ମହାଭାରତ ସମୟରୁ ହିଁ ଶ୍ରୀ କୃଷ୍ଣ କହି ଯାଇଥିଲେ କଳିଯୁଗ ବିଷୟରେ ଏହି ୫ଟି କଥା, ଯାହା କଟୁ ହେଲେ ବି ସତ୍ୟ- Truths Of Kaliyuga

ନମସ୍କାର ବନ୍ଧୁଗଣ, କଳି ଯୁଗର ଲୋକ କିପରି ହେବେ, ଜୀବନ କିପରି ବ୍ୟତିତ ହେବ ? ଲୋକମାନଙ୍କର ଲୋକ ମାନଙ୍କପ୍ରତି ବ୍ୟବହାର କିପରି ହେବ ଏହା ଦ୍ଵାପର ଯୁଗର କୃଷ୍ଣ ଭଗବାନଙ୍କ ଦ୍ଵାରା କୁହାଯାଇଥିବା କଳି ଯୁଗର କିଛି ସତ ବିଷୟରେ ଆମେ ଆଜି ଜାଣିବା । ତେବେ ଆସନ୍ତୁ ଆଜି ଆମେ ଜାଣିବା କୃଷ୍ଣ ଭଗବାନ କଳିଯୁଗର କେଉଁ ୫ଟି ସତ ବିଷୟରେ କହିଥିଲେ । ମହାଭାରତ ଯୁଗରେ ପଞ୍ଚୁପାଣ୍ଡବଙ୍କ ମନରେ କଳି ଯୁଗ ବିଷୟରେ ଜାଣିବାର ଜିଜ୍ଞାସା ଥିଲା ।

ସେମାନେ ଥରେ ଭଗବାନ କୃଷ୍ଣଙ୍କୁ ପଚାରିଲେ କି କଳିଯୁଗରେ ମଣିଷ କିପରି ହେବେ ଏବଂ ବିଚାର କିପରି ହେବେ ଏବଂ ମୁଖ୍ୟ ପ୍ରାପ୍ତି କିପରେ ହେବେ । ଏକଥା ଶୁଣି କୃଷ୍ଣ ପାଞ୍ଚ ପାଣ୍ଡବଙ୍କୁ ବନକୁ ଯିବାକୁ କହିଲେ । ଏବଂ ଯାହା କିଛି ବି ତୁମେ ସେଠାରେ ଦେଖିବ ମତେ ଆସି ବିସ୍ତାରରେ କହିବ ବୋଲି କହିଲେ ।

ଯୁଧିଷ୍ଟିର ମହାରାଜା ବଣରେ ୨ଟି ଶୁଣ୍ଢ ଥିବା ଗୋଟିଏ ହାତୀକୁ ଦେଖିଲେ ବହୁତ ଆଶ୍ଚର୍ଯ୍ୟ ଚକିତ ହୋଇଗଲେ । ଆସି କହିବାରୁ ଭଗବାନ କହିଲେ କି କଳିଯୁଗରେ ଏମିତି କିଛି ଲୋକ କାମ କରିବେ କି ଯେଉଁମାନେ କହିବେ କିଛି ଅଲଗା ଏବଂ କରିବେ କିଛି ଅଲଗା । ଭୀମ ଦେଖିଲେ ଗୋଟିଏ ଗାଈ ଯିଏ ନିଜ ବାଛୁରୀକୁ ଏତେ ଜୋରରେ ଚଟୁଥିଲା କି ବାଛୁରୀର ରକ୍ତ ବାହାରି ଆସୁଥିଲା ।

ଏହାର ଉତ୍ତରରେ ଭଗବାନ କହିଲେ କି କଳିଯୁଗରେ ବାପା ମା ପିଲାର ମୋହରେ ଏତେ ଆସକ୍ତ ହେବେ କି ଏହାଦ୍ବାରା ପିଲାର ବିକାଶ ବନ୍ଦ ହୋଇଯିବ । କଳିଯୁଗରେ ଲୋକମାନେ ପିଲାମାନଙ୍କୁ ମୋହ ମାୟାରେ ହିଁ ବନ୍ଦୀ କରି ରଖିବେ । ବାସ୍ତବତାକୁ ରଖି ପ୍ରଭୁ ଉତ୍ତର ଦେଲେ କି ପୁଅ ହେବ ବୋହୁର ସମ୍ପତି ଏବଂ ଝିଅ ହେବ ତ ସ୍ଵାମୀର ସମ୍ପତି । ଦେହ ହେବ ମୃତୁ ର ସମ୍ପତି । ଏ

ହାପରେ ଅର୍ଜୁନ ଦେଖିଲେ ଗୋଟିଏ ପକ୍ଷୀର ପରରେ ବେଦର ଶ୍ଳୋକ ଲେଖା ହୋଇଥିଲା ଏବଂ ସେହି ପକ୍ଷୀ ମାଂସାଶୀ ଥିଲା । ଏହାର ଅର୍ଥ ବୁଝାଇ ଭଗବାନ କହିଲେ କି କଳିଯୁଗରେ ବିଦ୍ଵାନ ବ୍ୟକ୍ତି ମାନେ ମଣିଷର ମୃତୁକୁ ଖୋଜିବେ କାରଣ ସେ ମଲା ପରେ ତାଙ୍କ ଧନ ସମ୍ପତି କୁ ଏମାନେ ଲୁଟିନେବେ । ନକୁଳ ଦେଖିଲେ ଗୋଟିଏ ପର୍ବତରୁ ଗୋଟିଏ ଚଟାଣ ଖସିଲା ଯାହାକୁ ବଡବଡ ଗଛ ମଧ୍ୟ ଅଟକାଇ ପାରିଲେ ନାହିଁ ।

କିନ୍ତୁ ଗୋଟିଏ ଛୋଟ ବୃକ୍ଷରେ ଧକା ହୋଇ ଚଟାଣ ସେଠି ରହିଗଲା । ଏହାର ଉତ୍ତରରେ ଭଗବାନ କହିଲେ କି କଳିଯୁଗରେ ମନୁଷ୍ୟର ବୁଦ୍ଧି ନଷ୍ଟ ହେବ, ତାହାର ଜୀବନର ପତନ ହେବ । ଧନ କିମ୍ବା କୌଣସି ବଡ ବୃକ୍ଷ ମଧ୍ୟ ଜୀବନ ବଞ୍ଚାଇବେ ନାହି କିନ୍ତୁ ହରିନାମ ଜପ କରି ଗୋଟିଏ ଛୋଟ ବୃକ୍ଷରୁ ମଧ୍ୟ ଜୀବନ ବଞ୍ଚିଯାଇପାରିବା । ସହଦେବ ଜଙ୍ଗଲରେ ଅନେକ କୁଅ ଦେଖିଲେ ଯେଉଁଥିରୁ କେବେଳ ମଝି କୂଅଟି ଖାଲିଥିଲା ।

ଏହାର ଉତ୍ତରରେ ଭଗବାନ କହିଲେ କି କଳିଯୁଗରେ ନିଜ ଆତ୍ମ ସମ୍ମାନ ବଞ୍ଚାଇବା ପାଇଁ ଝିଅ ବିବାହରେ ଅନେକ ଧନ ଖର୍ଚ କରିବେ । କିନ୍ତୁ ଗୋଟିଏ ଭୋକିଲାକୁ ସହାୟତ କରିବାରେ କାହାର କୌଣସି ଆଗ୍ରହ ରହିବ ନାହିଁ । ଯେଉଁମାନେ ଏସବୁରୁ ନିବୃତ ଥିବେ ସେମାନଙ୍କ ଉପରେ ଭଗବାନଙ୍କ ପ୍ରଭାବ ରହିବ । ପୋଷ୍ଟ ଟି ଭଲ ଲାଗୁଥିଲେ ଲାଇକ, ସେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *