ନମସ୍କାର ବନ୍ଧୁଗଣ, ସଂସାରରେ ମନୁଷ୍ୟ ସହ ପଶୁ ପକ୍ଷୀଙ୍କ ମହତ୍ଵ ମଧ୍ୟ ରହିଛି । ସମସ୍ତ ପଶୁ ପକ୍ଷୀ କିଛି ନା କିଛି ଘଟଣାର ସଙ୍କେତ ଦେଇଥାନ୍ତି । ମା ଲକ୍ଷ୍ମୀଙ୍କ ବାହନ ପେଚା ମଧ୍ୟ କିଛି ସଙ୍କେତ ଦେଇଥାଏ ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ । ତେବେ ଆସନ୍ତୁ ଜାଣିବା ପେଚା ଆମକୁ କେଉଁ ସବୁ ସଙ୍କେତ ଦେଇଥାଏ ।
ମା ଲକ୍ଷ୍ମୀ ସ୍ଵର୍ଗରୁ ମର୍ତ୍ୟକୁ ଆସୁଥିବା ସମୟରେ ପ୍ରଥମ ପ୍ରାଣୀ ପେଚକୁ ଦେଖିଲେ କାରଣ ରାତ୍ରି ସମୟ ଥିଲା ତେଣୁ ରାତିରେ ପେଚା ହିଁ କେବଳ ଜାଗ୍ରତ ଥିଲା ସେଥିପାଇଁ ମା ଲକ୍ଷ୍ମୀ ତାକୁ ହିଁ ନିଜ ବାହନ କରିଦେଲେ । ତେଣୁ ଯଦି ଦୀପାବଳି ଦିନ ରାତିରେ ପେଚା ଦେଖା ଦିଏ ବା ତାର ଶବ୍ଦ ଶୁଭଯାଏ ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ ।
ପଶ୍ଚିମବଙ୍ଗ, ଆସାମ, ଏବଂ ଓଡିଶାରେ ମା ଲକ୍ଷ୍ମୀଙ୍କ ସହ ପେଚାର ମଧ୍ୟ ପୂଜା କରାଯାଏ । ଯଦି କୌଣସି ଗର୍ଭବତୀ ମହିଳା ପେଚା ଦେଖନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଏବଂ ଯଦି ଗର୍ଭବତୀ ମହିଳାଙ୍କୁ ଛୁଇଁଦିଏ ତେବେ ହେବାକୁ ଥିବା ସନ୍ତାନ ଭାଗ୍ୟଶାଳୀ ହୋଇଥାଏ । ସେହିଭଳି ପେଚା ଯଦି କୌଣସି ରୋଗୀଙ୍କୁ ଛୁଇ ଚାଲିଯାଏ ତେବେ ତାଙ୍କ ଗମ୍ଭୀର ରୋଗ ମଧ୍ୟ ଭଲ ହୋଇଯାଏ ।
ଆପଣ ଯଦି କୌଣସି ଆବଶ୍ୟକ କାମ ପାଇଁ ଯାଉଛନ୍ତି ଏବଂ ସେହି ସମୟରେ ପେଚା ଦେଖନ୍ତି ତେବେ ଏହା ବହୁତ ଶୁଭ ହୋଇଥାଏ । ସକାଳୁ ସକାଳୁ ଯଦି ପେଚା ଦେଖାଦିଏ ବା ପେଚାର ଶବ୍ଦ ଶୁଣାଯାଏ ତେବେ ଏହା ଧନ ପ୍ରାପ୍ତିର ସଙ୍କେତ ଅଟେ । ପେଚାର ନଜରରେ ଯଦି ଆପଣଙ୍କ ନଜର ମିଶିଯାଏ ତେବେ ଏହା ବହୁତ ଶୁଭ ଫଳ ଆଣିଦେବ ।
ଏବଂ ଆପଣଙ୍କ ଉପରେ ଧନର ବର୍ଷା ହେବାକୁ ଯାଉଛି ବୋଲି ଜାଣିନେବେ । କିଛି ଲୋକ ପେଚା ଦେଖିବା ଓ ଶବ୍ଦ ଶୁଣିବାକୁ ଅଶୁଭ ବୋଲି ମାନିଥାନ୍ତି । ପେଚା ଗୋଟିଏ ଆଖିରେ ଗୋଟିଏ ଦିଗ ଦେଖିଥାଏ ଏବଂ ଅନ୍ୟ ଆଖିରେ ଆଉ ଗୋଟିଏ ଦିଗ ଦେଖିଥାଏ । ତେଣୁ ଏହା କୁହାଯାଏ ପେଚା ଯଦି ଡାହାଣ ପଟକୁ ଦେଖି କଥା କହିଥାଏ ତେବେ ଏହାକୁ ଅଶୁଭ ବୋଲି ମନାଯାଏ । ଏବଂ ଯଦି ବାମ ପଟାକୁ ଆଖି କରି କହିଥାଏ ତେବେ ଏହାକୁ ଶୁଭ ମନାଯାଏ ।
କୁହାଯାଏ ପେଚା ଯଦି କୌଣସି ଘର ଉପରେ ବସିଯାଏ ତେବେ ସେହି ଘର ବରବାଦ ହୋଇଯାଏ । କୌଣସି ଘରେ ଯଦି ପେଚା ବାରମ୍ବାର ବସେ ବା କାନ୍ଦେ ତେବେ ସେହି ଘରେ ରହୁଥିବା ଲୋକଙ୍କ ପାଇଁ ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ । ସେହି ଘରେ ଧନ ହାନି ବା ମୃତୁର ମଧ୍ୟ ଯୋଗ ରହିଥାଏ । ପେଚାର ନଖ ବା ପଙ୍ଖ କାହାଠାରୁ କେବେ ଭୁଲରେ ମଧ୍ୟ କିଣନ୍ତୁ ନାହିଁ । ଯଦି ଆପଣ ଅମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।