ଜାଣନ୍ତୁ କେଉଁ ରାଶିର ପୁଅଙ୍କୁ କେମିତିକା ଭଲପାଇବା ହୋଇଥାଏ ଦରକାର, ଏହି ଗୋଟେ ରାଶିର ପୁଅଙ୍କୁ ଭଲପାଇଲେ ପଡିବ ମହଙ୍ଗା

କୁହାଯାଏ କି ମହିଳାମାନଙ୍କୁ ବୁଝିବା ବା ଚିହ୍ନିବା କଷ୍ଟ ନୁହେଁ, କିନ୍ତୁ ଏହା ସହଜ ମଧ୍ୟ ନୁହେଁ । ମହିଳାମାନଙ୍କୁ ବୁଝିବା ବା ଚିହ୍ନିବା କଷ୍ଟ ନୁହେଁ । ମହିଳାମାନେ ମଧ୍ୟ ପୁରୁଷମାନଙ୍କୁ ବୁଝି ପାରନ୍ତି ନାହିଁ । କାରଣ ପୁରୁଷ ମହିଳାଙ୍କ ତୁଳନାରେ ନିଜର ଭାବନାକୁ ବ୍ୟକ୍ତ କରିବାରେ ଦୁର୍ବଳ ହୋଇଥାନ୍ତି । ଏହାର ଅର୍ଥ ଏହା ନୁହେଁ ଯେ ପୁରୁଷଙ୍କ ଭାବନାଭାବ ନାହିଁ । ମହିଳାମାନଙ୍କପରି ପୁରୁଷମାନଙ୍କ ମଧ୍ୟ ଇଛା ହୁଏ ଯେ ଏମିତି କିଏ ଅଛି ଯିଏ କେବଳ ତାଙ୍କୁ ବୁଝିବ ଓ ସେ ଯେପରି ଚାହୁଁଛନ୍ତି ସେହିପରି ପ୍ରେମ କରିବ ଓ ସ୍ନେହ କରିବ ।

ମହିଳାଙ୍କ ପାଇଁ ଏହା ସବୁଠାରୁ ବଡ ଚୁନୌତି ଅଟେ ଯେ ସେମାନଙ୍କ ସ୍ଵାମୀ ବା ବୟଫ୍ରେଣ୍ଡ କିଭଳି ଭଲ ପାଇବା ଚାହୁଁଛନ୍ତି ? ଆସନ୍ତୁ ଜାଣିବା ଆପଣଙ୍କ ସ୍ଵାମୀ ବା ବୟଫ୍ରେଣ୍ଡଙ୍କ ରାଶି ଅନୁଯାଇ ତାଙ୍କୁ କେଉଁ ପ୍ରକାରର କିଭଳି ଭଲ ପାଇବା ଚାହୁଁଛନ୍ତି ।

ମେଷ ରାଶି: ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ଭଲ ପାଇବା ଅର୍ଥ ଭଲପାଇବା ବୃଦ୍ଧି ପାଉଥିବ । ଏହିଭଳି ଭଲ ପାଇବା ପାର୍ଟନର ଖୋଜି ବୁଲନ୍ତି, ଯାହା ସବୁଦିନ ତାଙ୍କୁ କେତେ ପରିଣାମ ଭଲ ପାଉଛି ବୋଲି କହୁଥିବ ।

ବୃଷ ରାଶି: ବୃଷ ରାଶିର ବ୍ୟକ୍ତିଙ୍କ ପାଇଁ ଭଲ ପାଇବା ଅର୍ଥ ଏହା ଦୁନିଆରେ ସବୁଠାରୁ ବଡ । ତାଙ୍କୁ ଇମୋସନାଲ ଓ ଫିଜିକଲ ଦୁଇଟି ପ୍ରକାର ଭଲପାଇବା ପସନ୍ଦ ହୋଇଥାଏ ।

ମିଥୁନ ରାଶି: ମିଥୁନ ରାଶିର ବ୍ୟକ୍ତି ଭଲପାଇବା ସମ୍ବନ୍ଧରେ ଏତେ ଗମ୍ଭୀର ହୁଅନ୍ତି ନାହିଁ ଯେତେ ସେମାନେ ଦେଖେଇ ହୁଅନ୍ତି । ତାଙ୍କ ପାଇଁ ଭଲପାଇବା ଏକ ଏହସାସ ଅଟେ, କିନ୍ତୁ ଯେତେବେଳ ପର୍ଯ୍ୟନ୍ତ ନିଜର ସାଥୀଙ୍କ ପାଖରେ ରହିଥାନ୍ତି ।

କର୍କଟ ରାଶି: କର୍କଟ ରାଶିର ବ୍ୟକ୍ତି ଭଲପାଇବା ଓ ଜିମ୍ମେଦାରି ପ୍ରତି ବହୁତ ଇମାନଦାର ହୋଇଥାନ୍ତି । ଏହି କଥା ନିଜର ପାର୍ଟନରଙ୍କ ଠାରୁ ମଧ୍ୟ ଚାହିଁଥାନ୍ତି ଓ ସେତେବେଳେ ତାଳମେଳ ଠିକ୍ ହୁଏ ।

ସିଂହ ରାଶି: ସିଂହ ରାଶିର ବ୍ୟକ୍ତି ଯେତେବେଳେ ଭଲପାଇଥାନ୍ତି ସେ କାହାକୁ ଡରନ୍ତି ନାହିଁ ଓ ଖୁଲମଖୁଲା ଭଲପାଇବାକୁ ବିଶ୍ଵାସ କରିଥାନ୍ତି । ସେ ତାଙ୍କ ପାର୍ଟନରଙ୍କ ଠାରୁ ମଧ୍ୟ ବିଶ୍ଵାସ ରଖିଥାନ୍ତି ।

କନ୍ୟା ରାଶି: କନ୍ୟା ରାଶିର ବ୍ୟକ୍ତି ଭଲପାଇବାକୁ ଦେଖେଇ ହୁଅନ୍ତି ନାହିଁ । ସେ କେବଳ ଚାହିନଥାନ୍ତି ଯେ ପାର୍ଟନର ତାଙ୍କ ଆଖିକୁ ଦେଖି ବୁଝିପାରିବେ ଯେ ସେ କଣ ଚହୁଁଛନ୍ତି ।

ତୁଳା ରାଶି: ତୁଳା ରାଶିର ବ୍ୟକ୍ତି ଚାହିଁଥାନ୍ତି ଯେ ତାଙ୍କ ପାର୍ଟନର ଜୀବନକୁ ସ୍ଟେବଲ କରୁ ଓ ସମସ୍ତ ପରିସ୍ଥିତିରେ ତାଙ୍କ ସହିତ ସାଥ୍ ଦେଉ ।

ବିଛା ରାଶି: ବିଛା ରାଶିର ବ୍ୟକ୍ତି ଭଲପାଇବାକୁ ଅଗ୍ନି ସହିତ ତୁଳନା କରନ୍ତି, ଯେଉଁଥିରେ ସେ ସଂପୂର୍ଣ୍ଣ ଭାବରେ ଜଳିବାକୁ ଚହାଁନ୍ତି । ସେ ଉପର ମନରେ ଭଲ ପାଇବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ସେ ଭଲ ପାଇବାରେ ବୁଡି ରହିବାକୁ ପସନ୍ଦ କରିଥାନ୍ତି ।

ଧନୁ ରାଶି: ଧନୁ ରାଶିର ବ୍ୟକ୍ତି ଭଲପାଇବାକୁ ନେଇ ବହୁତ ସଂବେଦନଶୀଳ ଓ ଖୁସମିଜାଜ ହୋଇଥାନ୍ତି । ସେ ସବୁବେଳେ ଖୁସିରେ ବଞ୍ଚିବାକୁ ପସନ୍ଦ କରିଥାନ୍ତି ।

ମକର ରାଶି: ମକର ରାଶିର ବ୍ୟକ୍ତି ଜିଦି ସ୍ଵଭାବ ହୋଇଥାନ୍ତି । ସେହି କାରଣରୁ ଭଲପାଇବାରେ କେତେ କଷ୍ଟର ସାମ୍ନା କରିବାକୁ ପଡିଥାଏ । ନିଜର ପାର୍ଟନର ପାଇଁ ବହୁତ ଇମାନଦାର ହୁଅନ୍ତି ଓ ପାର୍ଟନରଙ୍କ ଠାରୁ ମଧ୍ୟ ସେହି ଆଶା ରଖନ୍ତି ।

କୁମ୍ଭ ରାଶି: କୁମ୍ଭ ରାଶିର ବ୍ୟକ୍ତି ଖୁବ କମ୍ ରାଗିଥାନ୍ତି । କିନ୍ତୁ ଯେତେବେଳେ ରାଗନ୍ତି ସମ୍ଭାଳି ହୁଏ ନାହିଁ । ସେ ତାଙ୍କୁ କଷ୍ଟ ସମୟରେ ସମ୍ଭାଳିଲା ଭଳି ପାର୍ଟନର ଖୋଜିଥାନ୍ତି ।

ମୀନ ରାଶି: ମୀନ ରାଶିର ବ୍ୟକ୍ତି ଚଞ୍ଚଳ ସ୍ଵଭାବ ହୋଇଥାନ୍ତି । ସେ ବହୁତ ଭାବୁକ ହୁଅନ୍ତି, ସେଥିପାଇଁ ଶୀଘ୍ର ବିପରୀତ ଲିଙ୍ଗୀ ପ୍ରତି ଆକର୍ଷିତ ହୋଇ ଯାଆନ୍ତି । ସେହିପରି ତାଙ୍କୁ ଏହିଭଳି ପାର୍ଟନର ଦରକାର ଯିଏ ତାଙ୍କର ମନଭାବକୁ ବୁଝି ପାରୁଥିବ ।

Leave a Reply

Your email address will not be published. Required fields are marked *