କେଉଁ ମାନଙ୍କୁ ନାଁ ଧରି ଡାକିଲେ ଆୟୁଷ କମ ହୋଇଥାଏ – Ajira Anuchinta

ଆମ ଶାସ୍ତ୍ର ରେ ଲେଖା ଯାଇଛି ଯେ ଗୁରଜନ ମାନଙ୍କ ନାମ ଉଚ୍ଚାରଣ କରିବା ଉଚିତ ନୁହେଁ । ଏହା ଦ୍ଵାରା ଅନେକ ସମସ୍ଯା ହୋଇଥାଏ । କାରଣ ସେମାନେ ଆମର ଗୁରୁଜନ ଅଟନ୍ତି । ସେ ମାତା ପିତା ହୁଅନ୍ତୁ କି ଅନ୍ୟ କୌଣସି ସମ୍ପର୍କୀୟ ହୁଅନ୍ତୁ । କେବେ ବି ଭୁଲରେ ଏମାନଙ୍କର ନାମ ଉଚ୍ଚାରଣ କରିବା ଉଚିତ ନୁହେଁ ।

ଆଜି ଆମେ ଆପଣ ମାନଙ୍କୁ କେଉଁ ନାମ ଧରି ଡାକିଲେ ପାପ ବଢିଥାଏ ଯାହା ଆମ ହିନ୍ଦୁ ଧର୍ମ ରେ ଉଲେଖ ରହିଛି ସେହି ବିଷୟରେ କହିବାକୁ ଯାଉଛୁ । ମାତା ପିତା ହେଉଛନ୍ତି ସିଏ ଯିଏ ଆମକୁ ଏ ପୃଥିବୀ ପୃଷ୍ଠକୁ ଆଣିଛନ୍ତି । ତାଙ୍କ ଆଶୀର୍ବାଦ ରେ ବ୍ୟକ୍ତି ସଫଳତା ହାସଲ କରିଥାଏ । ତେଣୁ ପ୍ରତେକ ବ୍ୟକ୍ତି ବଡ ହେଉ ବା ଛୋଟ ହେଉ ସମସ୍ତେ ନିଜର ମାତା ପିତା ଙ୍କୁ ସମ୍ମାନ ଦେବା ଉଚିତ ।

କେବେ ବି ନିଜ ମାତା ପିତା ଙ୍କ ନାଁ ଧରିବା ଉଚିତ ନୁହେଁ । ଏପରି କରିବା ଦ୍ଵାରା ମାତା ପିତାଙ୍କର ଆୟୁଷ କମ ହୋଇଥାଏ । ଏହା ସହ ଯିଏ ଆପଣଙ୍କ ଠାରୁ ଗୁରଜନ ଅଟନ୍ତି ସେମାନଙ୍କର ନାଁ ଆବଶ୍ୟକ ନ ପଡିଲେ ଧରିବା ଉଚିତ ନୁହେଁ । କାରଣ ସେମାନଙ୍କ ଠାରୁ ଆମେ କିଛି ନୂଆ କଥା ଶିଖିବାକୁ ପାଇଥାଉ । ଏହା ବ୍ଯତୀତ ଆପଣ ନିଜ ନାଁ ବିନା କାରଣରେ ଧରିବା ଉଚିତ ନୁହେଁ ।

କାରଣ ଏପରି କରିବା ଦ୍ଵାରା ଆପଣଙ୍କର ଆୟୁଷ କମ ହୋଇଥାଏ । ହିନ୍ଦୁ ଧର୍ମ ଅନୁଯାୟୀ କେବେ ବି ସ୍ଵାମୀ ମାନେ ସ୍ତ୍ରୀ ନାଁ ଧରିବା ଉଚିତ ନୁହେଁ । ଏହା ସହ ଯେଉଁ ମାନେ ପାପୀ ବା ଖରାପ କାମରେ ଲିପ୍ତ ରହିଥାନ୍ତି ସେମାନଙ୍କ ନାଁ ତୁଣ୍ଡ ରେ ଧରିବା ଉଚିତ ନୁହେଁ ।

କାରଣ ସେମାନଙ୍କର ନାଁ ତୁଣ୍ଡ ରେ ଧରିଲେ ଆପଣଙ୍କର ହିଁ ଅହିତ ହୋଇଥାଏ । ଏହି ସବୁ ନାମ ଯେତିକି ଆବଶ୍ୟକ ସେତିକି ଧରିବା ଉଚିତ । ବୃଥା ରେ ବା ବିନା କାରଣରେ ଏହି ସବୁ ନାଁ ତୁଣ୍ଡ ରେ ଧରିବା ଉଚିତ ନୁହେଁ ବୋଲି ଶାସ୍ତ୍ର ରେ କୁହା ଯାଇଛି ।

ତେଣୁ ପ୍ରତେକ ବ୍ୟକ୍ତି ଏହି କଥା ପ୍ରତି ଧ୍ୟାନ ଦେବା ଉଚିତ । ଏପରି କରିବା ଦ୍ଵାରା ବ୍ୟକ୍ତି ନିଜ ଜୀବନରେ ସଫଳତା ସିର୍ସ ରେ ପହଞ୍ଚି ଥାଏ । ଏମିତି କିଛି ନୀତି ନିୟମ ରହିଛି ଯାହା ବ୍ୟକ୍ତି ନିଜର ନୀତି ଦିନିଆ ଜୀବନରେ ମାନିବା ଉଚିତ । ତେବେ ଏହା ଥିଲା ଆଜିର ଅନୁଚିନ୍ତା ବା ନୀତିବାଣୀ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *