନିଷ୍ଠା, ଭ୍ରମଣ ପ୍ରିୟ, ନୀତିବାନ, ଭକ୍ତି ଭାବ ର ସ୍ଵଭାଵ ର ହୋଇଥାନ୍ତି । ଦ୍ଵତୀୟ ବାର ହେଉଛି ସୋମବାର । ଯେଉଁ ବ୍ୟକ୍ତି ସୋମବାର ଦିନ ଜନ୍ମ ହୋଇଥାନ୍ତି ସେମାନେ ଶାନ୍ତ, ସରଳ, ଅଳସୁଆ, ସ୍ତ୍ରୀ କୁ ସୁଖ ପ୍ରଦାନ କାରୀ , ଧୀର ବାଦି, ନ୍ୟାୟ ପ୍ରିୟ , ଧାର୍ମିକ ପ୍ରିୟ ଆଦି ସ୍ୱଭାବର ହୋଇଥାନ୍ତି ।

ତୃତୀୟ ବାର ହେଉଛି ମଙ୍ଗଳ ବାର । ମଙ୍ଗଳବାର ରେ ଜନ୍ମିତ ବ୍ୟକ୍ତି ସେମାନେ ସାହାସି , କ୍ଷଣକୋପି, ଶତ୍ରୁ ବାଦୀ, ଚଞ୍ଚଳମତି, ରୀତି ସୁଖୀ, କର୍ମ ବାଦୀ ଓ ଧାର୍ମିକ ସ୍ଵଭାଵ ର ହୋଇଥାନ୍ତି । ଚତୁର୍ଥ ବାର ହେଉଛି ବୁଧବାର । ଏହି ବାର ରେ ଜନ୍ମିତ ବ୍ୟକ୍ତିଙ୍କ ସ୍ଵଭାଵ ହେଉଛି ଗଭୀର ଚିନ୍ତା ମଗ୍ନ, କୁଟ ନୀତି ରେ ପାରଙ୍ଗମ ,ସର୍ବଗୁଣା ସମ୍ପୁର୍ଣ୍ଣ , ଅନୈତିକ ସମ୍ପର୍କ ରେ ଲୁପ୍ତ, ନ୍ୟାୟଧେଶ, ଭୋଗ ବିଳାସ ପୂର୍ଣ , ଅତି ଚତୁର ସ୍ଵଭାଵ ର ହୋଇଥାନ୍ତି ।

ପଞ୍ଚମ ବାର ହେଉଛି ଗୁରୁବାର । ଏହି ବାରରେ ଜନ୍ମିତ ବ୍ୟକ୍ତି ମାନେ ବହୁ ଗୁଣ ର ଅଧିକାରୀ ହୋଇଥାନ୍ତି । ବୁଦ୍ଧି ଓ ବିଦ୍ୟା ରେ ବିଚକ୍ଷଣ ହୋଇଥାନ୍ତି । ହିଂସାତ୍ମକ, ଶାସ୍ତ୍ର ଧର୍ମ ରେ ପାରଙ୍ଗମ , ଜ୍ଞାନୀ ଓ ଧନୀ ଶୀଳ , କୋମଳ , ଚତୁର , ଦୟାଳୁ, ଉଚ୍ଚ ଆକାଂକ୍ଷା ବାଦୀ , ଧାର୍ମିକ ପ୍ରିୟ ସ୍ଵଭାଵ ର ହୋଇଥାନ୍ତି ।

ଷଷ୍ଠ ବାର ହେଉଛି ଶୁକ୍ରବାର । ଏହି ବାରରେ ଜନ୍ମିତ ବ୍ୟକ୍ତି ନ୍ୟାୟ ପ୍ରିୟ, କଠୋର, କାମ ବିଳାସ, ପରୋପକାରୀ , ଆକର୍ଶିତ , ଧାର୍ମିକ ପ୍ରିୟ ହୋଇଥାନ୍ତି । ସପ୍ତମ ବାର ଶନିବାର ରେ ଜନ୍ମିତ ବ୍ୟକ୍ତିଙ୍କ ସ୍ଵଭାଵ ହେଉଛି ତୀକ୍ଷଣ ବୁଦ୍ଧି, ଚତୁର, ଭୋଗ ବିଲସି, ଜସ୍ୱଶୀ, ଧାର୍ମିକ ବାଦୀ, କ୍ଷଣ କୋପି, ପର ଧନ ରେ ଲୋଭ ,ସ୍ୱଭାଵ ର ହୋଇଥନ୍ତି ।

Leave a Reply

Your email address will not be published. Required fields are marked *