ଏହି ଦିଗରେ ଘଣ୍ଟା ଲଗାଇଲେ ହୋଇଥାଏ ବଡ କ୍ଷତି, ଯଦି ଲଗାଇଛନ୍ତି ତୁରନ୍ତ ହଟାନ୍ତୁ…. Vaastu Tips

ନମସ୍କାର ବନ୍ଧୁଗଣ, ସମୟ ସହ ଦୁନିଆରେ ସମସ୍ତଙ୍କୁ ଚାଲିବାକୁ ପଡିଥାଏ । ତେଣୁ ସମୟର ଜ୍ଞାନ ପାଇଁ ସମସ୍ତଙ୍କ ଘରେ ଘଣ୍ଟା ନିହାତି ଭାବରେ ରହିଥାଏ । ତେବେ ଘଣ୍ଟା ଲଗାଇବାର କିଛି ସଠିକ ଦିଗ ମଧ୍ୟ ରହିଛି । ଯଦି ଆପଣ ଏହାର ପାଳନ ନକରନ୍ତି ତେବେ ଆପଣଙ୍କ ଜୀବନରେ ଚାଲୁଥିବା ସମୟ ବହୁତ ଖରାପ ହୋଇଯାଏ ଆପଣ ମାନଙ୍କ ପାଇଁ । ତେବେ ଆସନ୍ତୁ ଜାଣିବା କେଉଁ ଦିଗରେ ଘଣ୍ଟା ଲଗାଇବା ଦ୍ଵାରା ଆପଣଙ୍କ ଜୀବନରେ ଘଟିପାରେ ବଡ କ୍ଷତି ।

ପ୍ରଥମ: ଘରର ଦକ୍ଷିଣ ଦିଗରେ ଆପଣ ମାନେ ଘଣ୍ଟା ଲଗାନ୍ତୁ ନାହିଁ । ଯଦି ଆପଣ ଏହି ଦିଗରେ ଘଣ୍ଟା ଲଗାଉଛନ୍ତି ତେବେ ଆପଣଙ୍କ ଘରର ସଦସ୍ୟ ମାନଙ୍କ ଉନ୍ନତି ହୋଇନଥାଏ । ଏବଂ ଘରର ମୁଖ୍ୟ ସଦସ୍ୟଙ୍କ ଠାରେ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦେଖାଦେଇଥାଏ । ଦିତୀୟ: ଘରର କୌଣସି କବାଟ ଝରକା ଉପରେ ଘଣ୍ଟା ଲଗାଇବା ଅନୁଚିତ । ଏହା କରିବା ଫଳରେ ଆପଣଙ୍କ ଘରେ ଅଶୁଭ ଶକ୍ତିର ପ୍ରଭାବ ପଡିଥାଏ ।

ତୃତୀୟ: ଆପଣ ପୂର୍ବ ଦିଗ କାନ୍ଥରେ ଘଣ୍ଟା ଲଗାଇବା ଉଚିତ । ଏହଦ୍ବାରା ଆପଣଙ୍କ ଘରର ବାତାବରଣ ଶୁଦ୍ଧ ରହିଥାଏ । ଏବଂ ଆପଣଙ୍କ ଜୀବନ ସୁଖ ଶାନ୍ତିରେ କଟିଥାଏ । ଚତୁର୍ଥ: ପଶ୍ଚିମ ଦିଗରେ ଘଣ୍ଟା ଲଗାଇବା ଶୁଭ ହୋଇଥାଏ । ଏହା ଫଳରେ ଆପଣଙ୍କ ଉନ୍ନାତି ପାଇଁ ନୂଆ ନୂଆ ଅବସର ମାନ ମିଳିଥାଏ । ପଞ୍ଚମ: ଉତ୍ତାର ଦିଗରେ ଘଣ୍ଟା ଲଗାଇବା ଦ୍ଵାରା ଆପଣଙ୍କ ଜୀବନରେ ଧନ ହାନିର ସମସ୍ୟା ଦେଖା ଦେଇନଥାଏ । ଏହା ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ଭଲ ପାଇବ ବୃଦ୍ଧି ହୋଇଥାଏ ।

ଷଷ୍ଠ: ପେଣ୍ଡୁଲୋମ ଥିବା ଘଣ୍ଟା ଜୀବନରୁ ଖରାପ ସମୟକୁ ଦୂର କରିଦେଇଥାଏ । ଏବଂ ଉନ୍ନତିର ନୂଆ ସମ୍ଭାବନା ସୃଷ୍ଟି କରିଥାଏ ଆପଣ ମାନଙ୍କ ପାଇଁ । ଏହି ଘଣ୍ଟାକୁ ଆପଣ ଘରର ପୂର୍ବ ପଶ୍ଚିମ ଏବଂ ଉତ୍ତର ଦିଗରେ ଲଗାନ୍ତୁ । ଏହା ଫଳରେ ଏହି ଘଣ୍ଟାର ଶୁଭ ପ୍ରଭାବ ଆପଣଙ୍କ ଘର ଉପରେ ପଡିଥାଏ ।

ସପ୍ତମ: ଧ୍ୟାନ ରଖନ୍ତୁ ଘରେ କେବେ ମଧ୍ୟ ବନ୍ଦ ହୋଇଯାଇଥିବା ଘଣ୍ଟା ରଖିବା ଉଚିତ ହୋଇନଥାଏ । ଏହା ଘରର ସକରାତ୍ମକ ଊର୍ଜାକୁ ନଷ୍ଟ କରିଦେଇଥାଏ ।ଏହା ଫଳରେ ଆପଣଙ୍କ ଘରେ ଆର୍ଥିକ ଏବଂ ଶାରୀରିକ ସମସ୍ୟା ସବୁ ଦେଖା ଦେଇଥାଏ । ଅଷ୍ଟମ: ଘଣ୍ଟାର ସମୟ ଆଗୁଆ କିମ୍ବା ପଛୁଆ ହେବା ଉଚିତ ନୁହେଁ । ଏହା ଫଳରେ ଆପଣଙ୍କ ଜୀବନରେ ଅସଫଳତା ଆସିଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘଣ୍ଟାକୁ ସର୍ବଦା ଠିକ ସମୟର ଅନୁଯାୟୀ ସେଟ କରିବା ଦରକାର ।

ନବମ: ଘରେ ସବୁଜ କିମ୍ବା କମଳା ରଙ୍ଗର ଘଣ୍ଟା ଲଗାଇବା ଉଚିତ ନୁହେଁ । ଦଶମ: ଶୋଇବା ଘରେ ଗୋଲ ଘଣ୍ଟା ଲଗାନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢିଥିବାରୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *