ନମସ୍କାର ବନ୍ଧୁଗଣ, ଗୋଟିଏ ମଣିଷର ନାମ ତା ଜନ୍ମ ସମୟ ଅନୁଯାୟୀ ରଖାଯାଇଥାଏ । ଗୋଟିଏ ମଣିଷର ନାମ ରଖିବା ବେଳେ ବହୁତ ଭାବିଚିନ୍ତି ରଖିବା ଦରକାର । କାରଣ ନାମର ବହୁତ ଗୁରୁତ୍ଵ ରହିଛି ଜୀବନରେ । ସେହି ନାମରୁ ହିଁ ଗୋଟିଏ ବ୍ୟକ୍ତିର ଆଚାର ବ୍ୟବହାର ବିଷୟରେ ଜାଣି ହୋଇଥାଏ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା m ଅକ୍ଷର ନାମଥିବା ବ୍ୟକ୍ତିଙ୍କ ବିଷୟରେ ସମ୍ପୂର୍ଣ ଭାବରେ ।
ଯେଉଁ ଝିଅ ବା ପୁଅର ନାମ m ଅକ୍ଷରରୁ ଆରମ୍ଭ ହୋଇଥାଏ ଏପରି ବ୍ୟକ୍ତି ଜ୍ଞାନ ବାଣ୍ଟିବାରେ ମାହିର ଅଟନ୍ତି । ଏମାନେ ବହୁତ ବହୁତ ଭାବୁକ ହୋଇଥାନ୍ତି । ସବୁବେଳେ ନିଜକୁ ଗଭୀର ଚିନ୍ତାରେ ରଖନ୍ତି । ଏମାନେ ସବୁ ଛୋଟ କଥାକୁ ମଧ୍ୟ ନିଜ ହୃଦୟକୁ ନେଇଯାନ୍ତି । ଏମାନେ ବହୁତ ଜିଦି ସ୍ଵାଭାବର ବ୍ୟକ୍ତି ଅଟନ୍ତି । କୌଣସି କଥାକୁ ଦେହକୁ ନେଲେ ଛାଡନ୍ତି ନାହିଁ ।
ଏହି ନାମର ବ୍ୟକ୍ତିଙ୍କ ଭାଗ୍ୟ ସବୁବେଳେ ସେମାନଙ୍କ ସାଥ ଦେଇଥାଏ । ତେମନୁ ସର୍ବଦା ଏମାନଙ୍କୁ ଧନର କେବେ ଅଭାବ ହୋଇନଥାଏ । ସମାଜରେ ଏମାନଙ୍କର ବହୁତ ମାନ ସମ୍ମାନ ରହିଥାଏ । ଏମାନଙ୍କୁ ରାଜନୀତି କରିବାରେ ବେଶି ଇଚ୍ଛା ଥାଏ । ଭଲ ବକ୍ତା ଓ ଲେଖକ ହେବାର କ୍ଷମତା ମଧ୍ୟ ଏମାନେ ରଖନ୍ତି । କାମକୁ ନେଇ ଏମାନେ ବହୁତ ସଚେତନ ନଥାନ୍ତି । କିନ୍ତୁ ଭାଗ୍ୟର ସାଥ ଥିବାରୁ ଏମାନେ ଜୀବନରେ ଗୋଟିଏ ପରେ ଗୋଟିଏ ସଫଳତାର ସିଢି ଚଢିଚାଳନ୍ତି ।
ଏମାନେ ବହୁତ ଭାବୁକ ହୋଇଥିବାରୁ ବହୁତ ଶୀଘ୍ର ପ୍ରେମରେ ପଡିଯାନ୍ତି । ପ୍ରେମ ସମ୍ପର୍କକୁ ଠିକ ଭାବରେ ରଖିବାର ସାମର୍ଥ୍ୟ ମଧ୍ୟ ରଖନ୍ତି ନିଜ ଭିତରେ । ନିଜର ପ୍ରେମକୁ ପାଇବା ପାଇଁ ଏମାନେ ଯେକୌଣସି କାମ ମଧ୍ୟ କରିପାରନ୍ତି । ଏମାନଙ୍କର ସାଙ୍ଗ ବହୁତ ବେଶି ଥାନ୍ତି । କାରଣ ଏମାନେ ସମସ୍ତଙ୍କ ବହୁତ ହିଁ ଭଲରେ ମିଶନ୍ତି ।
ଖରାପ କାମ ବା ଖରାପ କାମ କରୁଥିବା ଲୋକମାନଙ୍କୁ ଏମାନେ କେବେ ମଧ୍ୟ ପସନ୍ଦ କରନ୍ତି ନାହିଁ । କୌଣସି କଥାକୁ ବୁଲେଇ ବଙ୍କେଇ କହିବା ଏମାନଙ୍କର ଅଭ୍ଯାସ ନୁହେଁ । ଯାହା କୁହନ୍ତି ସିଧା ଲୋକଙ୍କ ମୁହଁରେ ହିଁ କୁହନ୍ତି । ନିଜ ମନ ଭିତରେ କୌଣସି କଥାକୁ ରଖନ୍ତି ନାହି । ତେଣୁ ବେଳେ ବେଳେ ଅନ୍ୟ ଲୋକଙ୍କୁ ଏମାନଙ୍କ କଥା ବହୁତ ଖରାପ ଲାଗିଥାଏ । ଏହି କାରଣ ହେତୁ ଏମାନଙ୍କ ଶତ୍ରୁ ବଢିଯାନ୍ତି ।
ସବୁବେଳେ ଏମାନଙ୍କର ଗୋଟିଏ ଚେଷ୍ଟା ରହିଥାଏ କିଭଳି ସମାଜରେ ନିଜକୁ ପ୍ରତିଷ୍ଠା କରିବେ । ଉଚ ବିଚାର ଧରଣର ବ୍ୟକ୍ତି ଅଟନ୍ତି । ଲୋକ ମାନଙ୍କ ପାଖରେ ଗୋଟିଏ ଅଭିଯୋଗ ଥାଏ କି ଲୋକମାନେ ଏମାନଙ୍କୁ ବୁଝି ପାରୁନାହାନ୍ତି । ସ୍ଵାଭାବରେ ଶାନ୍ତ ଥିଲେ ମଧ୍ୟ ଥରେ ଏମାନେ ରାଗିଲେ ଏମାନଙ୍କୁ ବୁଝାଇବ ବହୁତ କଷ୍ଟ ହୋଇପଡେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।