ଘର ସାମ୍ନା ରେ ରହିଲେ ଏହି ସବୁ ଗଛ ବୃଦ୍ଧି ପାଇଥାଏ ସୁଖ ସମୃଦ୍ଧି, ଏହି 2ଟି ଗଛ ଭୁଲରେ ବି ଲଗାନ୍ତୁ ନାହିଁ- Krishna Vani

ବନ୍ଧୁଗଣ ଭଗବାନ ଶ୍ରୀ କୃଷ୍ଣ ବାସ୍ତୁ ଶାସ୍ତ୍ର ବିଷୟରେ ଅନେକ କିଛି ଜ୍ଞାନ ଦେଇଛନ୍ତି । ଏହି ଜ୍ଞାନ ସବୁ ମାନବ ଜାତି ପାଇଁ ଅତ୍ୟନ୍ତ ଜରୁରୀ ଓ କଲ୍ୟାଣକାରୀ ଅଟେ । ଭଗବାନ କୃଷ୍ଣ ଏମିତି ଗଛ ଗୁଡିକ ବିଷୟରେ କହିଛନ୍ତି ଯେ ଯାହା ଦ୍ଵାରା ସୁଖ ସମୃଦ୍ଧି ଆସିଥାଏ । ଏହି ଗଛ ଘର ଆଗରେ ରହିଲେ ସେହି ଘରର କେବେବି ଉନ୍ନତି ହୁଏ ନାହି । ସେମାନଙ୍କୁ ସର୍ବଦା ନିରାଶା ଓ ଅସଫଳତା ମିଳିଥାଏ । ଗଛ ଘରର ବାତାବରଣ ଶୁଦ୍ଧ ରଖିବା ସହ ପଜେଟିଭ ଊର୍ଜା ବୃଦ୍ଧି କରାଇଥାଏ । ତେବେ ଆସନ୍ତୁ ଜାଣିବା ସେହି ଗଛ ବିଷୟରେ ବିସ୍ତାର ଭାବେ ।

୧- ଓସ୍ତ ଗଛ : ଭଗବାନ କୃଷ୍ଣ କୁହନ୍ତି ଯେଉଁ ମନୁଷ୍ୟ ନିତ୍ୟ ସ୍ନାନ କରି ଓସ୍ତ ଗଛକୁ ସ୍ପର୍ଶ କରି ସେ ସବୁ ପାପରୁ ମୁକ୍ତି ପାଇଥାଏ ଓ କେବେ ପରାଜିତ ହୁଏ ନାହି । ଏହା ଦ୍ଵାରା ମା ଲକ୍ଷ୍ମୀ ପ୍ରସନ୍ନ ହେବା ସହ ଓସ୍ତ ଗଛର ପ୍ରଦୀକ୍ଷଣ କରିଲେ ଆୟୁରେ ବୃଦ୍ଧି ହୋଇଥାଏ ।

୨- ଆମଲା ଗଛ : ଶ୍ରୀ କୃଷ୍ଣ କହିଛନ୍ତି ଅମଳ ଫଳ ସମସ୍ତ ଲୋକରେ ପବିତ୍ର ଓ ପ୍ରସିଦ୍ଧ ଅଟେ । ଆମଲା ଗଛ ଲଗାଇଲେ ସ୍ତ୍ରୀ ଓ ପୁରୁଷ ଜନ୍ମ ବନ୍ଧନରୁ ମୁକ୍ତି ପାଇଥାନ୍ତି । ଏହି ଫଳ ଭଗବାନ ବିଶୁଣୁଙ୍କୁ ଅତ୍ୟନ୍ତ ପ୍ରିୟ ହୋଇଥାଏ ।

୩- ଅଶୋକ ଗଛ : ଭଗବାନ କୃଷ୍ଣ କହିଛନ୍ତି ଅଶୋକ ଗଛରେ ଅପ୍ସରା ମାନଙ୍କର ନିବାସ ହୋଇଥାଏ । ଏହି ଗଛ ଶୋକର ନିରସା କରିଥାଏ । ଏହି ଗଛ ଘର ପାଖରେ ଲଗାଇଲେ ସୁଖ ଶାନ୍ତି ବୃଦ୍ଧି ପାଇଥାଏ ।

୪- ନିମ ଗଛ : ମା ଲକ୍ଷ୍ମୀ ଙ୍କୁ ନିମ ପତ୍ର ଅତ୍ୟନ୍ତ ପ୍ରିୟ ହୋଇଥାଏ । ଏହି ଗଛ ଘରର ଆଖ ପାଖରେ ରହିଲେ ଖରାପ ଶକ୍ତି ବା ଦ୍ରୁଷ୍ଟି ଲାଗେ ନାହି । ଘର ସାମନାରେ ନିମ ଗଛ ଲଗାଇଲେ ଧନ ସମ୍ପତି ମଧ୍ୟ ପ୍ରାପ୍ତି ହୋଇଥାଏ ।

୫- ଜାମୁକୋଳି ଗଛ : ଯଦି କେହି ବ୍ୟକ୍ତି କନ୍ୟା ସନ୍ତାନ ପାଇଁ ଇଚ୍ଛୁକ ତେବେ ତାଙ୍କୁ ଜାମୁକୋଳି ଗଛ ଲଗାଇବା ଉଚିତ । ପଦ୍ମ ପୁରାଣ ଅନୁଯାୟୀ ଏହି ଗଛ ଘରେ ଲଗାଇଲେ କନ୍ୟା ସନ୍ତାନ ଜାତ ହୋଇଥାଏ ।

୬- ବେଲ ଗଛ : ପଦ୍ମ ପୂରଣ ଅନୁଯାୟୀ ବେଳ ଗଛରେ ଭଗବାନ ବିଶୁଣୁଙ୍କ ବାସ ରହିଛି । ବେଲ ଗଛ ପାଖରେ ଗୋଲାପ ଫୁଲ ଲଗାଇଲେ ଶିବ ପାର୍ବତୀଙ୍କ କୃପା ମିଳିଥାଏ । ଏଭଳି ଘରେ ଅକାଳ ମୃ-ତ୍ୟୁ ହୁଏ ନାହି ।

୭- ନଡିଆ ଗଛ : ନଡିଆ ଗଛ ଘରେ ଲଗାଇଲେ ପୁରୁଷ ସ୍ତ୍ରୀ ର ପ୍ରତୀକ ହୋଇଥାଏ । ନଡିଆ ଧାର୍ମିକ ଅନୁଷ୍ଠାରେ ବ୍ୟବହାର କରାଯିବା ସହ ଅତ୍ୟନ୍ତ ଶୁଭ ହୋଇଥାଏ । ନଡିଆ ଗଛ ଘର ଆଗରେ ରହିଲେ ଶୁଭତା ଆସିଥାଏ ।

୮- କଦଳୀ ଗଛ : ଭଗବାନ ବିଶୁଣୁ କୁହନ୍ତି କି କଦଳୀ ଗଛ ବହୁତ ଶୁଭ ହୋଇଥାଏ । ଏହାଘରେ ସୁଖ ସମୃଦ୍ଧି ଆଣିଥାଏ । କଦଳୀ ଗଛରେ ଭଗବାନ ବିଶୁଣୁଙ୍କ ବାସ ରହିଥାଏ ।

ଏହା ବ୍ଯତୀତ ତେନ୍ତୁଳୀ ଗଛ ଓ କଣ୍ଟା ଜାତୀୟ ଗଛ କେବେବି ଘର ପାଖରେ ରଖନ୍ତୁ ନାହିଁ, ବରବାଦ ହୋଇଯିବେ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *