କୁକୁର କାହିଁକି କରିଥାନ୍ତି ଖୋଲାରେ ସହବାସ ? କଣ ରହିଛି ଏହା ପଛର ସତ୍ୟତା ? ଦେଖନ୍ତୁ Krishna Vani

ଦ୍ରୌପଦୀଙ୍କ ଅଭିଶାପରେ କଣ କୁକୁର ମାନେ ଖୋଲାରେ ସହବାସ କରିଥାନ୍ତି ଏହି କଥାରେ କେତେ ରହିଛି ସତ୍ୟତା ତାହା ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । କୁହାଯାଏ ଏହି କାହାଣୀ ମହାଭାରତର ସମୟର । ଯେବେ ଅର୍ଜୁନ ଦ୍ରୌପଦୀଙ୍କୁ ବିବାହ କରି ଘରକୁ ଆଣିଥିଲେ ସେହି ସମୟରେ ମାତା କୁନ୍ତୀ ନିଜର କୌଣସି କାମରେ ବ୍ୟସ୍ତରେ ଥିବାରୁ ପଞ୍ଚୁ ପାଣ୍ଡବଙ୍କୁ ଆଦେଶ ଦେଇଥିଲେ ସବୁ ଭାଇ ମାନଙ୍କର ଦ୍ରୌପଦୀଙ୍କ ଉପରେ ବରାବର ହକ ରହିଛି । ତେବେ ମାତା କୁନ୍ତୀଙ୍କ କଥାର ମାନ ରଖିବା ପାଇଁ ପଞ୍ଚୁ ପାଣ୍ଡବ ଦ୍ରୌପଦୀଙ୍କୁ ବିବାହ କରିଥିଲେ ।

ତେବେ ପାଣ୍ଡବଙ୍କ ମଧ୍ୟରେ ନିର୍ଧାରିତ ହୋଇଥିଲା ଦ୍ରୌପଦୀ ଏକ ବର୍ଷ ରେ ସବୁ ଭାଇ ମାନଙ୍କ ପାଖରେ ପାଳୀ କରି ସମୟ ବ୍ଯତୀତ କରିବେ । ଯେବେ ଦ୍ରୌପଦୀ କୌଣସି ପାଣ୍ଡବଙ୍କ ମଧ୍ୟରୁ କକ୍ଷ ରେ ସମୟ ବ୍ଯତୀତ କରୁଥିବେ ସେହି ସମୟରେ ଦ୍ଵିତୀୟ ପାଣ୍ଡବ କକ୍ଷ କୁ ଆସିବେ ନାହି । ଯେବେ କେହି ପାଣ୍ଡବ ଦ୍ରୌପଦୀଙ୍କ ପାଣ୍ଡବଙ୍କ କକ୍ଷକୁ ଆସୁଥିଲେ ସେହି ସମୟରେ ନିଜର ପାଦୁକ ଦ୍ଵାରରେ ରଖୁଥିଲେ ।

ସେହି ପାଦୁକା ଦେଖି ଦ୍ଵିତୀୟ ପାଣ୍ଡବ କକ୍ଷରେ ପ୍ରବେଶ କରି ପାରିବେ ନାହି । ଥରେ ଅର୍ଜୁନ ନିଜର ପାଦୁକା ବାହାର ରଖି ଦ୍ରୌପଦୀଙ୍କ ସହ ପ୍ରେମରେ ଲୀନ ଥିଲେ । ସେହି ସମୟରେ ଗୋଟେ କୁକୁର ଆସି ଅର୍ଜୁନଙ୍କ ପାଦୁକା କୁ ନେଇ ଜଙ୍ଗଲରେ ଖେଳିବାକୁ ଲାଗିଲା । ସେହି ସମୟରେ ଭୀମ ନିଜର କକ୍ଷକୁ ପ୍ରବେଶ କରୁଥିଲେ ଆଉ ଦ୍ରୌପଦୀଙ୍କ କକ୍ଷ ଦ୍ଵାରରେ କାହାର ପାଦୁକା ନାହି ।

ଯାହା ପାଇଁ ସେ ଅଚାନକ ଅର୍ଜୁନ ଓ ଦ୍ରୌପଦୀଙ୍କ ପ୍ରେମ ଲୀଳା କରୁଥିବା ସମୟରେ ପହଞ୍ଚି ଯାଇଥିଲେ । ଏହା ଦେଖି ଦ୍ରୌପଦୀ ଲଜ୍ଜିତ ହେବା ସହ ରାଗିକି ଭୀମକୁ କହିଲେ ତୁମେ କେମିତି ମୋ କକ୍ଷକୁ ପ୍ରବେଶ କରିଲ ଯେବେ ବି ଅର୍ଜୁନ ଦ୍ଵାରା ଆଗରେ ତାଙ୍କର ପାଦୁକା ରଖିକି ଆସିଥିଲେ ।

ଉତ୍ତର ରେ ଭୀମ ଦ୍ରୌପଦୀ ଙ୍କୁ କହିଲେ କୌଣସି ପାଦୁକା ଦ୍ଵାର ରେ ନାହି । ଏହା ପରେ ଦୁଇ ଭାଇ ପାଦୁକା ଖୋଜିବାରେ ଲାଗିଲେ ଆଉ ଜଙ୍ଗଲରେ ଯାଇ ପହଞ୍ଚିଲେ । ସେହି ସମୟରେ ଦେଖଆବାକୁ ପାଇଲେ ଗୋଟେ କୁକୁର ପାଦୁକା ସହ ଖେଳିବାରେ ଲାଗିଛି । ଦ୍ରୌପଦୀ ବହୁତ ଲଜ୍ଜିତ ଅନୁଭବ କରିଥିଲେ କାରଣ ତାଙ୍କୁ ଭୀମ ଙ୍କ ଆଗରେ ଲଜ୍ଜିତ ହେବାକୁ ପଡିଥିଲା ।

ଯାହା ପାଇଁ କ୍ରୋଧ ରେ ଦ୍ରୌପଦୀ କୁକୁର କୁ ଖୋଲାରେ ସହବାସ କରିବାର ଅଭିଶାପ ଦେଇଥିଲେ । ଏହି ଲୋକ କଥା ଆଜି ବି ପ୍ରଚଳିତ ରହିଛି । ଏହି କଥାର ପ୍ରମାଣ କୌଣସି ଗ୍ରନ୍ଥ ରେ ନାହି । କାରଣ ସବୁ ପଶୁ ଖୋଲା ରେ ହିଁ ସହବାସ କରିଥାନ୍ତି । ତେବେ ଦ୍ରୌପଦୀ କୁକୁର ମାନଙ୍କୁ ଖୋଲାରେ ସହବାସ କରିବାର ଅଭିଶାପ ଦେଇଛନ୍ତି କି ନାହି ତାହାର ସଠିକ ପ୍ରମାଣ କୌଣସି ଗ୍ରନ୍ଥ ରେ ନାହି । ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *