କେଉଁ ପାପ କର୍ମ କରିଲେ କେଉଁ ଜନ୍ମ ମିଳିଥାଏ ? ଜାଣନ୍ତୁ ଭୟଙ୍କର କଥା… Malika Bachana

ହିନ୍ଦୁ ଧର୍ମ ପୁନର୍ଜନ୍ମ ଉପରେ ବିଶ୍ଵାସ କରିଥାଏ । ମଣିଷ ମୃତ୍ୟୁ ପ୍ରାପ୍ତ ହେବା ପରେ ତାର ଆତ୍ମା ଜୀବିତ ରହିଥାଏ । ଧର୍ମ ଗ୍ରନ୍ଥରେ କୁହାଯାଇଛି କି ମଣିଷ ମରିବା ପରେ ତାର ଆତ୍ମା ସେହି ଶରୀର ଛାଡି ନୂଆ ଶରୀରକୁ ପ୍ରବେଶ କରିଥାଏ । ଆତ୍ମାକୁ ଏହି ନୂଆ ଶରୀରର ପୃଥିବୀରେ ବାସ କରୁଥିବା ୪୪ ଲକ୍ଷ ପ୍ରାଣୀଙ୍କ ମଧ୍ୟରୁ କେଉଁ ବି ପ୍ରାଣୀଙ୍କ ରୂପ ମିଳିଥାଏ । ଆଜି ଆମେ ଆପଣ ମାନଙ୍କୁ କେଉଁ କାମ କରିଲେ କେଉଁ ଜନ୍ମ ମିଳିଥାଏ ସେହି ବିଷୟରେ କହିବାକୁ ଯାଉଛୁ ଯାହା ମାଳିକା ବଚନରେ ଲେଖା ଯାଇଛି । ଦୁନିଆରେ ମୃତ୍ୟୁ କରିଥିବା ବ୍ୟକ୍ତିର ପୁନର୍ଜନ୍ମ ହେବା ନିଶ୍ଚିନ୍ତ ଅଟେ ।

ମଣିଷର ଜନ୍ମ ଓ ମୃତ୍ୟୁ ତାର କର୍ମ ଅନୁଯାୟୀ ହୋଇଥାଏ । ମାଳିକା ବଚନ ଅନୁଯାୟୀ ଜନ୍ମ ହେବାକୁ ଯାଉଥିବା ପିଲା ତା ମାର ଗର୍ଭରେ ୯ମାସ ରହିଥାଏ । ଆସନ୍ତୁ ଜାଣିବା କିଛି ପାପ ଓ ତାର ଜନ୍ମ ବିଷୟରେ । ୧- ଯେଉଁ ବ୍ୟକ୍ତି ପର ସ୍ତ୍ରୀ ସହ ଶାରୀରିକ ସମ୍ପର୍କ ରଖିଥାଏ ତାକୁ ନର୍କକୁ ଯିବାକୁ ପଡିଥାଏ । ସେଠାରେ ଅନେକ ପ୍ରକାରର ଦଣ୍ଡ ଭୋଗିବାକୁ ପଡିଥାଏ । ସେହି ବ୍ୟକ୍ତି ପ୍ରଥମେ ବିଲୁଆ, ପରେ କୁକୁର, ଶୃଗାଳ, ସାପ, ଜିରାଫ, ମାଙ୍କଡ, ଜେବ୍ରା, କାଉ ଜନ୍ମ ନେଇଥାଏ । ଏହା ପରେ ବଗ ଜନ୍ମ ନେଇ ଦଣ୍ଡ ଭୋଗିବା ପରେ ମଣିଷ ଜନ୍ମ ପାଇଥାଏ ।

୨- ଯେଉଁ ମଣିଷ ତାର ସ୍ତ୍ରୀ ସହ ଜବରଦସ୍ତି ସମ୍ପର୍କ ରଖିଥାଏ ବା ନାରୀ ଉପରେ ଅତ୍ୟାଚାର କରିଥାଏ ସେ ନର୍କ ଭୋଗିବାକୁ ପଡିଥାଏ । ଅନେକ ପ୍ରକାରର ଜୀବଙ୍କ ଜନ୍ମ ନେବା ପରେ ତାକୁ ମଣିଷ ରୂପରେ କିନ୍ନର ଜନ୍ମ ମିଳିଥାଏ ।

୩- ଯେଉଁ ବ୍ୟକ୍ତି ନିଜର ବଡ ଭାଇର ଅପମାନ କରିଥାଏ, ସମାଜ ଆଗରେ ନିଚ୍ଚା ଦେଖାଇଥାଏ ବା ହାତ ଉଠାଥାଏ ସେହି ବ୍ୟକ୍ତି ଆଗ ଜନ୍ମରେ ପେଚା ଜନ୍ମ ମିଳିଥାଏ । ପେଚା ଜନ୍ମ ନେଇ ୧୦ ବର୍ଷ ଯାଏଁ ଦଣ୍ଡ ଭୋଗିଥାଏ । ଏହା ପରେ ଯାଇ ମଣିଷ ଜନ୍ମ ମିଳିଥାଏ ।

୪- ମାଳିକା ଅନୁଯାୟୀ ସୁନା ବା ଟଙ୍କା ଚୋରୀ କରୁଥିବା ବ୍ୟକ୍ତିକୁ ପିମ୍ପୁଡି ଜନ୍ମ ମିଳିଥାଏ । ଯେଉଁ ବ୍ୟକ୍ତି ରୂପା ଜିନିଷ ଚୋରୀ କରିଥାଏ ତାକୁ ପାରା ଜନ୍ମ ମିଳିଥାଏ । ଯେଉଁ ବ୍ୟକ୍ତି ବସ୍ତ୍ର ଚୋରୀ କରିଥାଏ ତାକୁ ଶୁଆ, ସୁଗନ୍ଧିତ ପଦାର୍ଥକୁ ଚୋରୀ କରୁଥିବା ବ୍ୟକ୍ତିକୁ ମୂଷା ଜନ୍ମ ମିଳିଥାଏ । କିନ୍ତୁ ଅପରାଧ ଚୋରୀ ଠାରୁ ବଡ ହୋଇଥାଏ ତେବେ ଜନ୍ମର ରୂପ ଭୟଙ୍କର ହୋଇଥାଏ ।

୫- ଯେଉଁ ବ୍ୟକ୍ତି ହତିଆରରେ କାହାର ଜୀବନ ନେଇଥାଏ ତାକୁ ଗଧ ରୂପରେ ଜନ୍ମ ମିଳିଥାଏ । ତା ପରେ ହରିଣ, ମାଛ, କୁକୁର, ବାଘ ଓ ଶେଷରେ ମଣିଷ ରୂପରେ ଜନ୍ମ ନେଇଥାଏ । ଦେବତା, ବ୍ରାହ୍ମଣ ଓ ପିତୃ ପୁରୁଷଙ୍କୁ ସନ୍ତୁଷ୍ଟ ନ କରି ପାରୁଥିବା ବ୍ୟକ୍ତିମାନେ ୧୦୦ ବର୍ଷ ଯାଏଁ କାଉ ରୂପରେ ଜନ୍ମ ନେଇଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ସାଙ୍ଗ ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *