କେଉଁ ମାସ ରେ ଜନ୍ମ ହେଲେ କଣ ସବୁ ଲକ୍ଷଣ ଥାଏ ?

ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ବ୍ଯକ୍ତିର ଜନ୍ମ ମାସ, ତାରିଖ, ସମୟ, ସ୍ଥାନ ଅନୁଯାୟୀ ଗ୍ରହ ନକ୍ଷତ୍ର ଗୁଡିକର ହିସାବ କରି ବ୍ଯକ୍ତିର ପ୍ରକୃତି ଓ ଭବିଷ୍ୟତ ବିଷୟରେ ସୂଚନା ଦିଆ ଯାଇଥାଏ । ଅନେକ ଥର ଏମିତି ହୋଇଥାଏ ଆପଣ ଯେଉଁ ଜିନିଷ ପାଇବାକୁ ଚେଷ୍ଟା କରିଥାନ୍ତି ତାହା ଆପଣ ପାଇପାରନ୍ତି ନାହି । ଆଉ କେତେ ଜଣ ଏମିତି ଅଛନ୍ତି ଯେଉଁ ମାନେ ବିନା ପରିଶ୍ରମରେ ସଫଳ ହୋଇଥାନ୍ତି । ତେବେ ଏହି କଥାରୁ ଜଣାଜାଏ କି ଭାଗ୍ୟ ସହ ମଣିଷର ସମ୍ପର୍କ ଯୋଡି ହୋଇ ରହିଥାଏ । ଆଜି ଆମେ ଆପଣ ମାନଙ୍କୁ କେଉଁ ମାସରେ ଜନ୍ମ ହେଲେ କଣ ସବୁ ଲକ୍ଷଣ ରହିଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

୧- ବୈଶାଖ ମାସ : ଏହି ମାସରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତି ଧାର୍ମିକ, ପରୋପକାରୀ, ଦେବ କାର୍ଯ୍ୟରେ ଉଶ୍ଚାହୀ,କଳାପ୍ରିୟ, ନିଷ୍ଠାପର, ରୁପବନ୍ତ ଓ ଗୁଣବନ୍ତ ହୋଇଥାନ୍ତି ।

୨- ଜ୍ୟଷ୍ଠ ମାସ : ଏହି ମାସରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତି ଭ୍ରମଣ ପ୍ରିୟ, ଦୟାବନ୍ତ, କୌଶଳୀ, ସାମାନ୍ୟ କୃପଣ, ବହୁ ରୂପକ, ବୁଦ୍ଧିମାନ ବ୍ୟକ୍ତି ହୋଇଥାନ୍ତି ।

୩- ଆଷାଢ ମାସ : ଏହି ମାସରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତି ଅଧିକ ଖର୍ଚ୍ଚୀ, ଲୋକପ୍ରିୟ, ଧାର୍ମିକ, ଦାନୀ, କଳା ବିଦ୍ୟାରେ ନିପୁଣ ହୋଇଥାନ୍ତି ।

୪- ଶ୍ରାବଣ ମାସ : ଏହି ମାସରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତି ମାନେ ସର୍ବଦା ସ୍ଥିରତା, ଆଳସ୍ୟ, ଯନ୍ତ୍ରଣା ଭୋଗ କରନ୍ତି । ତଥାପି କୀର୍ତ୍ତିବନ୍ତ ଲୋକ, ଶାସ୍ତ୍ର କଳା ବିଦ୍ୟାରେ ଅଧିକ କ୍ଷମତା ହୋଇଥାନ୍ତି ।

୫- ଭାଦ୍ରବ ମାସ : ଯେଉଁ ବ୍ୟକ୍ତି ଭାଦ୍ରବ ମାସରେ ଜନ୍ମ ହୋଇଥାନ୍ତି ବହୁ ପରିଶ୍ରମୀ, ସର୍ବଜନ ବଶକରି, ପରୋପକାରୀ, ବହୁ କୁଟୁମ୍ବ ପୋଷାକ ହୋଇଥାନ୍ତି ।

୬- ଆଶ୍ଵିନ ମାସ : ଯେଉଁ ବ୍ୟକ୍ତି ଏହି ମାସରେ ଜନ୍ମଗ୍ରହଣ କରିଥାନ୍ତି ସେମାନେ ରାଜପ୍ରିୟ, ବହୁମୂଖୀ, ନୃତ୍ୟନ୍ତ ପ୍ରିୟ, ସଦାଚାରୀ, ଶତ୍ରୁ ଦମନକାରି, ସୁ-ପ୍ରେମିକ, ଭକ୍ତିମାନ, ହୋଇଥାନ୍ତି ।

୭- କାର୍ତ୍ତିକ ମାସ : ଯେଉଁ ବ୍ୟକ୍ତି ଏହି ମାସରେ ଜନ୍ମଗ୍ରହଣ କରିଥାନ୍ତି ସେମାନେ ପୂଣ୍ୟବନ୍ତ, ବହୁ ବିଦ୍ୟା ବିଶାରଦ, ସର୍ବଜନ ପ୍ରିୟ ହୋଇଥାନ୍ତି ।

୮- ମାର୍ଗଶିର ମାସ : ଯେଉଁ ବ୍ୟକ୍ତି ଏହି ମାସରେ ଜନ୍ମଗ୍ରହଣ କରିଥାନ୍ତି ବହୁ ଗୁଣ ବିଶିଷ୍ଟ ତଥା ଉକାହାଭିଳାଷୀ, ଭକ୍ତିବାନ୍ତ, ରୁପବନ୍ତ ତଥା କଳା ପ୍ରିୟ ଅଟନ୍ତି ।

୯- ପୌଷ ମାସ : ଯେଉଁ ବ୍ୟକ୍ତି ଏହି ମାସରେ ଜନ୍ମଗ୍ରହଣ କରିଥାନ୍ତି ସେମାନେ ଅଧିକ କୃପଣ, ଲୋଭଗ୍ରସ୍ତ, ଅଧିକ ଅସ୍ଥିରତା, ଆଳସ୍ୟ, କୁଟ କପଟରେ ହୋଥାନ୍ତି ।

୧୦- ମାଘ ମାସ : ଯେଉଁ ବ୍ୟକ୍ତି ଏହି ମାସରେ ଜନ୍ମଗ୍ରହଣ କରିଥାନ୍ତି ତପସ୍ୟା, ଧରମ ବିଶ୍ଵାସୀ, ଦୟାବନ୍ତ, ପରୋପକାରୀ, ବିଦ୍ୟାରେ ପ୍ରିୟା, ଶାସ୍ତ୍ର ପ୍ରିୟ ଅଟନ୍ତି ।

୧୧- ଫାଲ୍ଗୁନ ମାସ : ଯେଉଁ ବ୍ୟକ୍ତି ଏହି ମାସରେ ଜନ୍ମଗ୍ରହଣ କରିଥାନ୍ତି ସେମାନେ ଧୀରମତି, ଦୟାବନ୍ତ, କ୍ଷମାବନ୍ତ, ରାଜ ପୂଜକ, ଗୁରୁମାନ୍ୟକରି, ଲୋକପ୍ରିୟ, ବହୁ ରୂପକ, ବହୁମୂଖୀ ହୋଇଥାନ୍ତି ।

୧୨- ଚୈତ୍ର ମାସ : ଯେଉଁ ବ୍ୟକ୍ତି ଏହି ମାସରେ ଜନ୍ମଗ୍ରହଣ କରିଥାନ୍ତି ଅନେକ ଗୁଣ ବିଶିଷ୍ଟ ଅଟନ୍ତି । ସ୍ଵାଭାବିକ ସୁଗୁଣଯୁକ୍ତ, କର୍ମଶୀଳ, ବଚନ ମଧୁର, ଭୋଗ ବିଳାସୀ, କପଟଚାରୀ, ଶତ୍ରୁ ଦମନକାରୀ ହୋଇଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *