ଖାଇବା ସମୟରେ ଖାଦ୍ୟରୁ ବାଳ ବାହାରିଲେ କଣ ମିଳେ ସଂକେତ? Ajira Anuchinta

ଯେଉଁମାନଙ୍କର ଏଠି ସେଠି ଛେପ ପକାଇବାର ଖରାପ ଅଭ୍ଯାସ ଥାଏ ସେମାନଙ୍କୁ କେବେ ମାନ ସମ୍ମାନ ପ୍ରାପ୍ତ ହୋଇ ନ ଥାଏ । ମିଳିଥିବା ସମ୍ମାନ ନଷ୍ଟ ହୋଇଯାଇଥାଏ । ତେଣୁ ଉପଯୁକ୍ତ ସ୍ଥାନରେ ଛେପ ପକାଇବା ଉଚିତ । ଯେଉମାନନଙ୍କର ଖାଇ ସାରିବା ପରେ ଅଇଁଠା ବାସନ ଛାଡିବା ଅଭ୍ଯାସ ଥାଏ ସେମାନଙ୍କର ମିଳିଥିବା ସଫଳତା ଶୀଘ୍ର ନଷ୍ଟ ହୋଇଥାଏ । ସଫଳତା ପାଇଁ ବହୁତ କଷ୍ଟ ସହିବାକୁ ପଡିଥାଏ । ଯେଉନମାନଙ୍କର ସୂର୍ଯ୍ୟ ଉଦୟ ସମୟରେ , ସୂର୍ଯ୍ୟ ଅସ୍ତ ସମୟରେ ଏବଂ ଦିନ ବାରଟା ରେ ଖାଇବା , ଶୋଇବା କିମ୍ବା ଝଗଡା କରିବା ଅଭ୍ଯାସ ଥାଏ ସେମାନଙ୍କର ଦୁର୍ଭାଗ୍ୟ ଓ ଦାରିଦ୍ରତା ବୃଦ୍ଧି ହୋଇଥାଏ ।

ଯେଉଁମାନେ ଦାନ୍ତରେ ନଖ ଛିଡାନ୍ତି ଏବଂ ଖାଇ ସାରିବା ପରେ ଥାଳିରେ ହାତ ଧୋଇବା ଖରାପ ଅଭ୍ଯାସ ଥାଏ ଏହା ସେମାନଙ୍କ ପାଇଁ ଦରିଦ୍ରତାର କାରଣ ହୋଇଥାଏ । ଜେଉନମାନଙ୍କ ର ଅମବାସ୍ୟା ଦିନ ମାଂସ ଓ ମଦ ଖାଇବାର ଅଭ୍ଯାସ ଥାଏ । ସେମାନଙ୍କର ଖୁବ ଶୀଘ୍ର ଦୁର୍ଘଟଣା ହେବାର ସମ୍ଭାବନା ଥାଏ ଓ ଦରିଦ୍ରତା ବୃଦ୍ଧି ପାଇଥାଏ ।

ଯେଉଁ ମାନେ ମଙ୍ଗଳବାର , ଗୁରୁବାର , ଶନିବାର , ଏକାଦଶୀ । ଚତୁର୍ଦଶୀ , ଅମବାସ୍ୟା ଓ ପୁର୍ନିମାରେ ବାଲ କାଟିବା ଅଭ୍ଯାସ ଥାଏ ସେମାନଙ୍କୁ ଘୋର ଦୁଖ ଓ ଦରିଦ୍ରତା ପ୍ରାପ୍ତ ହୋଇଥାଏ । ଖାଦ୍ୟ ଖାଇବା ସମୟରେ ଖାଦ୍ୟ ପଦାର୍ଥ ରେ ଚୁଟି ବାହାରିଲେ ଏହା ଅମଙ୍ଗଳ ହୋଇଥାଏ । ଏହା ରୋଗର କାରଣ ମଧ୍ୟ ହୋଇଥାଏ । ଯେଉଁ ମାନଙ୍କର ବାରମ୍ବାର ଚୁଟି ଛୁଇଁବା କିମ୍ବା ଚୁଟି ରେ ହାତ ମାରିବା ଖରାପ ଅଭ୍ଯାସ ଥାଏ ତେବେ ସେମାନଙ୍କର ବହୁତ ଅମଙ୍ଗଳ ହୋଇଥାଏ ।

ଯେଉଁମାନେ ଚୁଟି ନବାନ୍ଧି ଚୁଟି ଖୋଲାକରି ରଖିବାର ଖରାପ ଅଭ୍ଯାସ ଥାଏ ଏହା ସେମାନଙ୍କ ପାଇଁ ଅଶୁଭ ହୋଇଥାଏ । ଚୁଟି ବାନ୍ଧିକରି ରଖିଲେ ଚେହେରାରେ ଚମକ ଆସିଥାଏ । ଘରେ ଠାକୁର ପୂଜା କଲାବେଳେ ପୁରୁଷ ବା ସ୍ତ୍ରୀ ଲୋକମାନେ କେବେ ମୁଣ୍ଡ ଖୋଲାକାରୀ ଠାକୁର ପୂଜା କରିବା ଉଚିତ ନୁହେ । ଏହା ଅଶୁଭ ହୋଇଥାଏ । ଯେଉଁମାନେ ରାତିରେ ମୁଣ୍ଡ କୁଣ୍ଡାଇ ଥାନ୍ତି ଏହା ଅମଙ୍ଗଳ ଅଟେ ।

ଚୁଟି କାଠ ପାନିଆ ରେ କୁଣ୍ଡାଇବା ଉଚିତ । ଗରମ ପାଣିରେ ଗାଧୋଇବା ଅଭ୍ଯାସ ଥାଏ ତେବେ ସେମାନଙ୍କର ବାଲ ଝଡିବା ସହିତ ଆଖି ଖରାପ ହୋଇଥାଏ । ଯେଉଁ ଲୋକମାନଙ୍କର ବାହାରୁ ଆସି ଜୋତା , ଚପଲ ଓ ମୋଜା ଏଠି ସେଠି ପକାଇବାର ଖରାପ ଅଭ୍ଯାସ ଥାଏ ସେମାନଙ୍କର ଶତ୍ରୁ ବୃଦ୍ଧି ହୋଇଥାଏ ।

ଯେଉଁମାନେ ସକାଳୁ ଉଠିଲା ପରେ ଅସଜତା କରି ଛାଡନ୍ତି ସେମାନଙ୍କୁ ଦିନ ସାରା ବହୁତ ଅଶାନ୍ତି ମିଳିଥାଏ ଏବଂ ସେମାନେ ଅନୟମାନଙ୍କୁ ଆଶା କରିଥାନ୍ତି । ଘରକୁ ଫେରିଲା ବେଳେ କିଛି ନା କିଛି ଜିନିଷ ସାଙ୍ଗରେ ଆଣିବା ଉଚିତ ଏହାଦ୍ବାରା ଘରେ ଲକ୍ଷ୍ମୀ ସନ୍ତୁଷ୍ଟ ହୋଇଥାନ୍ତି ଧନ ବୃଦ୍ଧି ହୋଇଥାଏ ଏବଂ ପରିବାରରେ ସୁଖ ଶାନ୍ତି ବୃଦ୍ଧି ହୋଇଥାଏ । ଯେଉଁମାନେ ଟିକେ କଣ ହେଲେ ଔଷଧ ଖାଇଥାନ୍ତି ସେମାନଙ୍କ ସ୍ୱାସ୍ଥ୍ୟ ସମସ୍ଯା ଦେଖା ଦେଇଥାଏ । ତେଣୁ ବିନା ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଇବା ଉଚିତ ନୁହେ ।

Leave a Reply

Your email address will not be published. Required fields are marked *