ମନୁଷ୍ୟ ଜୀବନରେ ଗୋଟିଏ ଜିନିଷ ସୁନିଶ୍ଚିତ ତାହା ହେଉଛି ମୃତ୍ୟୁ । ମୃତ୍ୟୁ ସବୁବେଳେ ଅକସ୍ମାତ ଆସିଥାଏ ବୋଲି ଆମେ ଭାବିଥାଉ । କିନ୍ତୁ ମୃତ୍ୟୁ କେବେ ଆକସ୍ମିକ ଆସି ନ ଥାଏ । ମୃତ୍ୟୁ ଆସିବା ଆଗରୁ କିଛି ଲକ୍ଷଣ ଦେଖା ଦେଇ ଥାଏ । ଶିବ ପୁରାଣ ର ଉମା ସହିତା ରେ ମାତା ପାର୍ବତୀ ଯେତେ ବେଳେ ପ୍ରଭୁ ଶିବଙ୍କୁ ପ୍ରଶ୍ନ କରିଛନ୍ତି ଯେ ପ୍ରଭୁ ମଣିଷର ଜୀବନରେ ମୃତ୍ୟୁ ଅକାସମକ ରେ ଆସିଥାଏ ?
ତେବେ ଏହି ପ୍ରଶ୍ନର ଉତ୍ତର ପ୍ରଭୁ ଶିବ ମାତା ପାର୍ବତୀଙ୍କୁ କହିଛନ୍ତି ହେ ପ୍ରିୟେ ମନୁଷ୍ୟର ଜୀବନରେ ମୃତ୍ୟୁ କେବେବି ଅକାସମକ ଆସି ନ ଥାଏ ମୃତ୍ୟୁ ହେବା ଆଗରୁ ମଣିଷ କୁ କିଛି ଦିନ ଆଗରୁ କିଛି କିଛି ସଙ୍କେତ ମିଳିଥାଏ । ତେବେ ଆଜି ଆମେ ସେହି ସଙ୍କେତ ଗୁଡିକ ସମ୍ଭନ୍ଧରେ ଆଲୋଚନା କରିବା ।
ଯେଉଁ ମନୁଷ୍ୟର ଶରୀର ଧଳା ବା ହଳଦିଆ ପଡ଼ିଯାଏ ଓ ଉପର ଅଂଶ ଲାଲ ହୋଇଯାଏ ସେହି ଲୋକ ମୃତ୍ୟୁ ୬ ମାସ ମଧ୍ୟରେ ହୋଇଯାଏ । ଯେଉଁ ମନୁଷ୍ୟର ଚାରି ପାଖରେ ନୀଳ ମାଛି ଘୁରି ବୁଲନ୍ତି ତେବେ ସେହି ମଣିଷର ମୃତ୍ୟୁ ୧ ମାସ ମଧ୍ୟରେ ହୋଇଯିବ ।
ଯେଉଁ ମନୁଷ୍ୟର ଶିର ଉପରେ ଚିଲ, କାଉ, ପାରା ବୁଲନ୍ତି ସେମାନଙ୍କ ମୃତ୍ୟୁ ଏକ ମାସ ମଧ୍ୟରେ ହୋଇଯିବ । ଯେଉଁ ମଣିଷର ମୁହଁ, କାନ, ଆଖି, ଜିଭ, ଦାନ୍ତ କାମ ଦିଏ ନାହିଁ ସେହି ମଣିଷ ର ମୃତ୍ୟୁ ଛଅ ମାସ ମଧ୍ୟରେ ହୋଇ ଯାଇଥାଏ ।
ଯେଉଁ ମଣିଷକୁ ସୂର୍ଯ୍ୟ ଓ ଚନ୍ଦ୍ରର ଚାରିପାଖ ଚମକିଲା ଦେଖା ନ ଯାଏ କଳା କିମ୍ଵା ଲାଲ ଦେଖାଯାଏ ତେବେ ସେହି ମନୁଷ୍ୟର ମୃତ୍ୟୁ ୧୫ ମିନିଟ ରେ ହୋଇଥାଏ । ଯେଉଁ ମନୁଷ୍ୟକୁ ଅରୁନ୍ଧତୀ ତାର , ଜହ୍ନ, ବା ଅନ୍ୟ ତାରା ଦେଖାଯାଏ ନାହିଁ ସେହି ମନୁଷ୍ୟର ମୃତ୍ୟୁ ୧ ମାସ ମଧ୍ୟରେ ହୋଇଯିବ । ଯେଉଁମାନଙ୍କୁ ତ୍ରିରୋଗ ବା ବାତ, ପିତ୍ତ, କଫ, ଥାଏ ସେମାନଙ୍କ ମୃତ୍ୟୁ ୧୫ ଦିନ ମଧ୍ୟରେ ହୋଇଯିବ ।
ଯେଉଁ ମନୁଷ୍ୟ ର ମୁହଁ , କଣ୍ଠ ଆଦି ଶୁଖିଯାଏ ସେହି ମନୁଷ୍ୟ ର ମୃତ୍ୟୁ ୬ ମାସ ରେ ହୋଇଯିବ । ଯେଉଁ ମନୁଷ୍ୟ ଜଳ, ଘିଅ ,ତେଲ , ଆଇନା ରେ ନିଜ ମୁହଁ ଦେଖିପାରନ୍ତି ନାହିଁ ସେମାନଙ୍କ ମୃତ୍ୟୁ ୬ ମାସ ମଧ୍ୟରେ ହୋଇଥାଏ । ଯେଉଁ ମନୁଷ୍ୟର ଛାଇ ରେ ତାର ଶିର ଅଲଗା ଦେଖାଯାଏ ବା ଯାହାର ଛାଇ ତା ଶରୀର ଠାରୁ ଅଲଗା ଦେଖାଯାଏ ସେମାନଙ୍କ ଆୟୁଷ ୧ ମାସ ଅଟେ । ଯାହାର ସବୁ ଅଙ୍ଗ ଦରଜ ବିନ୍ଧା ହୁଏ ତେବେ ସେମାନଙ୍କ ଆୟୁଷ ୧ ମାସ ଅଟେ ।
ଯାହାକୁ ରାତିରେ ଇନ୍ଦ୍ରଧନୁ, ଦିନରେ ଉଲ୍ଲକା ତାରା, ଧ୍ରୁବ ତାରା, ସୂର୍ଯ୍ୟ ମଣ୍ଡଳ ଦେଖା ଯାଏ ନାହିଁ ଓ ଚିଲ, କାଉ ସେହି ମନୁଷ୍ୟକୁ ଘେରି ରୁହନ୍ତି ତେବେ ସେମାନଙ୍କ ଆୟୁଷ ୬ ମାସ ଅଟେ । ଆହୁରି ମଧ୍ୟ ଶିବ ପୁରାଣ ରେ ମହାଦେବ କହୁଛନ୍ତି ଯେତେବେଳେ କୌଣସି ମନୁଷ୍ୟ ମୃତ୍ୟୁର ନିକଟବର୍ତୀ ଥାଏ ଓ ସେ ଶଯ୍ୟା ଶାୟୀ ହୋଇଯାଏ ଓ ନିଜ ପରିବାର ଲୋକ ବା ଆପଣା ଲୋକଙ୍କୁ ଦେଖିବାକୁ ଇଛା କରନ୍ତି ତେବେ ସେହି ମନୁଷ୍ୟ ର ଆୟୁଷ ଆଉ ଅଳ୍ପ କ୍ଷଣରେ ହୋଇଥାଏ ।