ପ୍ରତେକ ମଣିଷ ନିଜର କର୍ମକୁ ଠିକ ରଖିବା ଉଚିତ । ନ ହେଲେ ଆପଣ ଏମିତି ପରିସ୍ଥିତି ଭୋଗ କରିବେ ଏହି ଜନ୍ମରେ ଆପଣଙ୍କୁ କର୍ମର ଫଳ ଭୋଗ କରିବାକୁ ପଡିବ । ଯଦି ଆପଣ ଭାବୁଛନ୍ତି କି ଏହି ଜନ୍ମର କର୍ମର ଫଳ ପର ଜନ୍ମରେ ଭୋଗିବେ ତାହା ସଂପୂର୍ଣ୍ଣ ଭୁଲ ଧାରଣା ଅଟେ । ଏହି ଜନ୍ମର କର୍ମର ଫଳ ଏହି ଜନ୍ମରେ ଭୋଗିକି ଯିବେ । ତେଣୁ ପ୍ରେତକ ମଣିଷ ଚେଷ୍ଟା କରିବା ଉଚିତ ଭଲ କର୍ମ କରିବା ପାଇଁ । ଆଜି ଆମେ ଆପଣଙ୍କୁ ଗରୁଡ ପୁରାଣ ଅନୁଯାୟୀ କେଉଁ କର୍ମ କରିଲେ କେଉଁ ଜନ୍ମ ମିଳିଥାଏ ସେହି ବିଷୟରେ କହିବାକୁ ଯାଉଛୁ ।
୧- ଯଦି ମଣିଷ ସନ୍ୟାସୀ ହେଉଛନ୍ତି କିନ୍ତୁ ସନ୍ୟାସୀ ହେବ ପରେ ସ୍ତ୍ରୀ ସହ ସଂଭୋଗ ରଖୁଛନ୍ତି କିମ୍ବା କାହା ସହ ସମ୍ପର୍କ ରଖେ ତେବେ ସେ ପୁରୁଷ ବିଷ୍ଠାରେ କୃମି ଜନ୍ମ ହୋଇଥାଏ । ଯଦି ସନ୍ୟାସୀ ହୋଇଛନ୍ତି ସ୍ତ୍ରୀ ସହ ସମ୍ପର୍କ ରଖନ୍ତୁ ନାହି ।
୨- ଯେଉଁ ବ୍ୟକ୍ତି ଝଗଡା କରିଥାଏ ସେ ପର ଜନ୍ମରେ ବିଲେଇ ଜନ୍ମ ପାଇଥାଏ । ତେଣୁ ସର୍ବଦା ସାନ୍ତ ରହିବା ଉଚିତ । ଯିଏ ବିନା କାରଣରେ ସବୁବେଳେ ରାଉ ରାଉ ହେଉଥାଏ ସେ ପର ଜନ୍ମରେ କାଉ ଜନ୍ମ ପାଇଥାଏ ।
୩- ଯେଉଁ ଲୋକ ମାନେ ଅତ୍ୟନ୍ତ ଲୋଭୀ ପ୍ରକୃତିର ହୋଇଥାନ୍ତି ସେମାନେ ପର ଜନ୍ମରେ ଛେଳି ହୋଇ ଜନ୍ମ ହୋଇଥାଏ । ଯେଉଁ ମାନେ ପର ନାରୀ ଓ ସମ୍ପତି ହରଣ କରିଥାନ୍ତି ସେମାନେ ପର ଜନ୍ମରେ କଙ୍କଡା ଜନ୍ମ ପାଇଅଥାନ୍ତି ।
୪- ଯେଉଁ ବ୍ୟକ୍ତି ଅଖାଦ୍ଯ କୁ ଭୋଜନ କରନ୍ତି ସେମାନେ ପର ଜନ୍ମରେ ଘୁଷୁରି ଜନ୍ମ ପାଇଥାନ୍ତି । ଯେଉଁ ବ୍ୟକ୍ତି ବାକ ଯୁଦ୍ଧ ରେ ପ୍ରବୀଣ ହୋଇ ଝଗଡା କରିବାକୁ ଆଗେଇ ଆସିଥାନ୍ତି ସେମାନେ ପର ଜନ୍ମରେ କୁକୁର ଜନ୍ମ ପାଇଥାନ୍ତି ।
୫- ଯେଉଁ ମାନେ ଅତି ଜିଦ ଖୋର ଓ ମାଲି ମୋକଦ୍ଦମା କରିବାକୁ ଭଲ ପାଇଥାନ୍ତି ସେମାନେ ମୃତ୍ୟୁ ପରେ ମେଣ୍ଢା ଜନ୍ମ ପାଇଥାନ୍ତି । ଯିଏ ବିନା ଦୋଷ ରେ ଅନ୍ୟ କୁ ଦଣ୍ଡ ଦିଏ ବ ଫଁ ଫଁ ହୁଏ ସେ ପର ଜନ୍ମରେ ସାପ ଜନ୍ମ ପାଇଥାଏ ।
୬- ଯିଏ ପିତା ମାତାଙ୍କୁ ଖରାପ ଭାଷାରେ ଗାଳି ଗୁଲଜ କରେ ସମ୍ମାନ ଦିଏ ନାହି ସେ ପର ଜନ୍ମରେ ମୁକ ହୋଇ ଜନ୍ମ ହୋଇଥାଏ । ଯିଏ ପର ନାରୀ, ସ୍ତ୍ରୀ, ଝିଅ, ବୋହୁ ସହ ବହୁତ ଥର ସଙ୍ଗମ କରେ ସେ ସାତ ଜନ୍ମ ଯାଏଁ ନର୍କ ଭୋଗ କରିଥାଏ ।
ଗରୁଡ ପୁରାଣ ଅନୁଯାୟୀ ଯଦି ଆପଣ ବି ଏଥି ମଧ୍ୟରୁ କିଛି ଭୁଲ କରୁଛନ୍ତି ତେବେ ତୁରନ୍ତ ଏହାକୁ ତ୍ୟାଗ କରନ୍ତୁ । ନଚେତ ଆପଣଙ୍କୁ ନିଶ୍ଚୟ ଆପଣଙ୍କର କର୍ମ ଫଳ ପ୍ରାପ୍ତ ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।