କେଉଁ ଦିନ କେଉଁ ଅଙ୍ଗରେ ଝିଟିପିଟି ପଡିବା ଦ୍ଵାରା କଣ ଲାଭ ହୁଏ ? Shakuna Shastra

ନମସ୍କାର ବନ୍ଧୁଗଣ, ଝିଟିପିଟି ଏକ ସରୀସୃପ ହେଲେ ମଧ୍ୟ ତାର କିଛି ମାନ୍ୟତା ରହିଛି ଆମ ଜୀବନରେ । କୁହଯାଏ କି ଝିଟିପିଟି ସବୁବେଳେ ସତ କହିଥାଏ । ଆଲୋଚନା ହେଉଥିବା କଥାରେ ଯଦି ଝିଟିପିଟି ସର ସର ହୁଏ ତେବେ ତାହା ସତ ବୋଲି ମନାଯାଏ । ଏହାଛଡା ଝିଟିପିଟି କାନ୍ଥରୁ ତଳକୁ ଖସି ଦେହର କେଉଁ ଅଙ୍ଗରେ ପଡିବା ଶୁଭ ଓ କେଉଁ ଅଙ୍ଗରେ ପଡିବା ଅଶୁଭ ହୋଇଥାଏ ଏବଂ ବାରରେ ଖସିବା ଦ୍ଵାରା କଣ ଲାଭ ହୋଇଥାଏ ତାହା ଆଜି ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ ।

ପ୍ରଥମ: ଝିଟିପିଟି ନଖରେ ଖସିବା ଧନ ଓ ସୁଖ ଆଗମନର ସଙ୍କେତ ଦେଇଥାଏ । ଦିତୀୟ: ଆପଣଙ୍କ ପେଟରେ ଝିଟିପିଟି ଖସିବାର ଅର୍ଥ ହେଉଛି ଆଗକୁ ଆପଣଙ୍କୁ ଗହଣାର ଲାଭ ହେବାକୁ ଯାଉଛି । ତୃତୀୟ: ଆପଣଙ୍କ ଓଠ ଉପରେ ଝିଟିପିଟି ଖସିବାକୁ ଧନ ପ୍ରାପ୍ତିର ସଙ୍କେତ ବୋଲି ମନାଯାଏ । ଚତୁର୍ଥ:ଅଣ୍ଟାରେ ଝିଟିପିଟି ଖସିବାର ଅର୍ଥ ହେଉଛି ଆପଣ ବହୁତ ଶୀଘ୍ର ଗାଡି କିଣିବାକୁ ଯାଉଛନ୍ତି ।

ପଞ୍ଚମ: ଡାହାଣ ପଟ କାନ୍ଧରେ ଝିଟିପିଟି ପଡିବାର ଅର୍ଥ ହେଉଛି ଆପଣଙ୍କୁ କୌଣସି ଗୁରୁତ୍ଵପୂର୍ଣ କାର୍ଯ୍ୟରେ ଖୁବ ଶୀଘ୍ର ସଫଳତା ମିଳିବାକୁ ଯାଉଛି । ଷଷ୍ଠ: ବାମ କାନ୍ଧରେ ଝିଟିପିଟି ଖସିବା ଶୁଭ ହୋଇଥାଏ । ଏହାଦ୍ବାରା ଧନ ପ୍ରାପ୍ତିର ଯୋଗ ରହିଥାଏ । ସପ୍ତମ: ମଥାରେ ଝିଟିପିଟି ଖସିବାର ଅର୍ଥ ହେଉଛି ଆପଣଙ୍କୁ ବହୁତ ବଡ ଧନର ଲାଭ ହେବାକୁ ଯାଉଛି ।

ଅଷ୍ଟମ: କେଶ ଉପରେ ଝିଟିପିଟି ପଡିବାର ଅର୍ଥ ହେଉଛି ଆଗକୁ ବହୁତ ବଡ ବିପଦ ଆସିବାକୁ ଯାଉଛି । ବ୍ୟକ୍ତିର ମୃତୁ ଯୋଗ ମଧ୍ୟ ଆସିପାରେ । ନବମ: ଡାହାଣ କାନରେ ଝିଟିପିଟି ପଡିବା ଅର୍ଥ ଅଳଙ୍କାର ପ୍ରାପ୍ତି ହୋଇଥାଏ । ଏବଂ ବାମ କାନରେ ପଡିବା ଦ୍ଵାରା ଆପଣଙ୍କର ଆୟୁଷ ବଢିଥାଏ । ଦଶମ: ବେକରେ ଝିଟିପିଟି ଖସିଲେ ଆପଣଙ୍କୁ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ ।

ଏଗାର: ହାତ ଉପରେ ଝିଟିପିଟି ଖସିଲେ ଆପଣଙ୍କୁ ଧନ ଲାଭ ହୋଇଥାଏ । ବାର: ଗୋଡରେ ଝିଟିପିଟି ଖସିବାର ଅର୍ଥ ଆପଣ କୌଣସି ଶୁଭ ଯାତ୍ରା କରିବାକୁ ଯାଉଛନ୍ତି । ତେର: ଝିଟିପିଟି ସଂଭୋଗ କରିବାର ଦେଖିଲେ ଆପଣ ଆପଣଙ୍କ ପୁରୁଣା ବନ୍ଧୁଙ୍କ ସହ ଦେଖା ହୋଇପାରନ୍ତି । ଚଉଦ: ଝିଟିପିଟି ଝଗଡା ହେବାର ଦେଖିଲେ ଆପଣ ଆପଣଙ୍କ ପ୍ରିୟଜନଙ୍କ ପାଖରୁ ଅଲଗା ହେବାକୁ ଯାଉଛନ୍ତି ବୋଲି ଜାଣିବେ ।

ଶନିବାର ଓ ରବିବାର ଦିନ ଦେହରେ ପଡିବା ଦ୍ଵାରା ଶୁଭ ଫଳ ବି ଅଶୁଭ ହୋଇଯାଏ । ମଙ୍ଗଳବାର ଦିନ ଏହାର ପରିଣାମ ଖରାପ ହୋଇଥାଏ । ବୁଧବାର ଓ ଗୁରିବାର ଦିନ ଝିଟିପିଟି ଦେହରେ ପଡିବାର  ପରିଣାମ ଶୁଭ ହୋଇଥାଏ । ଶୁକ୍ରବାର ଦିନ ଦେହରେ ଖସିଲେ ସାମାନ୍ୟା ଫଳ ମିଳିଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *