ମହାଦେବଙ୍କ ପ୍ରିୟ ଫୁଲ ? ମହାଦେବଙ୍କୁ କେଉଁ ଫୁଲ ଚଢାଇବା ଅନୁଚିତ ଓ କେଉଁ ଫୁଲ ଚଢାଇବା ନିହାତି ଆବଶ୍ୟକ ? ନିଶ୍ଚୟ ଜାଣି ରଖନ୍ତୁ… ଆପଣଙ୍କର ଗୋଟେ ଭୁଲ କରିପାରେ ଆପଣଙ୍କୁ ବର୍ବାଦ

ଶ୍ରାବଣ ମାସ ଆରମ୍ଭ ହେବା ମାତ୍ରେ ଭକ୍ତଙ୍କ ମନରେ ମହାଦେବଙ୍କ ପ୍ରତି ଆସ୍ଥା ଭାରି ଯାଇଥାଏ । ବର୍ଷା ଭିତରେ ପ୍ରଭୁ ଶିବଙ୍କର ଆରାଧନା କରିବା ଅଲଗା ରୋମାଞ୍ଚ ଅନୁଭବ ହୋଇଥାଏ । ମହାଦେବଙ୍କୁ କ୍ଷୀର ଚଢାଇବା ଠାରୁ ଆରମ୍ଭ କରି ଦୀପ,ଧୂପ, ଫୁଲ ମଧ୍ୟ ଚଢାଯାଏ । ମହାଦେବ ଏକମାତ୍ର ଭଗବାନ ଅଟନ୍ତି ଯିଏ ନିଜ ଭକ୍ତଙ୍କର ପୂଜା ପାଠ ରେ ବହୁତ ଜଲ୍ଦି ପ୍ରସନ୍ନ ହୋଇଥାନ୍ତି । ଆଜି ଆମେ ଆପଣଙ୍କୁ କେଉଁ ଫୁଲ ମହାଦେବଙ୍କ ଉପରେ ଚଢାଇଲେ ସବୁ ଇଚ୍ଛା ପୂରଣ ହୋଇଥାଏ ଏବଂ କେଉଁ ଫୁଲ ଶିବଲିଙ୍ଗ ଉପରେ ଚଢାଇବା ଉଚିତ ନୁହେଁ ସେହି ବିଷୟରେ ଚର୍ଚ୍ଚା କରିବାକୁ ଯାଉଛୁ ।

୧- ନାଗାଲିଙ୍ଗ ଫୁଲ : ମହାଦେବଙ୍କର ପ୍ରିୟ ଫୁଲ ମଧ୍ୟରେ ନାଗାଲିଙ୍ଗ ଫୁଲ ଅନ୍ଯତମ ଅଟେ । ଏହି ଫୁଲ ଦକ୍ଷିଣ ଭାରତରେ ଅଧିକ ଦେଖାଯାଏ । ଏହି ଫୁଲ ବହୁତ ବଡ ହେବା ସହ ଫଳ ମଧ୍ୟ ଆସିଥାଏ । ଏହାର ପତ୍ର ଓ ଫଳ ଶିବଲିଙ୍ଗ ଉପରେ ଚଢାଯାଏ ନାହି । ଏହି ଗଛ ପର୍ଜ୍ୟାବରଣ ପାଇଁ ବହୁତ ଭଲ ହୋଇଥାଏ ।

୨- ଅରଖ ଫୁଲ : ପ୍ରଭୁ ଶିବଙ୍କର ଅତି ପ୍ରିୟ ହୋଇଥାଏ ଅରଖ ଫୁଲ ଯାହାର ମାଳା କରାଯାଇ ଶିବଲିଙ୍ଗ ଉପରେ ଚଢାଯାଏ । ଏହି ପତ୍ର ମଧ୍ୟ ଶିବଙ୍କୁ ଚଢାଯାଏ । ଏଥିରେ ଅନେକ ପ୍ରକାରର ଔଷଧୀୟ ଗୁଣ ରହିଛି ।

୩- ଧତୁରା ଫୁଲ : ଭୋଳାନାଥଙ୍କ ଅନ୍ୟତମ ଫୁଲ ଭାବେ ଧତୁରା ଫୁଲ ପ୍ରିୟ ହୋଇଥାଏ । ଏହି ଫୁଲର ରଙ୍ଗ ବାଇଗଣି, ଧଳା ହୋଇଥାଏ । ଏହି ଗଛର ପତ୍ର, ଫୁଲ ମହାଦେବାଙ୍କୁ ଅତି ପ୍ରିୟ ହୋଇଥାଏ ।

୪- ପାରିଜାତ ଫୁଲ : ପାରିଜାତ ଫୁଲ ଧଳା ହେବା ସହ ଏହା ମଝିରେ ନାରଙ୍ଗି ରଙ୍ଗର ହୋଇଥାଏ । ଏହା ରାତିରେ ଫୁଟିଥାଏ । ତେଣୁ ଏହାକି ଶିବଙ୍କ ନିକଟରେ ଚଢାଇଲେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ।

୫- ବେଲପତ୍ର : ବେଲପତ୍ର ବିନା ମହାଦେବଙ୍କ ପୂଜା ଅଧୁରା ରହିଥାଏ । ଭଗବାନ ଶିବଙ୍କୁ ବିଶେଷ ପ୍ରିୟ ହୋଇଥାଏ ବେଲପତ୍ର । ବେଲପତ୍ରର ଚଢାଇବା ଦ୍ଵାରା ମହାଦେବ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି । ଏହାକୁ ଅର୍ପିତ କରିଲେ ଶିବଙ୍କର ପୂଜା ସଫଳ ହୋଇଥାଏ ।

୬- ପଦ୍ମ ଫୁଲ : ଶ୍ରାବଣ ମାସରେ ମହାଦେବଙ୍କୁ ପଦ୍ମ ଫୁଲ ଚଢାଇଲେ ଜୀବନରେ ସୁଖ ଶାନ୍ତି ଆସିଥାଏ । ଏହି ଫୁଲ କୈଳାସପତି ସିବାଙ୍କୁ ବହୁତ ପ୍ରିୟ ହୋଇଥାଏ ।

୭- ନୀଳକମଲ ଫୁଲ : ଶିବ ଶମ୍ଭୁ କୈଳାସପତିଙ୍କୁ ନୀଳକମଲ ଫୁଲ ଅତ୍ୟନ୍ତ ପ୍ରିୟ ହୋଇଥାଏ । ଏହି ଫୁଲ ଦୁର୍ଲଭା ହୋଇଥାଏ । ତେଣୁ କେଦାରନାଥରେ ଏହି ଫୁଲ ଅଧିକ ଦେଖାଯାଏ ।

୮- ଅପରାଜିତା ଫୁଲ : ମୟୁର ଭଳି ଦେଖିବାକୁ ଅପରାଜିତା ଫୁଲ ନୀଳ ଓ ଧଳା ରଙ୍ଗର ହୋଇଥାଏ । କିନ୍ତୁ ନୀଳ ରଙ୍ଗର ଅପରାଜିତା ଫୁଲ ଭୋଳା ଭଣ୍ଡାରୀଙ୍କୁ ଅତ୍ୟନ୍ତ ପ୍ରିୟ ହୋଇଥାଏ ।

୯- ମହାଦେବଙ୍କୁ ହଳଦିଆ ରଙ୍ଗର କନିଆର ଫୁଲ, କେତକୀ ଫୁଲ ଚଢାଇବା ନିଷେଧ କରାଯାଇଛି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *